ଉଦଘାଟିତ ହେଲା ବାବା ଯୋଡାଲିଙ୍ଗ କଲ୍ୟାଣ ମଣ୍ଡପ
ପୁରୀଜିଲ୍ଲା ପୁରୀ ସଦର ଗଡ଼ମୃଗଶିରା ଗ୍ରାମପଞ୍ଚାୟତ ରେ ଅବସ୍ଥିତ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ବାବା ଯୋଡାଲିଙ୍ଗଙ୍କ ପୀଠ l ଏହି ଶୈବପୀଠ କୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିବାପାଇଁ ଆସନ୍ତି l ଏଠାରେ ବାବାଙ୍କ ଦର୍ଶନ ସହିତ ପ୍ରସାଦ ପ୍ରସ୍ତୁତ କରି ବାବାଙ୍କୁ ଭୋଗ ଲଗାଇ ପ୍ରସାଦ ସେବନ କରି ଯାଆନ୍ତି l ଏବଂ ବାବାଙ୍କ ନିକଟବର୍ତ୍ତୀ ଗ୍ରାମ ଗୁଡିକର ବାସିନ୍ଦାମାନେ ବାବାଙ୍କ ମନ୍ଦିର ନିକଟରେ ମାନସିକ ରଖି ନିଜ ପିଲାମାନଙ୍କର ଜନ୍ମଦିନ, ବ୍ରତଘର, ବିବାହ ଇତ୍ୟାଦି କାର୍ଯ୍ୟକ୍ରମ କରିଥାନ୍ତି କିନ୍ତୁ ଦୁଃଖର ବିଷୟ ଯଦି ବର୍ଷା ହୋଇଗଲା ତ ରନ୍ଧା ଯାଇଥିବା ପ୍ରସାଦ କୁ ସୁରକ୍ଷା ଦେବା ତ ଦୂରର କଥା ନିଜର ମୁଣ୍ଡ ଗୁଞ୍ଜିବାକୁ ବି ଜାଗା ଟିକିଏ ମିଳେନି l ଏହାକୁ ଆଖି ଆଗରେ ରଖି ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏଠାରେ ଏକ କଲ୍ୟାଣ ମଣ୍ଡପ ର କଳ୍ପନା କରି କାର୍ଯ୍ୟ ଆରମ୍ଭ କରିଥିଲେ l ଆଜି ବାବା ଯୋଡାଲିଙ୍ଗ ଙ୍କ ପୀଠରେ କଲ୍ୟାଣ ମଣ୍ଡପ କାର୍ଯ୍ୟ ସମ୍ପନ୍ନ ହୋଇ ଉଦଘାଟନ କରାଯାଇଥିଲା l ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଲୋକସଭା ସାଂସଦ ସମ୍ବିତ ପାତ୍ର ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରି କଲ୍ୟାଣ ମଣ୍ଡପ ର ଶୁଭଦଘାଟନ କରିଥିଲେ l ଏହି ଉଦ୍ଘାଟନୀ ଉତ୍ସବ ରେ ଏକ ହଜାର ରୁ ଉର୍ଦ୍ଧ ପୁରୁଷ ଓ ମହିଳା କର୍ମୀ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସ୍ଥାନୀୟ ମଣ୍ଡଳ ସଭାପତି, ସରପଞ୍ଚ ଓ ସମିତିସଭ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
