April 24, 2026

ଦରିଆ କୂଳେ ଶ୍ରୀଜଗନ୍ନାଥ ମହୋତ୍ସବ ଦ୍ଵିତୀୟ ପ୍ରସ୍ତୁତି ବୈଠକ

IMG-20260125-WA0060
Share

 

 

ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଆଜି ପାରାଦ୍ୱୀପ ଉଦୟ ବଟ ଧାମ ର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଶ୍ରମ ର ସନ୍ୟାସୀ ଭାବସାଗର ଦାସ ମହାରାଜ ଙ୍କ ସଭାପତିତ୍ୱ ରେ ଆଇନଜୀବୀ ଦେବବ୍ରତ ସାହୁ ଙ୍କ ପରିଚାଳନା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଲୀଳାଚରିତ୍ର, ମହାପ୍ରଭୁ ଙ୍କ ବତିଶ ବେଶ, ପଞ୍ଚସଖା ଙ୍କ ବିଗ୍ରହ ସହିତ ବିଭିନ୍ନ ଗୁରୁବର୍ଗ ବିଗ୍ରହ, ବିଶ୍ଵଶାନ୍ତି ମହାଯଜ୍ଞ , ଅନ୍ନଯଜ୍ଞ ସହ ଛପନଭୋଗ, ଶ୍ରୀଜଗନ୍ନାଥ ଙ୍କ ପୁସ୍ତକ ମେଳା ପ୍ରଭୁତି କୁ ନେଇ ଏକ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଶ୍ରୀଜଗନ୍ନାଥ ଟ୍ରଷ୍ଟ ତରଫରୁ ପ୍ରକାଶ l ଏହି କାର୍ଯ୍ୟକ୍ରମ ରେ ଅନ୍ତର୍ଜାତୀୟ ଯୋଗଗୁର ଶ୍ରୀ ରବିଶଙ୍କର ଙ୍କ ପ୍ରିୟ ଶିଷ୍ୟ ତାପସ ମହାରାଜ,ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ଼ଃ ଧୃତିଧର ଦାଶ , ପ୍ରାନ୍ତ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଜ୍ୟୋତିର୍ବିଦ ଡ଼ଃ ଅରୁଣ ପାଣି , ସମାଜସେବୀ ବସନ୍ତ କୁମାର ନାୟକ, ନିର୍ମଳା ଦ୍ବିବେଦୀ, ପଦ୍ମଲାଭ ରାଉତ, ରବୀନ୍ଦ୍ର ନାଥ ଦଳାଇ , ନିରଞ୍ଜନ ସ୍ୱାଇଁ, ଚିନ୍ମୟ ଦାସ , ଭବେନ୍ଦ୍ର କୁମାର ଦାଶ , ବିଭୁ ପ୍ରସାଦ ନାୟକ, ବିଷ୍ଣୁ ଚରଣ ଚୌଧୁରୀ , ଚିତ୍ତରଞ୍ଜନ ସ୍ୱାଇଁ, ମିହିର ରଞ୍ଜନ ସାହୁ , ମନୋରଞ୍ଜନ ମହାନ୍ତି, ବାବା ରାମଚନ୍ଦ୍ର ଦାସ, ଅଧିକାରୀ ପ୍ରଶନାନନ୍ଦ ଦାସ,ବାବାଜୀ ନରୋତ୍ତମଃ ଦାସ , ବିଶ୍ବଜିତ ବେହେରା , , ସୁନୀଲ କୁମାର ବାରିକ , , ପ୍ରମୁଖ ଯୋଗଦାନ କରିଥିଲେ l ଆଗାମୀ ଦିନ ରେ ପାରାଦ୍ୱୀପ ର ବିଭିନ୍ନ ଅଞ୍ଚଳ ରେ ଏହି ବିଶାଳ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ କରାଯାଇ ବିଭିନ୍ନ ଶ୍ରୀଜଗନ୍ନାଥ ପ୍ରେମୀ, ସାଧୂସନ୍ଥ, ସାମାଜିକ କର୍ମୀ , ବୁଦ୍ଧିଜୀବି ମାନଙ୍କୁ ଯୋଡ଼ାଯିବ ବୋଲି ଅଭିଯାନ ତରଫରୁ ପ୍ରକାଶ l