April 30, 2026

ଗଜପତି:- ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ଼ କେମ୍ପୋରୀ ଉଦଯାପନୀ ଉତ୍ସବ ଅନୁଷ୍ଠିତ

IMG-20260201-WA0012
Share

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ରାୟଗଡ଼ ସ୍ଥିତ ସରକାରୀ ଏସ. ଏସ. ଡି ଉଚ୍ଚ ବିଦ୍ୟାଳୟ ଠାରେ ନବମ ଜିଲ୍ଲାସ୍ତରୀୟ ଭାରତ ସ୍କାଉଟସ ଏବଂ ଗାଇଡ଼ସ କେମ୍ପୋରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ମୁଖ୍ୟ କମିଶନର ସ୍କାଉଟସ ଓ ଗାଇଡ଼ସ , ଡ଼ଃ. ମାୟାଧର ସାହୁ ଙ୍କ ଅଧକ୍ଷ୍ୟତା ରେ ଏହି ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ , ସମ୍ମାନିତ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଏ: ରବି କୁମାର , ଜିଲ୍ଲା ଗାଇଡ଼ କମିଶନର ଗଜପତି ଶ୍ରୀମତୀ ଏସ. ମଣିମାଳା, ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ତଥା ସମ୍ପାଦକ ଭାରତ ସ୍କାଉଟସ ଏବଂ ଗାଇଡ଼ସ ର ସୁରେନ୍ଦ୍ର କୁମାର ପାତ୍ର, ଜିଲ୍ଲା ସଂଗଠନ କମିଶନର ସ୍କାଉଟ ଏବଂ ଗାଇଡ଼ସ ର ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଡି. ଟି, ସି. ଦର୍ଶିତା ପଟ୍ଟନାୟକ , ଗାଇଡ଼ସ କ୍ୟାପଟେନ ରେଖା ରାଣୀ ଦେଓ , ଗାଇଡ଼ସ କ୍ୟାପଟେନ , ତପସ୍ୱିନୀ ପଣ୍ଡା , ସ୍କାଉଟ ମାଷ୍ଟର ଧୀରେନ୍ଦ୍ର ସାମଲ , ସ୍କାଉଟ ମାଷ୍ଟର ସୁରେନ୍ଦ୍ର ପାତ୍ର , ସ୍କାଉଟ ମାଷ୍ଟର ସୁଦୀପ୍ତ କୁମାର ବାରିକ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କେମ୍ପୋରୀ ରେ ୫୫୦ ରୁ ଅଧିକ ସ୍କାଉଟସ ଓ ଗାଇଡ଼ସ ଛାତ୍ରଛାତ୍ରୀ ଏବଂ ୭୮ ଟି ବିଦ୍ୟାଳୟ ଯୋଗଦାନ କରଥିଲେ।

ସ୍ଥାନୀୟ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପଣ୍ଡା ଏବଂ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ସମସ୍ତ ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପଟେନ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁରେଶ କୁମାର ସାହୁକାର ଏବଂ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————–