କବିତାର ରସଧାରାରେ ମନ୍ତ୍ରମୁଗ୍ଧ ହେଲା ସୃଜନ ସାହିତ୍ୟ ସଂସ୍କୃତି ସଂସଦର ଆସର
ଛତ୍ରପୁର ତା ୧୫/୩/୨୬(ଅରୁଣ କୁମାର ପଣ୍ଡା )ସୃଜନ ସାହିତ୍ୟ ସଂସ୍କୃତି ସଂସଦ, ଛତ୍ରପୁର ତରଫରୁ ଅବସର ପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମାସିକ କବିତା ଆସର ସାହିତ୍ୟମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। କବି ଡ଼. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆସରରେ ଅନେକ କବି ଓ ସାହିତ୍ୟପ୍ରେମୀ ଯୋଗଦେଇ ସ୍ୱରଚିତ କବିତା ପାଠ କରି ସଭାକୁ ସାହିତ୍ୟର ସୁଗନ୍ଧରେ ଭରିଦେଇଥିଲେ।
ଏହି ଅବସରରେ ସୋମନାଥ ସାହୁ, ଚିତ୍ତରଞ୍ଜନ ପଣ୍ଡା, ସନ୍ତୋଷ କୁମାର ବାଡ଼ତ୍ୟା ,ଶୈଳବାଳା ପାଣିଗ୍ରାହୀ, ରୀତା ରଥ, ଅଶ୍ୱିନୀ କୁମାର ଚୌଧୁରୀ, ଯତିରାଜ ନାୟକ, ଟି. ରାମାନୁଜ ଦାସ,ଦୁର୍ଗା ଚରଣ ପଲେଇ, ଏ. ବିଶ୍ୱମ୍ବର, ନରେନ୍ଦ୍ର ପଣ୍ଡା, ଉମାକାନ୍ତ ବେହେରା, ନିରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ।
ବିଜୟ କୁମାର ବିଶ୍ୱାଳ କବିତା ଆସରର ସଂଯୋଜନା କରିଥିବା ବେଳେ ଅଶ୍ୱିନୀ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏପରି କବିତା ଆସର ମାଧ୍ୟମରେ ଓଡ଼ିଆ ସାହିତ୍ୟର ସୁଗନ୍ଧ ସମାଜରେ ପ୍ରସାରିତ ହେଉଥିବା ସହ ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି ଭଲପାଇବା ଓ ସଚେତନତା ବୃଦ୍ଧି ପାଉଛି ବୋଲି ସଭାପତି ନିଜ ଅଭିଭାଷଣରେ ବ୍ୟକ୍ତ କରିଥିଲେ l
