March 12, 2026

ଗଜପତି ଜିଲ୍ଲାର ସମସ୍ତ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ କୁ ୫-ଟି ଅନ୍ତର୍ଭୁକ୍ତ କାର୍ଯ୍ୟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

69f42486-2b9e-4894-9f41-ff230909c0d9
Share

——ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାର ସମସ୍ତ ବ୍ଲକରେ ଥିବା ମାଧ୍ୟମିକ ବିଦ୍ୟାଳୟ ସହ ଡିଗ୍ରୀ କଲେଜ ଗୁଡିକୁ ଆଜି ୫-ଟି ଅନ୍ତର୍ଭୁକ୍ତ କରି ରୂପାନ୍ତରିତ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଆଜି ବ୍ଲକ କାର୍ଯ୍ୟାଳୟ ସହ ଜିଲ୍ଲା କାର୍ଯ୍ୟାଳୟ ଠାରେ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାର ମାନ ବୃଦ୍ଧି ସହ ଉନ୍ନତ ମାନର ଶିକ୍ଷା ପ୍ରଦାନ ନିମନ୍ତେ କଲେଜ ଅଧ୍ୟାପକ ଙ୍କ ସମେତ ଅଧକ୍ଷ ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉପସ୍ଥିତ ରହିଥିବା ବେଳେ ସମସ୍ତ ବ୍ଲକ କାର୍ଯ୍ୟାଳୟ ଠାରେ ବିଡ଼ିଓ ଙ୍କ ସହ ଅଧ୍ୟକ୍ଷ ଅଧ୍ୟାପକ ଏବଂ ଛାତ୍ର ଛାତ୍ରୀ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।ସେହିପରି ମୋହନା ବ୍ଲକରେ ଥିବା ଚାନ୍ଦିପୁଟ, ମୋହନା ସହ ସ୍ତାନୀୟ ଆଦିବାସୀ ହରିଜନ ମଙ୍ଗଳ ବିଭାଗ ପରିଚାଳିତ ମାଧ୍ୟମିକ ବିଦ୍ୟାଳୟ କୁ ରୂପାନ୍ତରିତ କାର୍ଯ୍ୟରେ ସାମିଲ କରି ଅର୍ଥ ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି।ଏହି କାର୍ଯ୍ୟକ୍ରମ କୁ ମୋହନା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଶତପଥୀ, ନାରାୟଣ ପାଢ଼ୀ ଙ୍କ ସମେତ ସମସ୍ତ କନିଷ୍ଟ ଯନ୍ତ୍ରୀ ଙ୍କ ସହ ସମସ୍ତ କର୍ମଚାରୀ ସୁ -ପରିଚାଳନା କରିଥିଲେ।ଏହି ରୂପାନ୍ତରିତ କାର୍ଯ୍ୟ ଦ୍ୱାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗରିବ ଛାତ୍ର ଛାତ୍ରୀ ଉଚ୍ଚକୋଟୀର ଶିକ୍ଷା ପାଇପାରିବେ ବୋଲି ଜଣାପଡିଛି।

You may have missed