March 17, 2026

ମିଛ ପୋଲିସ କୁ ଧରିଲା ସତ ପୋଲିସ 

IMG-20260315-WA0037
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ଖଇରା ଥାନା ଅଧିନସ୍ଥ କୁପାରୀ ଖଣି ଅଂଚଳରେ ନିଜକୁ ପୋଲିସ ପରିଚୟ ଦେଇ ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ରେ ନକଲି ପୋଲିସ କୁ ଖଇରା ପୋଲିସ ଦ୍ୱାରା ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି. ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରୀ ଖଣି ଅଂଚଳରେ ରାସ୍ତାରେ ଟ୍ରକ ଗୁଡିକୁ ଅଟକାଇ ନିଜକୁ ଜଣେ ପୋଲିସ କହି ଖଣି ଅଂଚଳରେ ଧମକାଉଥିବାର କୌଣସି ସୂତ୍ରରୁ ଖବର ପାଇ ଖଇରା ଥାନା ଅଧିକାରୀ ଜନ ପଟ୍ଟନାୟକ ପହଂଚି ନକଲି ପୋଲିସ ପରିଚୟ ଦେଇ ଚାନ୍ଦା ଆଦାୟ କରୁଥିବା ସମୟ ରେ ଶ୍ରୀ ମହିରଞ୍ଜନ ଦାସ.ବୟସ -30ପିତା- ଚତୁର୍ଭୁଜ ଦାସ ଗ୍ରାମ -ଅର୍ଜୁନ ପୁର ଙ୍କୁ ଗିରଫ କରି କେଶ ନମ୍ବର 57/26 ମୂଳେ କୋର୍ଟଚାଲାଣ କରାଯାଇଛି. ପ୍ରକାଶ ଥାଉକି ବିଗତ କିଛି ଦିନ ହେବ କୋଚିଆ କୋଇଲି ଠାରୁ ଧୋବାଗଡ଼ିଆ ପର୍ଯ୍ୟନ୍ତ ରାତ୍ର ସମୟରେ ଯାତାୟାତ କରୁଥିବା ଯାନବାହାନ ଓ ଜନସାଧାରଣ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଏଥିପ୍ରତି ପୋଲିସ ଦୃଷ୍ଟି ଦେବାକୁ ଜନସାଧାରଣ ରେ ଦାବି ହେଉଛି.