May 30, 2026

ଋଷିକୁଲ୍ୟା ରୋକେରୀ କୁ ଜୈବ ବିବିଧତା ଐତିହ୍ୟ ସ୍ଥଳ ଭାବେ ଘୋଷଣା ପାଇଁ ଵି ଏମ ସି ର ପ୍ରସ୍ତାବ 

IMG-20260222-WA0001
Share

 

 

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ କନଫରେନ୍ସ ହଲରେ

ଓଡିଶା ଜୈବ ବିବିଧତା ବୋର୍ଡ ଦ୍ୱାରା ଗଞ୍ଜାମ ଜିଲ୍ଲାର 8ଟି ଜୈବ ବିବିଧତା ପରିଚାଳନା ସମିତିର ସଦସ୍ୟ ମାନଙ୍କୁ ନେଇ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଏକ ଦିବସିୟ ବୈଠକରେ ଗଞ୍ଜାମ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ l ଓଡିଶା ଜୈବ ବିବିଧତା ବୋର୍ଡରୁ ବନ ଖଣ୍ଡ ଅଧିକାରୀ ଶିଶିର କୁମାର ମିଶ୍ର, ଓ ଡ଼କ୍ଟର ସତ୍ୟ ରଞ୍ଜନ ବେହେରା ପ୍ରାଣି ବିଜ୍ଞାନୀ ଉପସ୍ଥିତ ରହିଥିଲେ l ମୁଖ୍ୟ ଵକ୍ତା ଭାବେ ପ୍ରାଣି ବିଶେଷଜ୍ଞ ଡ଼କ୍ଟର ଶିବ ପ୍ରସାଦ ପରିଡା ଓ ଉଦ୍ଭିଦ ବିଜ୍ଞାନୀ ଡ଼କ୍ଟର ପ୍ରସନ୍ନ ନାୟକ ଗଞ୍ଜାମ ଓ ଓଡିଶାର ଜୈବ ବିବିଧତା ବିଷୟରେ ନିଜ ନିଜର ଅବିଭାଷଣ ପ୍ରଦାନ କରିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ l ଡ଼କ୍ଟର ସତ୍ୟ ରଞ୍ଜନ ବେହେରା ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ଅଞ୍ଚଳକୁ ଜୈବ ବିବିଧତା ଓ ଐତିହ୍ୟ ସ୍ଥଳ ପାଳିବନ୍ଧ, ରାମଗଡ଼ ପଞ୍ଚାୟତ ଅଞ୍ଚଳ ଜୈବ ବିବିଧତା ପରିଚାଳନା ସମିତିର ଆବେଦନ ବିଷୟରେ ସଭାରେ ସମ୍ପୂର୍ଣ୍ଣ ଆଲୋଚନା କରିଥିଲେ l

ଓଡିଶାର ଜୈବ ବିବିଧତା ଐତିହ୍ୟ ସ୍ଥଳ କଣ, ଏହାର ଆଭିମୁଖ୍ୟ ଗୁରୁତ୍ୱପୂର୍ଣ୍ଣତା ଓ ଆବଶ୍ୟକ ସମ୍ପର୍କରେ ସଭାରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଋଷିକୁଲ୍ୟାର ଐତିହାସିକ, ସାଂସ୍କୃତିକ ଓ ପରମ୍ପାରିକ ଜ୍ଞାନ ଏବଂ ବିଭିନ୍ନ ଜୈବ ବିବିଧତାର ସମାହାର ବିଷୟରେ ଆଲୋଚନା କରିଥିଲେ l ଋଷିକୁଲ୍ୟା ରୋକେରୀ ଏକ ବିଶ୍ୱ ପ୍ରସିଦ୍ଧ ଅଲିଭ ରିଡଲେ ଗଣ ଅଣ୍ଡାଦାନ କେନ୍ଦ୍ର ବୋଲି ସୁତନ୍ତ୍ର ପରିଚୟ ରହିଛି l ଏହି ସ୍ଥଳକୁ ସ୍ଥାନୀୟ ସମ୍ପ୍ରଦାୟ ଦ୍ୱାରା କେମିତି ଅଧିକ ସଂରକ୍ଷଣ କରିହେବ ସେ ସମ୍ଭନ୍ଧରେ ଆଲୋଚନା କରିହେବ ଏହି ସ୍ଥଳ 737 ହେକ୍ଟର, ବଟେଶ୍ଵର ପୀଠ ଠାରୁ ପୋତାଗଡ଼ ଦୁର୍ଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହା ମଧ୍ୟରେ ପ୍ରୟାଗି ର ପି ଆର ଏଫ ଜଙ୍ଗଲ, ଝାଉଁ ଜଙ୍ଗଲ ମଧ୍ୟ ମିଶି ଯାଉଛି l ଏହାର ସଂରକ୍ଷଣ, ସୁରକ୍ଷା ଆମର ଦାୟିତ୍ୱ ବୋଲି ଜୈବ ବିବିଧତା ପରିଚାଳନା ସମିତିର ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ l ଏହି ସମ୍ପର୍କରେ କୌଣସି ବ୍ୟକ୍ତିଙ୍କର କିଛି ଅଭିଯୋଗ ରହିଥିଲେ ସରକାରଙ୍କୁ ପତ୍ର ଲେଖେ ଅବଗତ କରିବେ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଥିଲେ l