ବୋଲଗଡ଼ ମଣ୍ଡଳରେ ଉଲ୍ଲାସ ର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା

ବୋଲଗଡ଼,
(ଉପାନ୍ତ ଖବରମାନସ ରଞ୍ଜନ କର): ଭାରତ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ପ୍ରୌଢ ଶିକ୍ଷା କେନ୍ଦ୍ର ତରଫରୁ ନବଭାରତ ସାକ୍ଷରତା (ଉଲ୍ଲାସ) ମାଧ୍ୟମ ରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ସୋନାମିକା ରାୟ ଏବଂ ଅତିରିକ୍ତ ଶିକ୍ଷାଧିକାରୀଣି ପ୍ରଜ୍ଞା ପାରମିତା ଜେନାଙ୍କ ନିର୍ଦ୍ଦେଶରେ ବୋଲଗଡ଼ ମଣ୍ଡଳ ରେ ୧୪ ସି. ଆର୍.ସି.ସି ଙ୍କ ତତ୍ତ୍ଵାବଧାନରେ ଉଲ୍ଲାସର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ୧୦୫ ଟି ସରକାରୀ ମାଧ୍ୟମିକ, ଉଚ୍ଚ ପ୍ରାଥମିକ , ପ୍ରାଥମିକ ବିଦ୍ୟାଳୟରେ ସମୁଦାୟ ୨୧୨୩ ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପ୍ରତିବିଦ୍ୟାଳୟ ର ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସହକାରୀ ସେଛ୍ୱ।ସେବୀ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହି ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସର ପୌଢ଼ ଶିକ୍ଷାର୍ଥୀଙ୍କୁ ପରୀକ୍ଷା କରାଇଥିଲେ।
ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ଦ୍ଵାରା ଗଠିତ ୫ଟି ମନିଟରିଂ ଟିମ୍ ବୁଲି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ଉକ୍ତ ଟିମ୍ ରେ ଥିବା ଶ୍ରୀ ସ୍ୱାଇଁ ଙ୍କ ସମେତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାସ ନାଥ ସ୍ୱାଇଁ ଓ ଅମିତା ମିଶ୍ର , ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରା, ସନ୍ତୋଷ ସାହୁ, ପୀତବାସ ଲେଙ୍କା, ଭିକାରୀ ପୃଷ୍ଟି , ମଳୟ ପଣ୍ଡା ଏବଂ ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ସାହୁ , ଶିକ୍ଷକ ସାମନ୍ତ ମାଝୀ, ବିଶ୍ୱଜିତ୍ ସରୋଜ କୁମାର ଏବଂ ସାନ୍ତନୁ ତ୍ରିପାଠୀ ପରୀକ୍ଷା କେନ୍ଦ୍ରରୁ ତଥ୍ୟ ସଂଗ୍ରହ କରିଥିଲେ। ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ , ବିପିନ କୁମାର ସ୍ବାଇଁ , ବିଭୁପ୍ରସାଦ ମହାପାତ୍ର, ପ୍ରଦୀପ ବଳବନ୍ତ ରାୟ , ପ୍ରକାଶ ଚନ୍ଦ୍ର ସାହୁ , ସନ୍ତୋଷ ସାମଲ , ହୃଷିକେଶ ନାୟକ , ଶେଖ୍ ମୁସ୍ତାକ ଅଲ୍ଲୀ , ରବୀନ୍ଦ୍ର ବେହେରା , ପ୍ରକାଶ ମହାପାତ୍ର, ରବୀନ୍ଦ୍ର ନାୟକ ଓ ଚନ୍ଦ୍ରଶେଖର ନାୟକ ସକାଳ ୧୦ ଘଟିକା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନିଜ କ୍ଲଷ୍ଟର ରେ ରହି ନିଖୁଣ ଭାବରେ ସଂଯୁକ୍ତ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପରୀକ୍ଷା କାର୍ଯକ୍ରମ ପରିଚାଳନା କରିଥିଲେ।
