March 11, 2026

ରାଜରାସ୍ତାରେ ଗର୍ଜିଲେ ଶ୍ରମିକ..

IMG-20260212-WA0044
Share

      ରାଜରାସ୍ତାରେ ଗର୍ଜିଲେ ଶ୍ରମିକ। ଆଇଓସିଏଲ ରାସ୍ତା ଜାମ କଲେ, ପାରାଦୀପ ବନ୍ଦର ଫାଟକ ଘେରିଲେ। ଇନକିଲାବ ଜିନ୍ଦାବାଦ୍ ନାରାରେ ପ୍ରକମ୍ପିତ ହେଲା ରାଜରାସ୍ତା। ଶ୍ରମିକଙ୍କ ଦାବି ସରକାର ପୂରଣ କରନ୍ତୁ ବୋଲି ଶ୍ରମିକ ଦାବି କଲେ। ପାରାଦୀପରେ ମଧ୍ୟ ଶ୍ରମିକ ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ପାରାଦୀପ ବନ୍ଦରର ୩ ନମ୍ବର ଫାଟକ, IOCL ରିଫାଇନାରୀ ରାସ୍ତାର ରଙ୍ଗିଆଗଡ ବ୍ରିଜ, ତ୍ରିଲୋଚନପୁର ରାସ୍ତା, କୁଜଙ୍ଗ ବଜାର ନିକଟରେ ଶ୍ରମିକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଶ୍ରମିକ କୋର୍ଡ ପ୍ରତ୍ୟାହାର, ବିଦ୍ୟୁତ ସଂଶୋଧନ ବିଲ୍ ବାତିଲ, ରାଷ୍ଟ୍ରୀୟ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ ଏବଂ ଘରୋଇକରଣ ବନ୍ଦ ଇତ୍ୟାଦି ଦାବି ନେଇ ଧର୍ମଘଟରେ ସାମିଲ ହୋଇଛନ୍ତି ଶ୍ରମିକ ସଂଗଠନ। ସେହିପରି କୁଜଙ୍ଗରେ ଭାରତ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି। ଶ୍ରମିକନେତା ସୁବାସ ମହାପାତ୍ର ଏବଂ ଜିନ୍ମୟୀ ସାହାଣୀଙ୍କ ନେତୃତ୍ୱରେ ଶତାଧିକ ଆନ୍ଦୋଳନକାରୀ କୁଜଙ୍ଗ ବଜାର ପରିକ୍ରମଣ କରି କଟକ-ପାରାଦୀପ ରାସ୍ତା ଦେଇ ବ୍ଲକ ପଡିଆ ନିକଟରେ ପହଞ୍ଚିଥିଲେ। ବ୍ଲକ କାର୍ଯ୍ୟାଳୟ ନିକଟରେ ରାସ୍ତା ଉପରେ ବସି ଧାରଣ ଦେଇଥିଲେ ଏବଂ ପ୍ରତିବାଦ ସଭା କରିଥିଲେ। କୁଜଙ୍ଗ ପୋଲିସ ଆଇନଶୃଙ୍ଖଳା ପରିସ୍ଥିତି ସ୍ବାଭାବିକ ରଖିଥିଲା। ଏହି ପ୍ରତିବାଦ ଶୋଭାଯାତ୍ରାରେ ସଂଖ୍ୟାଧିକ ଆଶାକର୍ମୀ ଏବଂ ଅଙ୍ଗନୱାଡି କର୍ମୀ ସାମିଲ ହୋଇ ଥିଲେ ପାରାଦ୍ୱୀପ ରୁ ଦେବାଶିଷ ପାଣି କ ରିପୋଟ ଉପାନ୍ତ ଖବର