November 25, 2026

ଆଦିକବି ସାରଳାଦାସ ଙ୍କ ଜନ୍ମ ଜୟନ୍ତୀ ପାଳନ

IMG-20261125-WA0073
Share

ଜଗତସିଂହପୁର ::-୨୫/୧୧/୨୬,ଓଡ଼ିଆ ଭାଷା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା ଶୁଦ୍ରମୁନି ଆଦିକବି ସାରଳାଦାସ ଙ୍କ ଜନ୍ମ ଜୟନ୍ତୀ ତିର୍ତ୍ତୋଲ ର ସାରଳାରୋଡ଼ ନିକଟସ୍ଥ ସୁଦର୍ଶନ ମଣ୍ଡପରେ ମହାସମାରୋହ ରେ ପାଳିତ ହୋଇ ଯାଇଛି !ଏହି ସାରସ୍ୱତ ସଂସ୍କୃତି ସମ୍ପନ୍ନ ସମାରୋହରେ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ,ଲୋକସେବକ ମଣ୍ଡଳ, ସମାଜ ର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ଜେନା !ସମ୍ମାନୀୟ ଅତିଥିଭାବେ ସମାଜ ସଂସ୍କାରକ ତଥା ବ୍ୟବସ୍ଥାପକ ପଣ୍ଡିତ ସୁନୀଲ କୁମାର ନନ୍ଦ, ଏବଂ ସମ୍ମାନୀୟ ବକ୍ତା ଥିଲେ,ସୁସାହିତ୍ୟିକ, ନାଟ୍ୟକାର ବିଜୟ କୁମାର ମହାନ୍ତି,ସାହିତ୍ୟିକ, ଗବେଷକ ରମାକାନ୍ତ ମିଶ୍ର !ପ୍ରାରମ୍ଭରେ ଅତିଥିମାନଙ୍କ ସୁସ୍ୱାଗତମ୍ ପରେ, ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମାରୋହକୁ ଉଦଘାଟନ କରାଯାଇଥିଲା ! ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ସ୍ତରୀୟ କୁଇଜ, ନୃତ୍ୟ, ସଂଗୀତ ଆଦି ପ୍ରତିଯୋଗିତା ମାନ ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର, ଆଦିକବି ଙ୍କ ଫଟୋଚିତ୍ର, ପୁସ୍ତକ, ମେଡାଲ ଦିଆଯାଇ ସମ୍ମାନିତ କରାଯାଇଥିଲା !ଏହି ଅବସରରେ ତିର୍ତ୍ତୋଲର ବହୁ ସାମ୍ବାଦିକ, ସମାଜସେବୀ, ବରିଷ୍ଠ ନାଗରିକ ତଥା ସାହିତ୍ୟ ସାଧକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଦିତ କରାଯାଇ ଥିଲା !ଏହି ସମସ୍ତ କାର୍ଯ୍ୟରେ ରାଧାମୋହନ ପରିଜା, ଆଶିଷ ପରିଜା, ଶ୍ରୀକାନ୍ତ ଦାଶ ପ୍ରମୁଖ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !ପୁଷ୍ପାଞ୍ଜଳି ସ୍ୱାଇଁ, ନିରୁପମା ସ୍ୱାଇଁ, ରବୀନ୍ଦ୍ର ବେହେରା, ଆଶିଷ ପରିଜା, ଶରତ କୁମାର ଦାଶ,ପ୍ରଦୀପ ସେଠୀ, ବର୍ଷବିନ୍ଦୁ ସାହୁଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା ! ଧନ୍ୟବାଦ ଅର୍ପଣ କରିଥିଲେ ସୁରେଶ ଚନ୍ଦ୍ର ମହାନ୍ତି !ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed