April 30, 2026

ଗାଁ ଗାଁ ରେ ସ୍ୱାସ୍ଥ୍ୟସେବା ଯୋଗାଉଛି ହେଲପେଜ ଇଣ୍ଡିଆ

IMG-20260313-WA0049
Share

 

ପୁରୀଜିଲ୍ଲା ର ବିଭିନ୍ନ ଗ୍ରାମରେ ସ୍ୱାସ୍ଥ୍ୟସେବା ପ୍ରତି ଯତ୍ନ ନେଉଛି ହେଲପେଜ ଇଣ୍ଡିଆ l ସେହିଭଳି ଆଜି ପୁରୀଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଉଛୁପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣପଡା ଗ୍ରାମରେ ହେଲପେଜ ଇଣ୍ଡିଆ ର ପ୍ରୋଜେକ୍ଟ ଅଫିସର ଶୈଳେଶ ଚନ୍ଦ୍ର ନାଗଙ୍କ ଅଧକ୍ଷତା ରେ ମେଡିକାଲ ଅଫିସର ଡାକ୍ତର କେ ହରିପ୍ରସାଦ ପାତ୍ର, ସିନିଅର ଫାର୍ମାସିଷ୍ଟ ପ୍ରଶାନ୍ତ କୁମାର ହରିଚନ୍ଦନ, ସୁକାନ୍ତ କୁମାର ଭଞ୍ଜ, ଡାକ୍ତର ସୋନାଲି ସୁରଜିତ ବେଉରା, ଡାକ୍ତର ସ୍ନେହମୟୀ ସ୍ୱାଇଁ ଏବଂ ଲାବୋରେଟରୀ ଟେକନେସିଆନ ସୁଧୀର କୁମାର ରାୟ ପ୍ରମୁଖ ଉପସ୍ଥିତ ରହି ପାଞ୍ଚଶହ ରୁ ଉର୍ଦ୍ଧ ମହିଳା, ତିନିଶହ ରୁ ଉର୍ଦ୍ଧ ପୁରୁଷ ଏବଂ ପାଞ୍ଚସହ ରୁ ଉର୍ଦ୍ଧ କିଶୋରୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ର ବିଭିନ୍ନ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା l ହେଲପେଜ ଇଣ୍ଡିଆର ଏଭଳି ସେବାକୁ ଗ୍ରାମବାସୀ ପ୍ରଶଂସା କରିବା ସହିତ ସମ୍ମାନିତ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed