ଭାରତୀୟ ମଜଦୁର ସଙ୍ଘ କୋରାପୁଟ ଶାଖା ର ଜିଲ୍ଲା ପ୍ରଶାସନ କୁ ଦାବୀ ପତ୍ର ପ୍ରଦାନ
କୋରାପୁଟ (ଗୁପ୍ତେଶ୍ୱର ରଥ)
ଆଜି ଭାରତୀୟ ମଜଦୁର ସଙ୍ଘ ର କୋରାପୁଟ ଜିଲ୍ଲା ଶାଖା ତରଫରୁ ଜିଲ୍ଲା ସଭାପତି ବିରଞ୍ଚି ନାରାୟଣ ସଡ଼ଙ୍ଗୀ ଙ୍କ ଆହ୍ୱାନ ରେ ଆଜି ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଧାନ ମନ୍ତ୍ରୀ ଓ ମୂଖ୍ୟ ମନ୍ତ୍ରୀ ଙ୍କ ନିକଟ କୁ ବିଭିନ୍ନ ସମସ୍ୟା କୁ ନେଇ ଦାବିପତ୍ର କରାଯାଇଥିଲା ଆଶାକର୍ମୀ ଙ୍କୁ NHM ରେ ସରକାରୀ ମାନ୍ୟତା ପ୍ରଦାନ କରିବା ପ୍ରତିଗ୍ରାମ ରେ ଓ ମେଡିକାଲ ରେ ଆଶାକର୍ମୀ ଙ୍କ ପାଇଁ ଗୃହ ନିର୍ମାଣ କରାଯାଉ ସେବାନିବୃତ୍ତ ସମୟରେ ଦଶ ଲକ୍ଷ ଟଙ୍କା ପ୍ରଦାନ କରାଯାଉ l କାଯ୍ୟ କ୍ଷେତ୍ରରେ 5ଗ ମୋବାଇଲ ପ୍ରଦାନ କରାଯାଉ l ସେହିପରି ଅଙ୍ଗନବାଡି କର୍ମୀ ଙ୍କୁ ସମାନ କାଯ୍ୟ କୁ ସମାନ ଦରମା ପ୍ରଦାନ କରିବା ସମସ୍ତ ସରକାରୀ ସୁବିଧା ପ୍ରଦାନ କରିବା ଶିକ୍ଷା ଗତ ଯୋଗ୍ୟତା ଅନୁସାରେ ପ୍ରମୋସନ ପ୍ରଦାନ କରିବା ଓ 2021ରୁ ବନ୍ଦ ଥିବା ଦରମା ତୁରନ୍ତ ପ୍ରଦାନ କରିବା ସେହିପରି ଶ୍ରମିକ ମାନଙ୍କ ର ସମସ୍ତ ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରିବା ଜୟପୁର ସ୍ଥିତ ପେପର ମିଲ କୁ କାଯ୍ୟକ୍ଷମ କରିବା ଭଳି ଅନେକ ସମସ୍ୟା ଅନ୍ତର୍ଭୁକ୍ତ ଅଟେ l ଆଜିର ଏହି କାଯ୍ୟକ୍ରମ ଜିଲ୍ଲା ର ସମସ୍ତ ଅଙ୍ଗନବାଡି ଆଶାକର୍ମୀ ଓ ଶ୍ରମିକ ଭାଇ ମାନେ ସାମିଲ ହୋଇଥିଲେ l
