ଅକିକ୍ ୱେଲଫ୍ୟାର ଫାଉଣ୍ଡେସନ ତରଫରୁ ଅଭିନଵ ଉପାୟରେ ଇଫ୍ତାର ପାଟି

ଖୋର୍ଦ୍ଧା:-(ପ୍ରିୟଙ୍କା ମହାପାତ୍ର)ରାମଜାନ ମାସ ସରି ସରି ଆସୁଥିବା ବେଳେ ଖୋର୍ଦ୍ଧା ଅଞ୍ଚଳର ସରଧାପୁର ଗ୍ରାମ ସ୍ଥିତ ଅକିକ୍ ୱେଲଫ୍ୟାର୍ ଫାଉଣ୍ଡେସନର ପବିତ୍ର ରାମଜାନ ମାସ ଅବସରରେ ଅସହାୟ ବ୍ୟକ୍ତି ହିନ୍ଦୁ ଏବଂ ମୁସଲିମ ଭାଇ ଭଉଣୀ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରାଯାଇଛି। ଏହି ରାମଜାନ ମାସରେ ପ୍ରତେକ ମୁସଲିମ ନିଜର ଅର୍ଜିତ ସମ୍ପତିରୁ କିଛି ଅଂଶ ନିଜର ପୁଣ୍ୟ ଅର୍ଜନ କରିବା ପାଇଁ ଏହି ମାସରେ ଦାନ ଧର୍ମ କରିଥାନ୍ତି। ଅସହାୟ ମୁସଲିମ ଭାଇ,ଭଉଣୀଙ୍କୁ ଖୋଲା ହସ୍ତରେ ଦାନ କରିଥାନ୍ତି। ଏହାର ମୂଳ ଲକ୍ଷ କେହି ଲୋକ ନିଜ ଆର୍ଥିକ ଅଭାବରୁ ଭଲ ଖାଇବା ଏବଂ ଇଦ ପାଇଁ ନୂତନ ବସ୍ତ୍ର ପିନ୍ଧି ଖୁସି ମନେଇ ପାରିବେ ସେହି ଲକ୍ଷ୍ୟରେ ସମସ୍ତ ମୁସଲିମ ମାନେ ଏହି ରମଜାନ ମାସରେ ଦାନଧର୍ମ କରିଥାନ୍ତି। ସେହି ଲକ୍ଷ ରଖି ଅକିକ୍ ୱେଲଫ୍ୟାର ଫାଉଣ୍ଡେସନର ସମ୍ପାଦକ ମହମ୍ମଦ ରଫିକ ଜରାର, ଏହି କାର୍ଯ୍ୟକ୍ରମରେ ଆଖ ପାଖ ଗ୍ରାମ ସରଧାପୁର, ତରତୁଆ, ଅଟ୍ରି ସରଧାପୁର, ବେଣାପଞ୍ଜୁରୀ, ଘୋରଡ଼ିଆ, ତରବୋଇ , ପାରୀକ୍ଷେତା , ରଥିପୁର ,ଓ ଅଣ୍ଡା ବାଜପୁର ଅଞ୍ଚଳର ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରିଥିବାବେଳେ
ସରଧାପୁର ଓ କବାରି ସାହିର ଅସହାୟ ହିନ୍ଦୁଙ୍କୁ ବସ୍ତ୍ର ଏବଂ ଖାଦ୍ୟ ବଣ୍ଟନ କରାଯାଇଛି। ଏଥି ସହ ଏହି କାର୍ଯ୍ୟକ୍ରମରେ ଉପବାସ ରଖିଥିବା ୧୦୦ରୁ ଉର୍ଦ୍ଧ ଲୋକମାନେ ଏକତ୍ରିତ ବସି ଇଫତାର ପାଟିର ମଧ୍ୟ ଆୟଜନ କରାଯାଇଥିଲା।
ଏହି ମହତ କାର୍ଯ୍ୟରେ ମହମ୍ମଦ ରଫିକ ତରାର ସରଧାପୁର, ମହମ୍ମଦ ହାଜି , ମହମ୍ମଦ ସାଦାତ ଅଲ୍ଲି, ମହମ୍ମଦ ସଲିମ, ଓହୀଦ ଖାଁ ( ତରତୁଆ ), ସୟଦ ଅଫସର ଅଲ୍ଲି ଖୋର୍ଦ୍ଧା, ମହମ୍ମଦ ଇଲିଆସ (ବେଣାପାଞ୍ଜରୀ ), ଜାଫର ଖାନ (ବେଣାପାଞ୍ଜରୀ), ମହମ୍ମଦ ସିଦ୍ଦିକୁତୁଲ୍ଲା, ମହମ୍ମଦ ସାଇଫୁର ରହମାନ ( ଜଟଣୀ ), ମହମ୍ମଦ ସବୀର, ମହମ୍ମଦ, ଓବେଦୁର, ମହମ୍ମଦ, ସଫିଉଲ୍ଲା, ମୌଲାନା ସ୍ୱାଲେହୁଷ ଜମାହା ପ୍ରମୁଖ ଉପସ୍ଥିତ ରହି ସୁଚାର ରୂପେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
