November 8, 2026

୫ମ କ୍ଲଷ୍ଟର୍ ସ୍ତରୀୟ ମାସିକ ବୈଠକ

IMG-20261108-WA0068
Share

 

 

ବରଗଡ,ତା ୮/୧୧ (ସୁରେନ୍ଦ୍ର କଠାର)

 

ଅତାବିରା ବ୍ଲକ ପାହାଡଶ୍ରୀଗିଡା କ୍ଲଷ୍ଟର୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖ୍ରୀଷ୍ଟିୟାନ୍ ପଡା ଠାରେ ୫ମ ମାସିକ ବୈଠକ ସି.ଆର୍.ସି.ସି ଶ୍ରୀ ସୁବାଷ ମହାନନ୍ଦ ଓ ସି.ଆର୍.ଜି ଶ୍ରୀ ଗୁଣମଣି ଲୁହା ଙ୍କ ତତ୍ତ୍ୱାବଧାନରେ ତଥା କ୍ଲଷ୍ଟର୍ ଅନ୍ତର୍ଗତ ସମସ୍ତ ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀ ଓ ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା |ବୈଠକରେ ମୌଳିକ ସାକ୍ଷରତା ଓ ସ°ଖ୍ଯାଜ୍ଞାନ, ଗ୍ୟାଲେରୀ ୱାକ, ଶିକ୍ଷଣ ସୋପାନ ରେଜିଷ୍ଟର, ପ୍ରୟାସ ସୂଚକ,ଶୈକ୍ଷିକ ଯୋଜନା, ସମ୍ଭାବନା -୧ ,ଏଫ୍.ଏଲ୍.ଏନ୍ ବେସ୍ ଲାଇନ୍ ଏସେସମେଣ୍ଟ ଇତ୍ୟାଦି ବିଷୟ ବିସ୍ତାରିତ ଭାବରେ ଆଲୋଚନା କରାଯାଇଥିଲା |ବୈଠକ ପରେ କ୍ଲଷ୍ଟର୍ ଅନ୍ତର୍ଗତ ବିଭିନ୍ନ ସ୍କୁଲର ଚତୁର୍ଥ ପଦକୁ ପଦୋନ୍ନତି ପାଇଥିବା ଶ୍ରୀ ରମେଶ ଭୁଏ, ବୈଷ୍ଣବ ମାଝୀ,ଆମିଏଲ୍ କାଣ୍ଡୁଲାନା, ଶ୍ରୀମତୀ ଗୀତାଞ୍ଜଳି ବିଶ୍ବାଳଙ୍କୁ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାବାଜୀ ମଠ ଠାରେ ଯୋଗଦାନ କରିଥିବା ଶିକ୍ଷକ ଶ୍ରୀ ଅମୂଲ୍ୟ ସରାପଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା| ବୈଠକକୁ ସୁନ୍ଦର ଭାବରେ ଆୟୋଜନ କରିଥିଲେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖ୍ରୀଷ୍ଟିୟାନ୍ ପଡାର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବୀଣାପାଣି କୁମ୍ଭାର ସମେତ ସହକାରୀ ଶିକ୍ଷୟିତ୍ରୀ ସୁଶାନ୍ତି ସୁରିନ୍, ଝରଣା ନାଏକ | ଏହି ବୈଠକରେ କେନ୍ଦ୍ର ପଣ୍ଡିତ ଶ୍ରୀ ସୁଶୀଲ କୁମାର ସେଟ୍, ବେଣୁଧର ବାରୁ, ଅଂଶୁମାନ ପ୍ରଧାନ, ଦେବାନନ୍ଦ ସାହୁ, ସଞ୍ଜୟ ଭୋଇ ,ଉଷା କେର୍କେଟା, ରବି ଭୁଜ , ଜୟଦେବ ନାଏକ, ରାଜକିଶୋର ବରିହା ଯୋଗଦାନ କରିଥିଲେ |