ଶ୍ରୀ କଳା ନିକେତନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି
ପୁରୀ ସହର ର ଅଗ୍ରଣୀ ଆବୁଷ୍ଠାନ ଶ୍ରୀ କଳାନିକେତ ପକ୍ଷରୁ ଅନ୍ତର୍ଜାତୀୟ ମହିଳାଦିବସ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରି ସଭାକୁ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପୁରୀ ମୁନିସିପାଲିଟି ର ପୂର୍ବତନ ଚେୟାରମ୍ୟାନ ଗୌରହରୀ ପ୍ରଧାନ ଯୋଗଦାନ କରିଥିଲେ l ଶ୍ରୀକଳାନିକେତନ ପକ୍ଷରୁ ଗୁରୁ ରୋଜାଲିନି ମହାନ୍ତିଙ୍କ ତତ୍ୱାବଧାନ ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମାଷ୍ଟର ସେଫ ରେ ରନର୍ସପ ହୋଇଥିବା ଅଞ୍ଜୁ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
