ଟିୟୁସିଆଇ ନେତୃତ୍ୱରେ ଧର୍ମଘଟ କୁ ସଫଳ କରିବା ପାଇଁ ଓହ୍ଲାଇଲେ ଶହଶହ ଶ୍ରମିକ

IMG-20260212-WA0019
Share

 

ହିଞ୍ଜିଳିକାଟୁ, ତା ୧୨/୦୨. ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ଗଞ୍ଜାମ ଜିଲ୍ଲା କମିଟି ନେତୃତ୍ୱରେ ସର୍ବଭାରତୀୟ ଶ୍ରମିକ ଧର୍ମଘଟକୁ ସଫଳ କରିବା ପାଇଁ ଆଜି ହିଞ୍ଜିଳିକାଟୁ ବ୍ଲକର ଗ୍ରାମାଞ୍ଚଳରରୁ ଶହ ଶହ ମନରେଗା ଶ୍ରମିକ, କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ, ଘରୋଇ ମହିଳା ଶ୍ରମିକ ଆଦି ବ୍ଳକ ଛକରେ ଏକାଠି ହୋଇଥିଲେ। ଶ୍ରମିକ ବିରୋଧୀ ୪ ଶ୍ରମ ସଂହିତା ପ୍ରତ୍ୟାହାର ଏବଂ ଭିଭିଜିରାମ ବଦଳରେ ମନରେଗା ଆଇନକୁ ପୁନଃ ସ୍ଥାପନା କରିବା, ସମସ୍ତଙ୍କ ହାତକୁ କାମ, ସର୍ବନିମ୍ନ ମଜୁରୀ ଆଇନକୁ କଡ଼ାକଡ଼ି ପାଳନ କରିବା, ୮ ଘଣ୍ଟା କାର୍ଯ୍ୟ ଦିବସ କୁ ସୁନିଶ୍ଚିତ କରିବା, ଠିକା ଓ ଚୁକ୍ତି ଭିତ୍ତିକ ନିଯୁକ୍ତି ରଦ୍ଦ କରି ସ୍ଥାୟୀ ନିଯୁକ୍ତି, ମନରେଗା ଶ୍ରମିକଙ୍କ ହରିଲୁଟ୍ ହେଉଥିବା ମଜୁରୀ ଶ୍ରମିକଙ୍କୁ ପ୍ରଦାନ କରିବା, ଶ୍ରମିକ କର୍ମଚାରୀମାନଙ୍କର ୧୪ ଦଫା ଦାବିକୁ ମାନିନେବା, ଦୈନିକ ସର୍ବନିମ୍ନ ମଜୁରୀ ୧୦୦୦ ଟଙ୍କା କୁ ବୃଦ୍ଧି କରିବା, ବିଦ୍ୟୁତ ବିଲ୍ ୨୦୨୫ କୁ ପ୍ରତ୍ୟାହାର କରିବା, ଗିଗ ଓ୍ବାର୍କରଙ୍କୁ ଶ୍ରମିକ ମାନ୍ୟତା ଓ ସମସ୍ତ ସାମାଜିକ ସୁରକ୍ଷା, ରାଜ୍ୟର ସମସ୍ତ ନିର୍ମାଣ ଓ ଅସଂଗଠିତ ଶ୍ରମିକଙ୍କ ପଞ୍ଜୀକରଣ ଓ ସାମାଜିକ ସୁରକ୍ଷା, ସମାନ କାମକୁ ସମାନ ମଜୁରୀ, ଶ୍ରମିକ ସ୍ୱାର୍ଥରକ୍ଷା ଦିଗରେ ପେନସନ ସ୍କିମ, ଚାଷୀ ଓ ବିଦ୍ୟୁତ ଉପଭୋକ୍ତାଙ୍କ କଷ୍ଟାର୍ଜିତ ଟଙ୍କାକୁ ହରିଲୁଟ୍ କରୁଥିବା ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା, ସର୍ବନିମ୍ନ ପେନସନ ମାସିକ ୧୦ ହଜାର ଟଙ୍କାକୁ ବୃଦ୍ଧି, ସମସ୍ତ ବେକାରୀଙ୍କୁ ନିଯୁକ୍ତି ନହେଲେ ବେକାରୀ ଭତ୍ତା ଆଦି, ଭତ୍ତା ପ୍ରଦାନରେ ଟାଳଟୁଳ ନୀତିକୁ ତୁରନ୍ତ ବନ୍ଦ କରିବା, କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କ ବେନିଫିଟ ଆବେଦନ ର ୨ ମାସରେ ପ୍ରଦାନ କର, କୃଷକ ବିରୋଧୀ ଓ ଦେଶ ବିରୋଧୀ ଆମେରିକା ଅନ୍ତରୀଣ ଚୁକ୍ତିକୁ ରଦ୍ଦ କରିବା ଆଦି ସ୍ଳୋଗାନ ଦେଇ ତହସିଲ, ବ୍ଳକ, ରାଷ୍ଟ୍ରାୟତ ବ୍ୟାଙ୍କ, ଦୋକାନ ବଜାର, ଅଫିସ, ଦପ୍ତର, ସ୍କୁଲ, କଲେଜ ଆଦି ବନ୍ଦ କରିବା ସହ ରାସ୍ତା ଅବରୋଧ କରିଥିଲେ। ଆମେରିକା ସାମ୍ରାଜ୍ୟବାଦର ଦଲାଲ, କର୍ପୋରେଟ ଦଲାଲ ମୋଦି ସରକାରଙ୍କ ଶ୍ରମିକ, କୃଷକ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିବା ସହ ମନରେଗା ଆଇନକୁ ଧ୍ବଂସ କରି ଗ୍ରାମୀଣ ଭାରତର ବିକାଶକୁ ଅବରୋଧ କରିବା ପାଇଁ ମୋଦୀ ସରକାରଙ୍କ ଷଡଯନ୍ତ୍ରକୁ ଏ ଦେଶର ଶ୍ରମିକ, କର୍ମଚାରୀ କୃଷକ ବନ୍ଧୁ ବରଦାସ୍ତ କରିବେ ନାହିଁ ବୋଲି ଜଣାଇଥିଲେ। ଶ୍ରମଜୀବୀ ଜନଗଣଙ୍କ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସମସ୍ତଙ୍କ ଏକତା ଓ ଦୁର୍ବାର ଆନ୍ଦୋଳନ ଆବଶ୍ୟକ ଯେପରିକି ପୁଞ୍ଜିବାଦ ର ପତନ ହୋଇ ଶ୍ରମଜୀବି ଜନଗଣଙ୍କ ବିଜୟ ସେଥିପାଇଁ ସମସ୍ତ ଶ୍ରମିକ ସଂଗଠନ, କୃଷକ ସଂଗଠନ, ପ୍ରଗତିଶୀଳ ସଂଗଠନ ଏବଂ ଗଣତାନ୍ତ୍ରିକ ଶକ୍ତି ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। AIUTUC ନିମାଇଁ ଚରଣ ସାହୁ, ପୁପୁନ ସାହୁ, ନାରାୟଣ ସାହୁ, କିଷାନ୍ ସାହୁ, ସାଥି ସୋମନାଥ ବେହେରା ଆଦି ଶ୍ରମିକ ମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ। ଓଡ଼ିଶା ମନରେଗା ଶ୍ରମିକ ୟୁନିଅନର ଯଶୋଦା ନାଇକ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ଶାନ୍ତି ନାଇକ, ଜାମିନି ଦାସ, ସରସ୍ଵତୀ ନାୟକ, ସଂଗ୍ରାମୀ ଶ୍ରମିକ ୟୁନିଅନର ପି ଯୋଗେନ୍ଦ୍ର, ଘରୋଇ ମହିଳା ଶ୍ରମିକ ୟୁନିଅନର ଵିନୋଦିନି ଦାସ,ଏନ୍ ରାଜେଶ୍ଵରି, ରିତା ଦାସ, କ୍ରାନ୍ତିକାରୀ କୃଷକ ସଭା ର ଲକ୍ଷ୍ମୀ ନାୟକ ଆଦି ଯୋଗଦେଇଥିଲେ। ବିଜୁପଟ୍ଟନାୟକ ଛକରେ ଆୟୋଜିତ ସଭାରେ ଯଶୋଦା ନାୟକ ଅଧ୍ୟକ୍ଷତା କରିଥିଲେ।