November 25, 2026

ସୋରଡା ବିଧାୟକଙ୍କ ବିଧବା ଭତ୍ତା ଏବଂ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ

IMG-20261125-WA0074
Share

.ଦେଳଗୁଣ୍ଠା : (ଉପାନ୍ତ ଖବର ) ସୋରଡା ବିଧାୟକ ଶ୍ରୀ ନିଳମଣୀ ବିଷୋୟୀ ଙ୍କ ଦ୍ଵାରା ବେଲଗୁଣ୍ଠା ବ୍ଳକ ପଡ଼ିଆ ଠାରେ ୧୮୭୭ ଜଣ ହିତାଧିକାରୀଙ୍କୁ ବିଧବା ଏବଂ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ର ସମସ୍ତ ଗ୍ରାମର ହିତାଧିକାରୀ ମାନେ ଉପସ୍ଥିତ ଥିଲେ । ବିଧାୟକ ମହୋଦୟ ଶ୍ରୀ ବିଷୋୟୀ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥୀ ମାନଙ୍କ ମଧ୍ୟରେ ବେଲଗୁଣ୍ଠା ବ୍ଳକ B D O ଶ୍ରୀ ସିଙ୍ଗିପୁରମ୍ ହରି, ତହସିଲଦାର ଶ୍ରୀ କଳାକୃଷ୍ଣ ପ୍ରଧାନ , ବ୍ଳକ ଅଧକ୍ଷ୍ୟା ଶ୍ରୀମତି ଭୋଳ , ବ୍ଲକ ଉପାଧ୍ୟକ୍ଷ୍ୟା ଶ୍ରୀମତି ପ୍ରଧାନ , ବିଧାୟକ ପ୍ରତିନିଧି ଶ୍ରୀ ଜିତେନ୍ଦ୍ର କୁମାର ନାୟକ, ସମସ୍ତ ବ୍ଲକ୍ କର୍ମଚାରିଙ୍କ ସମେତ ସମସ୍ତ ପଞ୍ଚାୟତ ର ପ୍ରତିନିଧିମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ହିତାଧିକାରୀ ମାନେ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।(ସୁକାନ୍ତ କୁମାର ନାୟକଙ୍କ ରିପୋର୍ଟ )।

You may have missed