March 17, 2026

ପ୍ରେମିକାର ତଣ୍ଟିକାଟି ହତ୍ୟା କଲେ ପ୍ରେମିକ  ଟ୍ରେନଲାଇନରେ ନିଜେ ଆତ୍ମହତ୍ୟା କଲେ 

IMG-20260315-WA0035
Share

 

ବାଲେଶ୍ବର ( ଦେବାଶିଷ ଦାଶ )

 

ପ୍ରେମିକାର ତଣ୍ଟିକାଟି ହତ୍ୟାକଲେ ପ୍ରେମିକ। ଶେଷରେ ନିଜେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ। ବାଲେଶ୍ଵର ଅଞ୍ଚଳରେ ଏହି ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶିଳ୍ପାଞ୍ଚଳ ଥାନା ଫକୀରମୋହନ ନଗରରେ ଜଣେ ବିବାହିତ ମହିଳାଙ୍କୁ ପ୍ରେମ କରୁଥିଲେ ସଦରଥାନା ବାହାବଳପୁର ଅଞ୍ଚଳର ଭାଗିରଥି ବେହେରା। ମହିଳାଙ୍କ ସହିତ ରିଲେସନସିପରେ ଥିଲେ ଭାଗିରଥି। ମଙ୍ଗଳବାର ରାତିରେ ମହିଳାଙ୍କ ତଣ୍ଟିକାଟି ହତ୍ୟା କରିଥିଲେ।‌ ମହିଳାଙ୍କ ସ୍କୁଟିନେଇ ପଳାଇଥିଲେ। ବୁଧବାର ଭୋର ସମୟରେ ହଳଦୀପଦା ନିକଟ ଟ୍ରେନଲାଇନରେ ଏକ ମାଲବାହୀ ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲେ ପ୍ରେମିକ। ଅନ୍ୟପଟେ ଏହି ଅପରାଧର ମୁଖ୍ୟ କାରଣ କଣ? ରିଲେସନସିପରେ ଥିବା ଜଣେ ବିବାହିତ ପ୍ରେମିକାକୁ କାହିଁକି ଜଣେ ପ୍ରେମିକ ହତ୍ୟା କଲେ ଓ ପରେ ନିଜେ ଆତ୍ମହତ୍ୟା କଲେ, ଏହାର ରହସ୍ୟ ଖୋଜୁଛି ପୋଲିସ।