ଉମରକୋଟ ନିକଟସ୍ଥ ବକଦା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ…….


ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ବ୍ଲକ୍ ସ୍ଥିତ ପି ଏମ ଶ୍ରୀ ବକଦା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ଦେବୀ ମନ୍ଦିର ରୁ ମଶାଲ ଶୋଭାଯାତ୍ରା ସ୍କୁଲ ପଡ଼ିଆ ରେ ପହଞ୍ଚିବା ପରେ ଅନୁଷ୍ଠାନ ର ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ ଓ ପରିଚାଳନା କମିଟି ସଭାପତି ଶ୍ରୀ ଘାସିଆ ପୂଜାରୀ ଏହାର ଶୁଭ ଉଦ୍ଘାଟନ କରିଥିଲେ। ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଭିନ୍ନ ବର୍ଗ ରେ ବିଭକ୍ତ କରାଯାଇ ପୁଚି,ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ମାର୍ବଲ ଚାମଚ, ତିନି ଗଡିଆ ଦୌଡ଼ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଜି ଏହାର ଉଦଯାପନୀ ଦିବସ ରେ ଅଲିମ୍ପିକ ମୂଲ୍ୟ ବୋଧକ ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ କ୍ରୀଡ଼ା ପ୍ରତିଯୋିତା ରେ ବିଭିନ୍ନ କ୍ରୀଡ଼ା ଆୟୋଜନ କରାଯାଇଥିଲା। ଏଥିରେ କପେନା ଉଚ୍ଚ ବିଦ୍ୟାଳୟ, ଉମରଗାଁ , ସରାଗୁଡ଼ା, ସ୍ୱର୍ଣ୍ଣପୂରୀ ଓ ଗୋତିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଉମରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ବୈଷ୍ଣବ ଚରଣ ସେଠୀ, ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା କ୍ରୀଡାବିତ୍ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଶିକ୍ଷକ ଶ୍ରୀ କୋଲିନ୍ ଦାସ, ଅଞ୍ଜନ ମଣ୍ଡଳ , ନରେନ୍ଦ୍ର ହରିଜନ, ସାଗରିକା ବୈଦ୍ୟ, ଦେବ କୁମାର ଦେ, ଶାଚିଦାନନ୍ଦ୍ ମହାପାତ୍ର, ନିଖିଲ ବିଶ୍ଵାସ, ଶିବଶଙ୍କର ପତି, ସୁଧାଂଶୁ ଶେଖର ସାହୁ, ଏମ ଡି ସର୍ଫରାଜ, ଉତ୍ତମ ଦାସ, କରୁଣାକର ମାଝୀ, ଦୈମନ୍ ଭତ୍ରା, ସଞ୍ଜିତ କୁମାର ସ୍ବାଇଁ, ପ୍ରଦୀପ ରାଉତ, ମାନସ ସାହୁ, ନୀଳାମ୍ବର ଜାନି, ଜନ୍ମେଜୟ ପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।
