ଆଜିର ଖବର…
୧-ମାର୍ଚ୍ଚ ୧୩ରୁ ବଢ଼ିବ ପାରଦ, ଅନେକ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରି ଟପିବା ପୂର୍ବାନୁମାନ, ୪୦ ଡିଗ୍ରି ସହ ଜଳିପାରେ ଭୁବନେଶ୍ୱର।
୨-ଭୁବନେଶ୍ୱର:ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ।
୩-ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରେଳ ମନ୍ତ୍ରୀ।
୪-କଟକ: ତହସିଲଦାରଙ୍କ କାର୍ଯ୍ଯକୁ ନେଇ ଅଦାଲତ କ୍ଷୁବ୍ଧ, ଆବେଦନକାରୀଙ୍କ ନାମରେ ଜମି ତୁରନ୍ତ କରିବାକୁ ନିର୍ଦ୍ଦେଶ।
୫-ବିଜେଡିକୁ ବଡ଼ ଝଟକା; ଦଳ ଛାଡ଼ିଲେ ବାଲେଶ୍ୱର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା।
୬-ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଲକ୍ଷ ଲକ୍ଷ ଓଡ଼ିଆ ଲୋକ ଫସି ରହିଛନ୍ତି, ସେମାନଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରନ୍ତୁ ସରକାର : ନବୀନ
୭-ଆନନ୍ଦପୁର, ପୁରୁଣାବାନ୍ଧଗୋଡା:ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ଭାଲୁ ପଲ, ଗ୍ରାମବାସୀ ଭୟଭୀତ।
୮-ଚିଲିକା ଭିତରେ ଦୋଳ ଯାତ୍ରା; ଐତିହାସିକ ମାଲୁଦ ପଂଚୁଦୋଳ ଯାତ୍ରାରେ ଏକାଠି ହେଲେ ୨୩ରୁ ଅଧିକ ଠାକୁର।
୯-ରାଜ୍ୟରେ ବଢୁଛି ଦାଦନ ଶ୍ରମିକଙ୍କ ସଂଖ୍ୟା; ବର୍ଷକରେ ବଢିଲେଣି ୨୨ ହଜାର ପ୍ରବାସୀ, ବଲାଙ୍ଗୀରରେ ସର୍ବାଧିକ।
୧୦-ରାୟଗଡ଼ା, ବିଷମକଟକ:୨ ବାଇକ ମହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ।
୧୧-ଟିମ୍ ଇଣ୍ଡିଆ ଖେଳାଳିଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ଦେଖି ବିସିସିଆଇ ୧୩୧ କୋଟି ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା।
୧୨-ଥିରୁଅନନ୍ତପୁରମ:ସାମସନଙ୍କୁ ଜୋରଦାର ସ୍ବାଗତ,ସଞ୍ଜୁ ହୋଇପାରନ୍ତି ପରବର୍ତ୍ତୀ ଟି ୨୦ ଅଧିନାୟକ।
୧୩-IPL 2026: ମାର୍ଚ୍ଚ ୧୩ ସୁଦ୍ଧା ଆଇପିଏଲ୍ ମ୍ୟାଚ୍ ସେଡ୍ୟୁଲ୍ ଘୋଷଣା
୧୪-କରୋନା ଟୀକା ପାର୍ଶ୍ୱ ପ୍ରତିକ୍ରିୟାରୁ ମୃତ୍ୟୁ : ପ୍ରସ୍ତୁତ ହେବ କ୍ଷତିପୂରଣ ନୀତି।
୧୫-ଯାତ୍ରୀବାହୀ ବିମାନରେ ଫେରିବେ ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟ୍ ଇଣ୍ଡିଜ୍ ଖେଳାଳି।
୧୬-ନୂଆ ଦିଲ୍ଲୀ:ବିର୍ଲାଙ୍କ ବିରୋଧରେ ଅନାସ୍ଥା ଆଲୋଚନା; ଲୋକସଭାରେ ଶାସକ-ବିରୋଧୀ ଦଳ ମୁହାଁମୁହିଁ।
୧୭-ନୂଆଦିଲ୍ଲୀ: ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ମାଗିଲା ଏନସିଇଆରଟି। ବିତରଣ ହୋଇଥିବା ସମସ୍ତ ପୁସ୍ତକ ପ୍ରତ୍ୟାହାର।
୧୮-ମଧ୍ୟ ପ୍ରାଚ୍ୟ ଯୁଦ୍ଧ:ବିଶ୍ବରେ ତୈଳ ସଂକଟ, ଯୁଦ୍ଧରେ ଇରାନର ନୂଆ ସର୍ବୋଚ୍ଚ ନେତା ଆହତ।
୧୯-ଯୁଦ୍ଧ ବନ୍ଦ ନ ହେଲେ ଗୋଟିଏ ଲିଟର ତେଲ ରପ୍ତାନି କରା ଯିବ ନାହିଁ:ଇରାନ
୨୦-ପାକିସ୍ତାନରେ ସଙ୍କଟ: ଦୁଇ ସପ୍ତାହ ସ୍କୁଲ ବନ୍ଦ, ଦରମା ୨୫% ହ୍ରାସ।
