November 8, 2026

ମହା ଆଡମ୍ବରରେ ଉମରକୋଟ ପ୍ରୀମୀୟର ଲିଗ୍ କ୍ରିକେଟ ଟର୍ଣ୍ଣାମେଣ୍ଟ ଆରମ୍ଭ, ପ୍ରଥମ ମ୍ୟାଚ୍ ସୁନ୍ଦର ଗଡ ଓ କଳିଙ୍ଗ NX ବିଜୟୀ…….

IMG-20261108-WA0069
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ବହୁ ଚର୍ଚ୍ଚିତ ଉମରକୋଟ ପ୍ରଣୀୟର ଲିଗ୍ ର ନବମ ସଂସ୍କରଣ ଗତ କାଲି ସନ୍ଧ୍ୟାରେ ମହା ଆଡମ୍ବରରେ ଆରମ୍ଭ ହେଇଛି। ଉମରକୋଟ ନୂଆ ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ଇଣ୍ଡିଆନ ଆଇଡ ଲ ରେ ଅଂଶ ଗ୍ରହଣ କରିଥିବା ସୁଶ୍ରିତ। ପାଣିଗ୍ରାହୀ ଓ ତାଙ୍କ ଟିମ୍ ସଙ୍ଗୀତ ସମାରହ୍ ପରିବେଷଣ କରିଥିଲେ ଓ ଏଥି ସହ ଉମରକୋଟ ପ୍ରିନ୍ସ ଡାନ୍ସ ଗ୍ରୁପ ଓ ସମ୍ ଡାନ୍ସ ଗ୍ରୁପ ତରଫରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।ସହର ର ୩ ହଜାରରୁ ଊର୍ଦ୍ଧ୍ୱ ଜନତା ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ। ଏହି ଅବସରରେ ଟ୍ରଫି କୁ ମଧ୍ୟ ଉନ୍ମଚନ କରାଯାଇଥିଲା। ଏହି ଅବସରରେ ପୌରଦକ୍ଷ। ରାଧା ଭତ୍ରା , ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ସାଂସଦ ଙ୍କ ପ୍ରତିନିଧି ରାମ ନାୟକ, କାଉନସିଲର ମୁନ। ପାଢ଼ୀ, କ।ଜ।ମ ମାଦ।ନି, ଶରତ ଚନ୍ଦ୍ର ପାଣିଗ୍ରାହୀ, ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, କମିଟି ର ସଭାପତି ସୁଧାଂଶୁ ଦାସ , ଉପସଭାପତି ଆର୍ୟନ ଭିକି, ଅଭିଳାଷ ପଟ୍ଟନାୟକ ଓ ତପନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମଂଚ ପରିଚାଳନା ଚନ୍ଦନ। ମଲିକ୍ ଓ ଛତିଶଗଡ ର ତେଜର। ତ ଠାକୁର କରିଥିଲେ। ଆଜି ଉମରକୋଟ ପ୍ରମୀୟର ଲିଗ୍ କ୍ରିକେଟ ଟର୍ଣାମେଣ୍ଟ କୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାର ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ଉପ ସଭାପତି ରମେଶ ଚନ୍ଦ୍ର ସାହୁ,ପୂର୍ବତନ ନଗରପାଳ ଝାଡେଶ୍ଵର ମହାନ୍ତି, ଜାଜ।ମ ମଦ।ନି, ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝ।ଙ୍କର, ପୌର ଦକ୍ଷ। ରାଧା ଭତ୍ରା, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ସଲିମ ର।ଠଡ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଉଧଘ।ଟନି ଦିବସରେ ୨ ଟା ମ୍ୟାଚ ଅନୁଷ୍ଠିତ ହେଇଥିଲା। ପ୍ରଥମ ମ୍ୟାଚ୍ H ଦି ବୁଲ ସୁନ୍ଦର ଗଡ ଓ ୟୁ ଭି ରକ୍ ଷ୍ଟାର୍ ଭୁବନେଶର ମଧ୍ୟରେ ୧୫ ଓଭର ମ୍ୟାଚ୍ ଅନୁଷ୍ଠିତ ହେଇଥିଲା। ଏହି ମ୍ୟାଚରେ ସୁନ୍ଦରଗଡ଼ ବିଜୟୀ ହେଇଥିଲା ସେହିପରି ଦ୍ୱିତୀୟ ମ୍ୟାଚ୍ ୧୨ ଓଭର ଅନୁଷ୍ଠିତ ହେଇଥିଲା। ଏହି ମ୍ୟାଚ୍ କଳିଙ୍ଗ NX ଓ HSC କୋରାପୁଟ ମଧ୍ୟରେ ଅନୁଷ୍ଠିତ ହେଇଥିଲା। ଏହି ମ୍ୟାଚ୍ କଳିଙ୍ଗ NX ବିଜୟୀ ହେଇଥିଲା।