April 29, 2026

୨୮ତମ ବିଶ୍ବ ନାଟ୍ୟ ମେଳାରେ ଚିଲିକା ଅଞ୍ଚଳର ୩ ଓଡ଼ିଆ ନାଟକ  ମଞ୍ଚସ୍ଥ ବହୁ ପ୍ରତିଭା ସମ୍ମାନିତ ..

IMG-20260124-WA0045
Share

 

ଚିଲିକା(ପ୍ରିୟଙ୍କା ମହାପାତ୍ର)ଥିଏଟର ମୁଭମେଣ୍ଟ କଟକ ପକ୍ଷରୁ ଆୟୋଜିତ ୨୮ତମ ଆନ୍ତର୍ଜାତୀୟ

ନାଟ୍ୟ ପ୍ରତିଯୋଗିତା ତଥା ବିଶ୍ବ ନାଟ୍ୟ ମେଳାରେ ଚଳିତ ବର୍ଷ ୩ଟି ଓଡ଼ିଆ ନାଟକ ମଞ୍ଚସ୍ଥ ହୋଇଥିବା ବେଳେ କଳା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କେତେକ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଛି। ଉଦଘାଟନୀ ସନ୍ଧ୍ୟାରେ କଳିଙ୍ଗ କନ୍ୟା କଳା ପରିଷଦ ବାଣପୁର ଦ୍ଵାରା ଉପସ୍ଥାପିତ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ରଚିତ ଏଵଂ ପ୍ରମୋଦ କୁମାର ସ୍ଵାଇଁ ଙ୍କ ନିର୍ଦ୍ଦେଶିତ ଲିରିକାଲ ନାଟକ ଅହିନନ୍ଦିନୀ ମଞ୍ଚସ୍ଥ ହୋଇଥିବା ବେଳେ ପଲ୍ଲବୀ ନାଟ୍ୟ କଳା ପରିଷଦ ଘିଅଖଲା ମଠପୁର ଦ୍ଵାରା ଅଶୋକ କୁମାର ପ୍ରଧାନ ଙ୍କ ରଚିତ ଏଵଂ ପ୍ରୃଥ୍ଵୀଧର ପ୍ରଧାନ ଙ୍କ ନିର୍ଦ୍ଦେଶିତ ଶିଶୁ ନାଟକ ଅନ୍ଧ ଭକ୍ତି ମଞ୍ଚସ୍ଥ ହୋଇଥିଲା।ସେହିପରି ଡିଏଭି ଗୁରୁ କୁଳ ବାଲୁଗାଁ ର ଶିଶୁ କଳାକାର ମାନଙ୍କ ଦ୍ଵାରା ଅଧ୍ୟାପକ ଗୋପାଳ ମହାରଣା ଙ୍କ ରଚିତ ଏଵଂ ଅଶୋକ କୁମାର ଜେନା ଙ୍କ ନିର୍ଦ୍ଦେଶିତ ନାଟକ ଭିନ୍ନ ଏକ ରେବତୀ ମଞ୍ଚସ୍ଥ ହୋଇଥିଲା।ଏହି ଅବସରରେ ଜୀବନ ବ୍ୟାପି ନାଟ୍ୟ ସାଧନା ପାଇଁ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ଵାଇଁ,ନାଟ୍ୟ ସଙ୍ଗଠିକା ରଞ୍ଜୁଵାଳା ଚମ୍ପତିରାୟ ଙ୍କୁ କଳା ଭୂଷଣ,ସାହିତ୍ୟିକ ତଥା ସଙ୍ଗଠକ ରବୀନ୍ଦ୍ର ନାଥ ପ୍ରଧାନ ଙ୍କୁ କଳା ସାଧକ,କଳା ସଙ୍ଗଠକ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ କଳାଗୌରଵ ଉପାଧି ରେ ସମ୍ବର୍ଦ୍ଧିତ କରାଯାଇଛି।କଟକ କଳା ବିକାଶ କେନ୍ଦ୍ର ରଙ୍ଗମଞ୍ଚ ରେ ଥିଏଟର ମୁଭମେଣ୍ଟ୍ ର ସାଧାରଣ ସମ୍ପାଦକ ଗୋଲକ ବିହାରୀ ଦାସ ମହାପାତ୍ର,ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଏ ଏସ୍ ଏନ୍ ନାଇଡୁ,ହାଇକୋର୍ଟ ର ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ପ୍ରମୁଖ ମାନ୍ୟଗଣ୍ୟ ଅତିଥି ମାନଙ୍କ ହାତରୁ ସମ୍ବର୍ଦ୍ଧିତ ପ୍ରତିଭା ମାନେ ଏହି ସମ୍ମାନ ଗ୍ରହଣ କରିଥିଲେ।

You may have missed