March 8, 2026

ସରକାର କେବେ ଶୁଣିବେ ଭିନ୍ନକ୍ଷମ ବୁଢ଼ୀ ମାଆ ଙ୍କ ଦୁଃଖ,କେବେ ମିଳିବ ୩୫ କିଲୋ ଚାଉଳ…

IMG-20260306-WA0021
Share

 

 

କୋଲନରା(ସଞ୍ଜୀବ କୁମାର କଣ୍ଡାଗରୀ)ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ବାଡିସଲା ଗ୍ରାମରେ ଦୁଃଖୀ ରଙ୍କି ମାନଙ୍କ ଦୁଃଖ ଅଧିକାରୀ ମାନେ ବୁଝୁନଥିବା ଅଭିଯୋଗ ହୋଇଛି।ନିରୀହ ଦୁଃଖୀ ରଙ୍କି ମାନଙ୍କ ପାଇଁ ରାଜ୍ୟ ସରକାର ବୁଢ଼ା ବୁଢ଼ୀ ମାନଙ୍କୁ ସହଯୋଗ ର ହାତ ବଢ଼େଇ ଥିବା ବେଳେ ନିରୀହ ବୁଢ଼ା ବୁଢ଼ୀ ମାନଙ୍କ ପାଖରେ ଯୋଜନା ପହଞ୍ଚି ପାରୁନି।ଜାଗିଆମ୍ମା ଜଣେ ବିଧବା ମହିଳା ସଙ୍ଗେ ସେ ଜଣେ ଭିନ୍ନକ୍ଷମ ଅଟନ୍ତି।ସ୍ୱାମୀ ଚାଲିଗଲା ପରେ ନିଜର ବୋଲି କେହି ନାହାଁନ୍ତି।ଏହି ଭଳି ଭିନ୍ନକ୍ଷମ ଲୋକଙ୍କ ପାଇଁ ଏକ ମାତ୍ର ସାହା ଭରସା ରାଜ୍ୟ ସରକାର। ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ବେଳେ ଲୋକଙ୍କ ସମସ୍ୟା ଉପରେ ଦୃଷ୍ଟି ଦେବାକୁ ବିଭିନ୍ନ ଯୋଜନା ରେ ଭିନ୍ନ ଭିନ୍ନ ପଦାଧିକାରୀ ନିୟୋଜିତ ହୋଇ ଲୋକଙ୍କ ସମସ୍ୟା କୁ ସରଳତା ସହ ଲୋକଙ୍କ ସେବା କରିବା ପାଇଁ ମୋଟା ଅଙ୍କର ବେତନ ମଧ୍ୟ ନେଉଛନ୍ତି।କିନ୍ତୁ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ନିହାତି ଅସହାୟ ଲୋକ ମାନଙ୍କ ପାଇଁ ଅନ୍ୟ ପ୍ରକାର ସୁବିଧା ଥିବା ବେଳେ ଅଧିକାରୀ ମାନେ ସ୍ୱତନ୍ତ୍ର ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।ସେଥି ଯୋଗୁଁ ନିରୀହ ଲୋକ ମାନେ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ରହୁଥିବା ଦେଖିବାକୁ ମିଳିଛି।ଏହି ସବୁ ଯୋଜନା ରୁ ବଞ୍ଚିତ ହେଉଥିବା ଜାଗିଆମ୍ମା କହିଛନ୍ତି।ମୁଁ ଜଣେ ଭିନ୍ନକ୍ଷମ ହୋଇ ଥିବାରୁ ମୋତେ ଏହିଭଳି ଅସୁବିଧା ହେଉଛି। ମୁଁ ଭିନ୍ନକ୍ଷମ ଯୋଗୁଁ ପଞ୍ଚାୟତ ରେ ମିଳୁଥିବା ଖାଦ୍ୟ ସୁରକ୍ଷା ଯୋଜନା ର ଚାଉଳ ଏବଂ ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ ପାରୁନାହିଁ।ଯାହା ଫଳରେ ଦିନେ ଦୁଇ ଦିନ ଭୋକିଲା ରହିବାକୁ ପଡୁଛି ବୋଲି କହିଛନ୍ତି ଭିନ୍ନକ୍ଷମ ମହିଳା ଜଣକ।ଯେଉଁ ପାଞ୍ଚ କେଜି ଚାଉଳ ଦେଉଛନ୍ତି ସେଇ ପାଞ୍ଚ କେଜି ଚାଉଳ ମାସରେ ଖାଇବାକୁ ପାଉନି।ମୁଁ ତ ନିଜେ ଭିନ୍ନକ୍ଷମ ମଜୁରୀ କାମ କରିପାରିବି ନାହିଁ ତଥାପି ସରକାର ମୋ କଥା ବୁଝୁନାହିଁ।ମୋର କେତେ ବେଳେ ଜୀବନ ଚାଲି ଯିବ ନିଜେ ଜାଣିନାହିଁ।ମୋର ମୃତ୍ୟୁ ର କାରଣ ସ୍ଥାନୀୟ ସରପଞ୍ଚ,ଗ୍ରାମ ସେବକ, ବିଡ଼ିଓ ଦାୟି ରହିବେ ବୋଲି କାନ୍ଦି କାନ୍ଦି ନିଜର ଦୁଃଖ ପ୍ରକାଶ କରିଥିଲେ ଜାଗିଆମ୍ମା।ବର୍ତ୍ତମାନର ସରକାର ଯୋଜନା ଉପରେ ଯୋଜନା କରି ନିରୀହ ଲୋକଙ୍କ ଦୁଃଖ ଦୂର କରିବା ନିର୍ବାଚନ ବେଳେ କହି ସରକାର କୁ ଆସିଛନ୍ତି।କିନ୍ତୁ ଆଜି ପର୍ଯ୍ୟନ୍ତ କିଏ ନିହାତି ଦୁଃଖୀ ରଙ୍କି ଲୋକ ସରକାର ଚିହ୍ନଟ କରି ପାରିଲା ନାହିଁ ବୋଲି ସାଧାରଣରେ ଦାବି ହେଉଛି।ନିହାତି ଗରିବ ରୁ ଗରିବ ଲୋକ ମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଯୋଜନା ଥିବା ବେଳେ ବାଙ୍କିଲି ଗ୍ରାମ ପଞ୍ଚାୟତରେ ଯାହାର ସ୍ୱଚ୍ଛଳରେ ପରିବାର ପ୍ରତିପୋଷଣ ହେଉଛି ସେଇ ପରିବାର ଅନ୍ତଦ୍ୟୋୟ ଅନ୍ନ ଯୋଜନାରେ ୩୫ କେଜି ଚାଉଳ ପାଉଛନ୍ତି।କିନ୍ତୁ ଆମ ଭଳି ଅନେକ ଗରିବ ଲୋକ ଅନ୍ତଦ୍ୟୋୟ ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି ବୋଲି ଜାଗିଆମ୍ମା କହିଛନ୍ତି।ଆମେତ ଗରିବ ଲୋକ ଆଉ ଭିନ୍ନକ୍ଷମ ଆମ କଥା କିଏ ପଚାରେ ବୋଲି ଦୁଃଖ ରେ ଅଶ୍ରୁ ଜଳ ଜଳ ହୋଇ ଗୁହାରି କରି ଆମ ପ୍ରତିନିଧି ଙ୍କ ଆଗରେ କହିଥିଲେ।ଏହି ସମ୍ପର୍କ ନେଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୀବନ ଜେନା ଓ ବାଙ୍କିଲି ଗ୍ରାମ ପଞ୍ଚାୟତ ସରପଞ୍ଚ କୁନି ମାଣ୍ଡାଙ୍ଗି କୁ ପଚାରି ବୁଝିବାରୁ ସେ କହିଲେ କି ଆମ ପଞ୍ଚାୟତ ସମିତି କୋଲନରା ର ଅଧିକାରୀଙ୍କୁ ଅବଗତ କରେଇବୁ ବୋଲି କହିଥିଲେ।କେବେ ଏହି ଭଳି ଭିନ୍ନକ୍ଷମ ସହ ବିଧବା ଜାଗିଆମ୍ମାଙ୍କ ପରି ଭତ୍ତା ପାଉଥିବା ବୁଢ଼ା ବୁଢ଼ୀ ମାନଙ୍କୁ ନିଜ ଘରେ ନେଇ ସାଧାରଣ ବଣ୍ଟନ ଚାଉଳ ସହ ଭତ୍ତା ପ୍ରଦାନ କରିବେ ବୋଲି ସାଧାରଣରେ ଦାବି ହୋଇଛି।ସରକାରୀ ସୁବିଧାରେ ବଞ୍ଚିତ ହେବେ ନାହିଁ ତ ବୋଲି ସାଧାରଣରେ ଆଲୋଚନା ହେଉଛି। ମୋ ଭଳି ଅସୁବିଧା କାହାରିକୁ ନ ଆସୁ ବୋଲି ଜାଗିଆମ୍ମା ଠାକୁର ଙ୍କୁ ହାତ ଟେକି ଦେଇଛନ୍ତି।ଏହି ସମସ୍ୟା କୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ନେଇ ସମସ୍ୟା ର ସମାଧାନ କରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।