March 7, 2026

କୁଟ୍ରାରିଗାଁ ରେ ଗଜପତି ପାଷ୍ଟରେଟ ସଂଘ ର ବାର୍ଷିକ ମହାସଭା ଅନୁଷ୍ଠିତ ..

IMG-20260307-WA0002
Share

 

ମୋହନା(ଜୁନେସ ଶବର)ବ୍ରାହଣିଗାଁ ଥାନା କୁଟାରୀଗାଁ ଠାରେ କଟକ

ଡାଇସିସ ର ଗଜପତି ପାଷ୍ଟରେଟ ୟୁନିଅନ ପକ୍ଷରୁ ୨୨ ତମ ବାର୍ଷିକ ମହାସଭା ଆଡମ୍ବର ସହିତ ଅନୁଷ୍ଠିତ ହୋଇଥିଲା। ସେଠାରେ ତିନିଦିନ ଧରି ଚାଲିଥିବା ସମ୍ମିଳନୀ ରେ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ରୁ ଆସିଥିବା ଆଚାର୍ଯ୍ୟ ଷ୍ଟିପେନ ଲିମା ଏବଂ ଆଚାର୍ଯ୍ୟ ଅକ୍ଷୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବାଇବେଲ ରୁ ଈଶ୍ୱରଙ୍କ ବାକ୍ୟ ଅସ୍ଥିର ଜଗତରେ ବିଶ୍ୱାସ ରେ ସ୍ଥିର ରହିବା ପ୍ରସଙ୍ଗ ଉପରେ ବାକ୍ୟ ପରିବେଷଣ କରିଥିଲେ। ଉତ୍ତର ଭାରତ ମଣ୍ଡଳୀ କଟକ ଡାଓସିସ ର ବିଷପ ସୁରେନ୍ଦ୍ର କୁମାର ନନ୍ଦ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ମହାସଭାରେ ଅନ୍ୟତମ ଅତିଥି ଭାବେ କଟକ, ପୁରୀ ଓ ଗଞ୍ଜାମ ପାଷ୍ଟରେଟ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିବା ବେଳେ ଗଜପତି ଜିଲ୍ଲା ୟୁନିଅନ ର ୧୨୭ ଟି ମଣ୍ଡଳୀ ରୁ ଶତାଧିକ ବିଶ୍ୱାସୀ ଯୋଗ ଦେଇଥିଲେ। ଏହି ଅବସରରେ ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଦୀପିକା ମୁଠାମାଝି,୧୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ,ଗଦାପୁର ସରପଞ୍ଚ କୁମାରୀ ମଲ୍ଲିକ,କୁମ୍ଭାରୀ ଗାଁ ସରପଞ୍ଚ ସୁମିତ୍ରା ଦଳ ବେହେରା, ଝିଞ୍ଜିରୀଗୁଡା ସରପଞ୍ଚ ଚାନ୍ଦିନୀ ପ୍ରଧାନ, ପାଣିଗଣ୍ଡା ସରପଞ୍ଚ ବାବୁଲି ମୁଠାମାଝି, ତାଞ୍ଜୁଙ୍ଗିଆ ସମିତି ସଭ୍ୟ ଅକ୍ଷୟ କୁମାର ନାୟକ, କଂଗ୍ରେସ ଦଳ ର ଅମୀର ଚାନ୍ଦ ନାୟକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ତଥା ବିଷପ ସୁରେନ୍ଦ୍ର କୁମାର ନନ୍ଦ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ଆଞ୍ଚଳିକ ତତ୍ୱାବଧାରକ ଆଚାର୍ଯ୍ୟ ଇସାକ ମଣ୍ଡଳ ଓ ଆଚାର୍ଯ୍ୟ ଶାମସନ ଶବର ସମସ୍ତ ଅତିଥି ଙ୍କୁ ସ୍ୱାଗତ କରିଥିଲେ।ଗରଡ଼ମା ପାଷ୍ଟରେଟ ର ସଙ୍ଗୀତ ଦଳ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ଏହି ଦୁଇ ଦିନିଆ ସମ୍ମିଳନୀ ରେ ହଜାର ହଜାର ଧର୍ମ ବିଶ୍ୱାସୀ ଉପସ୍ଥିତ ରହି ପ୍ରଭୁଙ୍କ ବାଣୀକୁ ଉପଭୋଗ କରିଥିଲେ।