April 29, 2026

ଓଡ଼ିଶା ଆଜାଦ୍ ହିନ୍ଦ୍ ଫୌଜ ସଂଘ ତରଫରୁ ୧୨୯ ତମ ନେତାଜୀ ଜୟନ୍ତୀ ପାଳନ

IMG-20260124-WA0046
Share

 

 

୨୪/୦୧, କବିସୂର୍ଯ୍ୟନଗରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଓଡ଼ିଶା ଆଜାଦ୍ ହିନ୍ଦ୍ ଫୌଜ ସଂଘ ତରଫରୁ ଭାରତ ସ୍ୱାଧୀନତା ସଂଗ୍ରାମର ଶ୍ରେଷ୍ଠ ଯୋଦ୍ଧା ନେତାଜୀ ସୁଭାଷ୍ ଚନ୍ଦ୍ର ବୋଷ୍ ଙ୍କ ୧୨୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି I ସଂଘ ସଭାପତି ପୀତବାସ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କବି ସୂର୍ଯ୍ୟନଗର ବିଧାୟକ ପ୍ରତାପ୍ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବ୍ଲକ୍ ପରିସର ନେତାଜୀ ସ୍ମୃତି ମଣ୍ଡପରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ I ଏହା ସହିତ ନେତାଜୀଙ୍କ ବଳିଦାନ ଓ ତାଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରି ଭାରତବର୍ଷକୁ ଶ୍ରେଷ୍ଠ ଓ ବିକଶିତ କରି ଗଢ଼ି ତୋଳିବାକୁ ଉପସ୍ଥିତ ବକ୍ତା ମାନେ ଆହ୍ଵାନ ଦେଇଥିଲେ I ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର ସମର ଶିକ୍ଷାର୍ଥି ବାହିନୀ ମାର୍ଚ୍ଚ ଫାଷ୍ଟ କରି ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇଥିଲେ I ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସେବ ମେଡାଲ୍ ପ୍ରାପ୍ତ ଅବସରପ୍ରାପ୍ତ ଭାରତୀୟ ସୈନିକ ବ୍ରିଗେଡିୟର୍ ଅଭିମନ୍ୟୁ ରାଉତ, ଭେଟେ ରାନ ଆଚିଭମେଣ୍ଟ୍ ସମ୍ମାନ ପ୍ରାପ୍ତ କଂଗ୍ରେସ୍ ପ୍ରଧାନ ସଦାନନ୍ଦ ମାଝୀ, ଶରତଚନ୍ଦ୍ର ସାହୁ, ଉଦୟନାଥ ସ୍ୱାଇଁ ,ଆଜାଦ୍ ହିନ୍ଦ୍ ଫୌଜ ସଂଘ ଉପସଭାପତି ବଂଶୀଧର ଗୌଡ଼ ,ସମ୍ପାଦକ ରମା ବଲ୍ଲଭ ବେହେରା, ଯୁଗ୍ମ ସମ୍ପାଦକ ମୋଚୀରାମ୍ ବେହେରା, ସଭ୍ୟ ଗୁରୁଦେବ ପ୍ରଧାନ, ପ୍ରଭାସିନୀ ମହାରଣା, ପ୍ରାଣନାଥ ସେଠୀ, ସୂର୍ଯ୍ୟମଣି ପ୍ରଧାନ , ଶୋଭା ସେଠୀ, କୁମାରୀ ସେଠୀ, ସୁଦାମ ଚୌଧୁରୀ,ଆସିକା ସାଂସଦ ପ୍ରତିନିଧି ତଥା ବିଜେପି ଜିଲ୍ଲା ଉପସଭାପତି,ମଣ୍ଡଳ ସଭାପତି ବାବୁ ଭୂୟାଁ,ଅଶୋକ କୁମାର ଜେନା, ଶିଶିର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ I ସମ୍ପାଦକ ରମାବଲ୍ଲଭ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ I

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ