March 16, 2026

ନୋବେଲ ପୁରସ୍କାର ବିଜେତା ମହାନ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ଜନ୍ମଦିବସରେ *ଯୁଦ୍ଧ ନୁହଁ, ଶାନ୍ତି ଚାହୁଁ* ଆଲୋଚନା ଚକ୍ର

IMG-20260314-WA0049
Share

 

ବ୍ରାହ୍ମପୁର (ତା.୧୪.୦୩.୨୬ ରିଖ) ବିଶିଷ୍ଟ ବୈଜ୍ଞାନିକ , ନୋବେଲ ପୁରସ୍କାର ବିଜେତା ଅଲବର୍ଟ ଆଇନଷ୍ଟାଇନଙ୍କ ୧୪୮ ତମ ଜାନ୍ମଦିନ ଅବସରରେ ମାନବବାଦୀ ହେତୁବାଦୀ ସଂଗଠନ ଗଂଜାମ ଜିଲ୍ଲା ଶାଖାର ପକ୍ଷରୁ *ଯୁଦ୍ଧ ନୁହଁ —- ଶାନ୍ତି ଚାହୁଁ* ବିଷୟରେ ଏକ ଆଲୋଚନା ଚକ୍ର ସଂକଳ୍ପ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ସଂଗଠନର ଉପସଭାପତି କିଶୋର ଚନ୍ଦ୍ର ମିଶ୍ର ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଠ ସ୍ତମ୍ଭକାର ଓ ହେତୁବାଦୀ ଭଲଚନ୍ଦ୍ର ଷଡଙ୍ଗୀ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।

ସମ୍ପାଦକ କେ.ନନ୍ଦେଷୁ ସେନାପତି ପୂର୍ବ ସୂଚନା ଦେଇ ଅଳବର୍ଟ ଆଇନଷ୍ଟାଇନଙ୍କ ଉଦ୍ଭାବିତ ପରମାଣୁ ଶକ୍ତି ଏହି ପୃଥିବୀକୁ ନୂତନ ଶକ୍ତି ପ୍ରଦାନ କରିଥିବା ଓ ଏହା ଦ୍ଵିତୀୟ ବିଶ୍ଵଯୁଦ୍ଧରେ ହିରୋସୀମା ଓ ନାଗାସାକି ଉପରେ ପକାଇବା ଫଳରେ ଯେଉଁ ଭୟାବହ ପରିସ୍ଥିତି ଉପୁଜିଥିଲା ସେଥିରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କଲେ ଓ ବିକଳାଙ୍ଗ ହୋଇଗଲେ ,ତାହା ତାଙ୍କ ମନକୁ ଦୋହଲାଇ ଦେଇଥିଲା। ସେ ସେଥିପାଇଁ ଅନୁତପ୍ତ ଥିଲେ । ସେ ଚାହୁଁ ଥିଲେ ଯୁଦ୍ଧ ପରିବର୍ତ୍ତେ ଆଲୋଚନା ଓ ଚର୍ଚା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା କରିଥିଲେ।

 

ମୂଖ୍ୟବକ୍ତା ଭାଲଚନ୍ଦ୍ର ଷଡଙ୍ଗୀ ବର୍ତମାନର ଯୁଦ୍ଧ କେବଳ ସାମ୍ରାଜ୍ୟବାଦୀ ଆମେରିକା ଓ ଇସ୍ରାଏଲର ଜାୟନବାଦୀ ଶାସକମାନଙ୍କ ଦ୍ୱାରା ଇରାନ ଉପରେ ଆକ୍ରମଣ କରିଥିବା ଓ ଇରାନ ରାଷ୍ଟ୍ରପତିଙ୍କୁ ଓ ସମସ୍ତ ପରିବାର ସଦସ୍ୟଙ୍କୁ ବିନାଶ କରିବା ଯୋଗୁଁ ଇରାନ ହିଂସ୍ର ହୋଇ ପ୍ରତି ଆକ୍ରମଣ କରିଚାଲିଛି । ଯାହା ଫଳରେ ସମଗ୍ଧ ପୃଥିବୀ ଏକ ଭୟଙ୍କର ସଂକଟରେ ରହିଛି । ଭାରତର ସିଂହଭାଗ ତେଲ, ଗ୍ୟାସ, ସାର ଉପସାଗରୀୟ ଦେଶରୁ ଆସୁଥିବାରୁ ଏବଂ ପ୍ରାୟ ଏକ କୋଟି ଭାରତୀୟ ସେଠାରେ କାର୍ଯ୍ୟରତ ଥିବାରୁ ଯୁଦ୍ଧର ସର୍ବାଧିକ ପ୍ରଭାବ ଭାରତ ଉପରେ ପଡିବାକୁ ଯାଉଛି ବୋଲି କହିଥିଲେ । କିନ୍ତୁ ଭାରତ ଆକ୍ରମଣର ଶିକାର ଇରାନବାସୀଙ୍କ ସହ ଠିଆ ହେବା ବଦଳରେ ଏହି ଯୁଦ୍ଧରେ ପରୋକ୍ଷ ଭାବେ ଆକ୍ରମଣକାରୀ ଆମେରିକା ଓ ଇସ୍ରାଏଲ ସପକ୍ଷରେ ଠିଆ ହେବା ପରିତାପର ବିଷୟ ବୋଲି କହିଥିଲେ । ଯୁଦ୍ଧ କେବେ ସମସ୍ୟାର ସମାଧାନ ନୁହେଁ । ଯୁଦ୍ଧ ବଦଳରେ ବିଶ୍ୱରେ ଦେଶମାନଙ୍କ ମଧ୍ୟରେ ବୁଝାମଣା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ହିଁ ଜରୁରୀ । ଆଜି ଆମେରିକା ସାମ୍ରାଜ୍ୟବାଦୀ ହିଁ ବିଶ୍ଵ ଶାନ୍ତି ପାଇଁ ସବୁଠାରୁ ବଡ ବିପଦ ବୋଲି କହିଥିଲେ ।

 

ଅନ୍ୟମାନଙ୍କ ମଧ୍ୟରେ ପ୍ରଗତିଶୀଳ ଲେଖିକା ଡଃ ବିଧୁପ୍ରଭା ରଥ,

ସଂଗଠନର ସଭାପତି ଇ.ଟି.ରାଓ, କୣଷକ ନେତା ବୃନ୍ଦାବନ ଖଟେଇ, ସୁନେଜ କୁମାର ପାଣିଗ୍ରାହୀ, ଅବନୀ ଗୟା, ମହର୍ଷି ସିଂ,ପ୍ରତାପ ଚୌଧୁରୀ, ବିଘ୍ନେଶ୍ୱର ସାହୁ, ସନ୍ତୋଷ କୁମାର ମିଶ୍ର, ଆଦିତ୍ୟ ନାରାୟଣ ରଥ, ଗଣପତି ବେହେରା, ପି.ରମେଶ ରାଓ, ଟି.ଗଣେଶ, ଶାଶ୍ୱତ ମିଶ୍ର, ହାକିମ ଖାଁ, ରାମ ଉଗ୍ରସନ୍ଦି, କିଶନ କୁମାର ସାହୁ, ଡି.ମୋହନ ରାଓ, ପ୍ରତାପ ପ୍ରଧାନ , କେ.ବାସବ ରାଜୁ , ଲଷ୍ମୀ ନୃସିଂହ ରଥ, ଜଗନ୍ନାଥ ରାଓ, ଅଶୋକ ଦଳାଇ ପ୍ରମୁଖ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଆଲୋଚନାରେ ଭାଗ ନେଇ ନିଜ ନିଜର ମତବ୍ୟକ଼ତ କରିଥିଲେ ।

ଶେଷରେ ବରିଷ୍ଠ ସଦସ୍ୟ ଡି.ମୋହନ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।

 

କେ.ନନ୍ଦେଷୁ ସେନାପତି, ସମ୍ପାଦକ