April 25, 2026

ଗୁମ୍ମା ବ୍ଲକ୍ ସାମ୍ବାଦିକ ସଂଘ ବୈଠକ ଅନୁଷ୍ଠିତ

IMG-20230516-WA0000
Share

ଗୁମ୍ମା ବ୍ଲକ୍ ସାମ୍ବାଦିକ ସଂଘ ବୈଠକ ଅନୁଷ୍ଠିତ

 

ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସାମ୍ବାଦିକ ସଂଘ ର ବୈଠକ ଗୁମ୍ମା ବ୍ଲକ ସଦର ମହକୁମା ରେ ଥିବା ସରକାରୀ ରାଜସ୍ବ ଡାକ ବଙ୍ଗଳା ରେ ଅନୁଷ୍ଠିତ ହୋଇଯାଇଛି! ଶ୍ରୀ ଈଶ୍ଵର ଚନ୍ଦ୍ର ବିଷୋୟୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ଗୁମ୍ମା ବ୍ଲକ ର ସାମ୍ବାଦିକ ମାନେ ଯୋଗ ଦେଇ ଗୁମ୍ମା ବ୍ଲକ ସାମ୍ବାଦିକ ସଂଘର ବିଭିନ୍ନ କାର୍ଯ୍ୟକଳାପ ଏବଂ ଗୁମ୍ମା ବ୍ଲକ ର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଇତ୍ୟାଦି ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ!

ଗୁମ୍ମା ବ୍ଲକ ସାମ୍ବାଦିକ ସଂଘ ଉପଦେଷ୍ଠା ଭାବେ ଶ୍ରୀ ଲଳିତ ମୋହନ ଦଣ୍ଡସେନା, ସଭାପତି ଶ୍ରୀ ଈଶ୍ଵର ଚନ୍ଦ୍ର ବିଷୋୟୀ, ଉପ ସଭାପତି ଶ୍ରୀ ସୁବୋଧ ଚନ୍ଦ୍ର ଲିମ୍ମା, ସମ୍ପାଦକ ଶ୍ରୀ ଉତ୍ତମ ପାଣି, ସହ ସମ୍ପାଦକ ଶ୍ରୀ ଉଫ୍ରିୟମ ନାଇକା, କୋଷାଧ୍ୟକ୍ଷ ଶ୍ରୀ ବିମଳ କୁମାର ଦଳାଇ, ସମୀକ୍ଷକ ତଥା କମିଟି ସଦସ୍ୟ ଭାବେ ଶ୍ରୀ ନିରୋଜ କୁମାର ଷଡ଼ଙ୍ଗୀ ଓ ସୁରେଶ ଚନ୍ଦ୍ର ନାଗ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲେ! ସମସ୍ତ ସାମ୍ବାଦିକ ବନ୍ଧୁ ଗଣ ଗୁମ୍ମା ବ୍ଲକର ବିକାଶ ତଥା ସମସ୍ୟା ଦୂରୀକରଣ ପାଇଁ ଏକତ୍ରିତ ହୋଇ କାମ କରିବାକୁ ଶପଥ ଗ୍ରହଣ କରିଥିଲେ! ବୈଠକ ପରେ ସମ୍ପାଦକ ଶ୍ରୀ ଉତ୍ତମ ପାଣି ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ!

You may have missed