ମଦ୍ୟପ ଚାଳକ ବାଇକ ଧକା ରେ ବୃଦ୍ଧ ମୃତ୍ୟୁ ..

ମୋହନା–ମଦ୍ୟପ ଚାଳକ ବାଇକ ଧକ୍କା ରେ ବୃଦ୍ଧ ମୃତ୍ୟୁ l ଘଟଣା ହେଉଛି ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ କୁସପାଲୀ ଛକ ର l ସୂଚନା ମୁତାବକ ସାରଥୀ ବେହେରଦଳାଇ ନାମକ ଏକ ବୃଦ୍ଧ ମୁଖ୍ୟ ରସ୍ତା ରେ ଚାଲିଚାଲି ନିଜ ଘର ଭାଲିଆସାହି କୁ ଯିବାସମୟରେ ଏକ ବାଇକ ଆସି ବୃଦ୍ଧଙ୍କୁ ଧକା ଦେଇଥିଲା, ଫଳରେ ବୃଦ୍ଧଙ୍କ ମୁଣ୍ଡରେ ଆଘାତ ଲାଗିବା ଯୋଗୁଁ ଘଟଣା ସ୍ଥଳରେ ହିଁ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା l ଅନ୍ୟ ପଖରେ ଦୁର୍ଘଟଣା ଘଟଇଥିବା ବି. ଲିସିଂପୁର ଗ୍ରାମର ବାଇକ ମାଲିକ ମନୋଜ ରଇତ ନିକ ଗାଡି ଛାଡି ଜଙ୍ଗଲ କୁ ଦଉଡି ଚାଲିଯାଥିବା ବେଳେ ତାଙ୍କ ସାନ ଭାଇ ନିଶାଶକ୍ତ ଅବସ୍ଥାରେ ବାଇକ ପାଖରେ ବସି ରହିଛନ୍ତି l ଘଟଣା ସ୍ଥଳରେ ଆର. ଉଦୟଗିରୀ ତହସିଲଦାର ପହଂଚି
108 ଆମ୍ବୁଲାନ୍ସ କୁ ଡାକିବା ସହିତ ପୋଲିସ କୁ ମଧ୍ୟ ଖବର ଦେଇଥିଲେ।
ଆର. ଉଦୟଗିରୀ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି l
