ଖବର ଆଜିର
ତାରିଖ ୧୮/୦୫/୨୦୨୩ ଗୁରୁବାର ।
‘ପ୍ରେମ ବିବାହରେ ହେଉଛି ଅଧିକ ଛାଡପତ୍ର’: ଦମ୍ପତିଙ୍କୁ ଧ୍ୟାନ କରିବା ପାଇଁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ।
ଆଜି ଦିନ ୧୦ଟାରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodisha.ac.in http://odisha.indiaresults.com/bse-orissa/mindex.html କୁ ଯାଇ ନିଜର ମାଟ୍ରିକ ରେଜଲ୍ଟ ଜାଣି ପାରିବେ।
ଚାଷୀଙ୍କୁ ମୋଦୀ ସରକାରଙ୍କ ବଡ଼ ଉପହାର। କେନ୍ଦ୍ର ସରକାର ଖରିଫ୍ ଋତୁ ପାଇଁ ୧.୮ ଲକ୍ଷ କୋଟିର ସାର ସବସିଡିକୁ ମଞ୍ଜୁରୀ ଦେଇଛନ୍ତି। କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭେୟ ଏହି ସୂଚନା ଦେଇଛନ୍ତି।
ଇମ୍ରାନ ଖାନଙ୍କ ଘରେ ୩୦ରୁ ୪୦ ଆତଙ୍କବାଦୀ ଲୁଚିଥିବା ସୂଚନା: ଇମ୍ରାନଙ୍କ ବାସଭବନ ଘେରିଲା ପୋଲିସ ।
ଆଜି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।
ବଢ଼ିଲା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସଂଖ୍ୟା, କେଦାରନାଥ ଯାତ୍ରାରେ ଏପର୍ଯ୍ୟନ୍ତ ଗଲାଣି ୨୪ ଜଣକ ଜୀବନ ।
ବିମାନରେ ବିଡ଼ି ଟାଣି ଗିରଫ ହେଲେ ବ୍ୟକ୍ତି। ଆକାଶ ଏୟାର ବିମାନରେ ଏଭଳି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ବିମାନଟି ଅହମଦାବାଦରୁ ବେଙ୍ଗାଲୁରୁ ଯାଉଥିଲା। ବିମାନର ଟୟଲେଟ୍କୁ ଯାଇ ବିଡ଼ି ଟାଣିଥିଲେ ରାଜସ୍ଥାନର ମାରୱାର ଅଞ୍ଚଳର ୫୬ ବର୍ଷୀୟ ବ୍ୟକ୍ତି ପ୍ରବୀଣ କୁମାର।
ହିଣ୍ଡେନବର୍ଗ ଓ ଆଦାନୀ ମାମଲାର ଶୁଣାଣି କଲେ ସୁପ୍ରିମକୋର୍ଟ, ଅଗଷ୍ଟ ୨୪ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସେବିକୁ ନିର୍ଦ୍ଦେଶ ।
ଜୋମାଟୋ ଆଣିଲା ନିଜସ୍ବ ୟୁପିଆଇ, ଆପ୍ରେ ହିଁ ହୋଇଯିବ ପେମେଣ୍ଟ ।
ପରଲୋକରେ ହିନ୍ଦୁଜା ଗ୍ରୁପ୍ ଅଧ୍ୟକ୍ଷ ଏସ୍ପି ହିନ୍ଦୁଜା: ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ ।
ସନାତନ ଚୌଧୁରୀ ହତ୍ୟା ମାମଲା; ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।
ଗାଙ୍ଗୁଲିଙ୍କୁ ମିଳିଲା ଜେଡ୍ ସୁରକ୍ଷା।
ଶିବକୁମାରଙ୍କ ବିରୋଧରେ ସିବିଆଇ ଆବେଦନ ଶୁଣାଣି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ।
୨୦୦୮ ଜୟପୁର ସିରିଜ ବୋମା ବିସ୍ଫୋରଣ ମାମଲା: ଦୋଷମୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ଖଲାସ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।
ବେଙ୍ଗାଲୁରୁ-ଭୁବନେଶ୍ୱର ବିମାନରେ ଯାନ୍ତ୍ରିକ ତ୍ରୁଟି ଘଟଣା, ୪ ଘଣ୍ଟା ପରେ ଉଡ଼ିଲା ବିମାନ।
ସମୁଦ୍ର ବେଳାଭୂମିରେ ପଡ଼ି ରହିଛି ଶହ ଶହ ଜେଲିଫିସ୍। ପୁରୀଠାରୁ ଆରମ୍ଭ କରି ବ୍ରହ୍ମଗିରି, ସବୁଠି ଗତ ଦୁଇ ଦିନହେବ ଶହ ଶହ ସଂଖ୍ୟାରେ ଜେଲିଫିସ୍ ମରି ପଡ଼ିଥିବା ଦେଖିବାକୁ ମିଳିଛି।
ସାହାରା ଇଣ୍ଡିଆର ୧୦ କୋଟି ନିବେଶକଙ୍କ ଟଙ୍କା ଫେରାଇବା ପାଇଁ ସରକାରଙ୍କ ପ୍ରସ୍ତୁତି, ୫ ମାସ ମଧ୍ୟରେ ଚେକ୍ରେ ମିଳିବ ରାଶି ।
ଭାରତର ଅର୍ଥନୀତି ଭବିଷ୍ୟତ ଏବେ ବି ଉଜ୍ଜ୍ୱଳ: ଜାତିସଂଘ କହିଲା ୨୦୨୪ରେ ରହିବ ୬.୭ ଅଭିବୃଦ୍ଧି ।
ଦେଶରେ ଚମକିଲା ଓଡ଼ିଶା: ଗଞ୍ଜାମକୁ ମିଳିଲା ‘ଜାତୀୟ ଜଳ ପୁରସ୍କାର-୨୦୨୨’ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଲେ ଅଭିନନ୍ଦନ l
Twitterରୁ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁଣି ଥରେ ଚାକିରି ଦେବେ ମସ୍କ, କହିଲେ- ମୋ ନିଷ୍ପତ୍ତି ଭୁଲ୍ ଥିଲା l ।
ହାଇସ୍କୋରିଂ ମୁକାବିଲାରେ ଜିତିଲା ଦିଲ୍ଲୀ, ପରାଜୟ ସହ ପଞ୍ଜାବର ପ୍ଲେ ଅଫ ଆଶା ମଉଳିଲା !
ସୁପ୍ରଭାତ ,ଶୁଭ ସକାଳ ।