ଦେଶୀ ରନ୍ଧା ମଦ ଜବତ, ୦୩ ଗିରଫ!
ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଓ ନୀଳଗିରି ଅବକାରୀ ନିରୀକ୍ଷକ ଶ୍ରୀ କେଶବ ଚନ୍ଦ୍ର ଦାସ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ଗଡ଼, ନୟାଖଣ୍ଡି ଓ ଗୁଳିହା ମାଧବ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୯୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଗଡ଼ ଗ୍ରାମର ସୁରେନ୍ଦ୍ର ଓ ପାର୍ବତୀ ଦାସ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ହୋଇଥିବା ଦେଶୀ ରନ୍ଧା ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନାଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି.
