ସକାଳର ଖବର
🌄, ୨୨-ମେ-୨୦୨୩, ସୋମବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଦ ଛୁଇଁ ପ୍ରଣାମ କଲେ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମସ୍ ମାରାପେ l ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ପାପୁଆ ନ୍ୟୁ ଗିନି ଗସ୍ତ ଏବଂ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ।
➡️ ୨-ଆଜି ସକାଳ ୯ଟା ୫୦ରେ ଲୋକସେବା ଭବନରେ ହେବ ରାଜ୍ୟ ନୂଆ ଏଣ୍ଟ୍ରିମାରିଥିବା ମନ୍ତ୍ରୀମାନଙ୍କ ଶପଥପାଠ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।
➡️୩-ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ସକାଳ ୯ଟା ୫୦ରେ ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେବେ। ସ୍ବାସ୍ଥ୍ୟ, ଶିକ୍ଷା ଓ ଶ୍ରମ ମନ୍ତ୍ରୀ ଭାବେ ତିନି ଜଣ ବିଧାୟକଙ୍କୁ ଦାୟିତ୍ବ ମିଳିବ। ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ପ୍ରସନ୍ନ ନାୟକଙ୍କୁ ମନ୍ତ୍ରୀ ପଦ l
➡️୪-ଆସନ୍ତା ଜୁନ ମାସରୁ ବନ୍ଦ ହେବ DBT ମୋଡ୍। ଏଣିକି ମଧୁବାବୁ ପେନସନ୍ ଯୋଜନା(MBPY)ରେ ମିଳୁଥିବା ଭତ୍ତା ଆଉ ଆକାଉଣ୍ଟକୁ ଯିବ ନାହିଁ। ଜୁନ ମାସରୁ ଏହା ସମ୍ପୂର୍ଣ୍ଣ କ୍ୟାସ ଆକାରରେ ଦିଆଯିବ।
➡️୫-ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଭରିବାକୁ ପଡିବ ନାହିଁ କୌଣସି ଫର୍ମ l ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏନେଇ ବିଜ୍ଞପ୍ତି କଲା ଜାରି l
➡️୬-ଶେଷ ପର୍ଯ୍ୟାୟରେ ଇସ୍ରୋ (ISRO)ର ଡିମ୍ ପ୍ରୋଜେକ୍ଟ ଚନ୍ଦ୍ରଯାନ-୩। ଏହି ମହାକାଶ ଯାନକୁ ୟୁଆର ରାଓ ଉପଗ୍ରହ କେନ୍ଦ୍ରରୁ ଜୁଲାଇ ଦ୍ବିତୀୟ ସପ୍ତାହରେ ଲଞ୍ଚ ପାଇଁ ନିର୍ଦ୍ଧାରିତ ହେଲା ସମୟ ।
➡️୭-ଖୋର୍ଦ୍ଧା ହରିପୁର ର ନିଆରା ମେଲଣ, ମହାଦେବଙ୍କ ହେଲା ମହାମିଳନ l ହୋମ ଯଜ୍ଞରେ ପ୍ରକମ୍ପିତ ହେଲା ପରିବେଶ, ବିରାଟ ପଟୁଆରରେ ଆସିଲେ ଦେବାଦେବୀ l
➡️୮-ଆଜିଠାରୁ ୨୪ ତାରିଖ ଯାଏଁ ଶ୍ରୀନଗରରେ ଆରମ୍ଭ ହେବାକୁ ଯାଉଛି G-20 ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀର ସମ୍ମିଳନୀ। ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ସହ ୨ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ଏହା ପ୍ରଥମ ଅନ୍ତର୍ଜତୀୟ ସମ୍ମିଳନୀ।
➡️୯-କାଳବୈଶାଖୀ ପ୍ରଭାବ, ଭୟଙ୍କର ବଜ୍ରପାତ ଯୋଗୁଁ ଭାଙ୍ଗିଲା ସାମ୍ନା ଗ୍ଲାସ, ଜଳିଗଲା ବିଦ୍ୟୁତ ତାର l ଯାଜପୁର ବୈତରଣୀ ରୋଡ୍ ନିକଟରେ ଅଟକିଲା ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍।
➡️୧୦-କୋରିଆନ୍ ଭାଷାରେ ତିଆରି ହେବ ‘ଦୃଶ୍ୟମ’ ଫିଲ୍ମ, ଓସ୍କାର ବିଜୟୀ ଫିଲ୍ମ ‘ପାରାସାଇଟ’ର ଅଭିନେତା ସଙ୍ଗ କଙ୍ଗ ହୋ ନିଭାଇବେ ମୁଖ୍ୟ ଭୂମିକା l ଏହା ପ୍ରଥମ ଭାରତୀୟ ଫିଲ୍ମ ଯାହା କୋରିଆ ଭାଷାରେ ନିର୍ମିତ ହେବାକୁ ଯାଉଛି l
➡️୧୧-ରାଷ୍ଟ୍ରପତି ଅନ୍ଧାରରେ ରହିବା ଘଟଣାରେ ବିଜେପିର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଆଜି l
➡️୧୨-ନୂଆପଡ଼ା ଗସ୍ତରେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ । ପାଞ୍ଚୋଟି ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ l ଏହା ସହ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା l
➡️୧୩-ନୂଆ ସଂସଦ ଭବନର ଉଦଘାଟନ୍ ନେଇ ତେଜିଲା ରାଜନୀତି । ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ଉଦଘାଟନ୍ କରିବାକୁ ରାହୁଲ ଗାନ୍ଧୀ କଲେ ଦାବି l
➡️୧୪-ଆଫଗାନିସ୍ତାନରେ ପ୍ରବଳ ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା l
➡️୧୫-ଆସନ୍ତା ରବିବାର ଦିନ ନୂଆ ସଂସଦ ଭବନ ସାମ୍ନାରେ ମହିଳା ପଞ୍ଚାୟତ ବସାଇବାକୁ ଆନ୍ଦୋଳରତ କୁସ୍ତି ଯୋଦ୍ଧା କଲେ ଘୋଷଣା l
➡️୧୬-ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ନିକଟରେ ଠାବ ହେଲା ପାକିସ୍ତାନ ବେଲୁନ l
➡️୧୭-ହିରୋସୀମା ଶାନ୍ତି ସ୍ମାରକ ସଂଗ୍ରହାଳୟକୁ ଗସ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ l ଜି-୭ ଦେଶର ନେତାମାନେ ପରମାଣୁ ବୋମା ପୀଡ଼ିତଙ୍କ ସ୍ମାରକୀରେ କଲେ ପୁଷ୍କାଞ୍ଜଳି ଅର୍ପଣ ।
➡️୧୮-ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ୱିକେଟରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ l
➡️୧୯-ଆଇପିଏଲରେ ଗତକାଲି ୭୦ତମ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଗୁଜରାଟ୍ ୬ ଓ୍ଵିକେଟ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇଲା l କୋହଲିଙ୍କ ଉପରେ ଭାରି ପଡ଼ିଲେ ଗିଲ୍, ପରାଜୟ ସହ IPL 2023ରୁ ବିଦା ହେଲା RCB, ସେପଟେ ୬୯ ତମ ମ୍ୟାଚ ରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ବିକେଟରେ ପରାସ୍ତ କରି ପ୍ଲେ ଅଫରେ ପହଞ୍ଚିଲା ମୁମ୍ବାଇ ଇଣ୍ଡିଆନ୍ସ l
➡️୨୦-ବାହାରିନର ମାନମାରେ ଚାଲିଥିବା ବାହାରିନ ପାରା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିବା ଓଡ଼ିଶା ଖେଳାଳି ପ୍ରମୋଦ ଭଗତ ସେମି ଫାଇନାଲରେ କଲେ ପ୍ରବେଶ l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ମହାରଣା ପ୍ରତାପ ଜୟନ୍ତୀ ll
🔅ଆଜି ରମ୍ଭା ତୃତୀୟା l
🔅ଆଜି ରାଜା ରମମୋହନରାୟ ଜୟନ୍ତୀ ll
🔅ଆଜି ଜୈବ ବିବିଧତା ପାଇଁ ଆନ୍ତର୍ଜାତୀୟ ଦିବସ ll
🔅ଆଜି ଜାତୀୟ ସାମୁଦ୍ରିକ ଦିବସ ll
🔅ଆଜି ଜାତୀୟ ବାଦ୍ୟ ସଂଗୀତ କିଣା କିଣି ଦିବସ ll
ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll