*ଖବର ଆଜିର
*ଖବର ଆଜିର*
ତାରିଖ ୧୬/୦୫/୨୦୨୩ ମଙ୍ଗଳବାର ।
ପ୍ରଥମ ଦଳ ଭାବେ IPL 2023ର ପ୍ଲେ ଅଫରେ ଗୁଜରାଟ୍ ଟାଇଟନ୍ସ, ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲା ହାଇଦ୍ରାବାଦ ।
ଅସହ୍ୟ ତାତିରୁ ନିସ୍ତାର ନାହିଁ; ସୋମବାର ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ।
ପାକ ସେନା ମୋତେ ୧୦ ବର୍ଷ ଜେଲରେ ରଖିବାକୁ ଷଡ଼ଯନ୍ତ୍ର କରୁଛି: ଇମ୍ରାନ ।
ପଶ୍ଚିମବଙ୍ଗରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ପାଖରେ ଆମ୍ବୁଲାନ୍ସ ଭଡ଼ା ଦେବାକୁ ଅର୍ଥ ନଥିବାରୁ ସେ ତାଙ୍କ ପୁଅର ମୃତଦେହକୁ ବ୍ୟାଗରେ ଭରି ବସରେ ଯାତ୍ରା କରିଥିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।
ଭୁବନେଶ୍ବରରୁ ଦୁବାଇକୁ ସିଧା ଉଡ଼ିଲା ବିମାନ, ଆନ୍ତର୍ଜାତିକ ସଂଯୋଗୀକରଣ ଦିଗରେ ଓଡ଼ିଶା ଲେଖିଲା ନୂଆ ଅଧ୍ୟାୟ ।
‘ମୁଁ ବିଦ୍ରୋହ କରିବି ନାହିଁ, ସିଦ୍ଧରମୈୟାଙ୍କୁ ଶୁଭେଚ୍ଛା’: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସସପେନ୍ସ ମଧ୍ୟରେ ଦିଲ୍ଲୀ ଗସ୍ତ ରଦ୍ଦ କଲେ ଶିବକୁମାର ।
କୋହିନୂର ହୀରାକୁ ନେଇ ବ୍ରିଟେନରେ ବଡ ବିତର୍କ । ଟିଭି ଡିବେଟରେ ୟୁକେ ନାଗରିକ ମାନିଲେ ଭାରତରୁ ଆସିଛି କୋହିନୂର ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ସମନ୍ । ବଜରଙ୍ଗ ଦଳ ବିରୋଧରେ ବୟାନ ଦେଇ ଫସିଲେ ।
କଂଗ୍ରେସ ବମ୍ପର ବିଜୟରେ ରାହୁଲ ଗାନ୍ଧୀଙ୍କ ଭୂମିକାକୁ ନେଇ ଚର୍ଚ୍ଚା । କର୍ଣ୍ଣାଟକବାସୀଙ୍କ ମନ ଜିଣିବାରେ ସହାୟକ ହୋଇଛି ରାହୁଲଙ୍କ ‘ଭାରତ ଯୋଡ଼ ଯାତ୍ରା’ ।
ବଦଳିଲା କ୍ରିକେଟର ଗୁରୁତ୍ୱପୂର୍ଣ୍ଣ ନିୟମ । ହାଇରିସ୍କ ପୋଜିସନରେ ଏବେ ହେଲମେଟ୍ ବାଧ୍ୟତାମୂଳକ । କ୍ରିକେଟରୁ ବିଦାୟ ନେଲା ଅମ୍ପାୟାର୍ସଙ୍କ ସଫ୍ଟ ସିଗନାଲ୍ ।
ୟୁରୋପ ପର୍ଯ୍ୟାୟ FIH ପ୍ରୋ ଲିଗ୍ ପାଇଁ ଭାରତୀୟ ଦଳ ଘୋଷଣା, ଓଡିଶାରୁ ଅମିତ ରୋହିଦାସ ସାମିଲ ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ, ହସ୍ତକ୍ଷେପ ପାଇଁ ମନା କଲେ ହାଇକୋର୍ଟ ।
ତାମିଲନାଡ଼ୁ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି; ୯ ଗିରଫ, ୪ ପୁଲିସ ନିଲମ୍ବିତ ।
ଗେହଲଟଙ୍କୁ ପାଇଲଟଙ୍କ ଧମକ: ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ।
Whatsappର ନୂଆ ଫିଚର, ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଚାଟ୍ ମଧ୍ୟ କରିପାରିବେ ଲକ୍।
ଗୋ ଫାଷ୍ଟର ଭବିଷ୍ୟତ ଉପରେ ମଇ ୨୨ରେ ନିଷ୍ପତ୍ତି, NCLATରେ ଆବେଦନ କରିଛନ୍ତି ତିନି କମ୍ପାନି ।
ରାଜସ୍ଥାନ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ବଦଳିଲେ ୭୪ ଆଇଏଏସ ।
୨୦୧୬ରୁ ଆଦାନୀ ଗ୍ରୁପର ଯାଞ୍ଚ କରାଯିବା ଅଭିଯୋଗ ନିରାଧାର, ସୁପ୍ରିମକୋର୍ଟରେ SEBIର ସତ୍ୟପାଠ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ମେ ୧୬ତାରିଖ) ଅନୁଷ୍ଠିତ ହେଉଥିବା ରୋଜଗାର ମେଳା କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ।
ସୁପ୍ରଭାତ ,ଶୁଭ ସକାଳ ।