April 27, 2026

ଝଙ୍କଡ଼ ସାରଳା ପୀଠ ରେ ଜାନୁଆରୀ 24/25 ତାରିଖରେ ବାଣୀପର୍ବ ପାଳନ ପାଇଁ ଚୂଡାନ୍ତପ୍ରସ୍ତୁତି ବୈଠକ ..

IMG-20260120-WA0060
Share

    ତିର୍ତ୍ତୋଲ ତା ା 20/1/2026 ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର ସ୍ଥିତ ବିଶ୍ରାମାଗାର ରେ, ଆସନ୍ତା ଜାନୁଆରୀ ଚବିଶ, ପଚିଶ ତାରିଖ ଦୁଇଦିନ ବ୍ୟାପି ବାଣୀପର୍ବ ପାଳନ କରାଯିବା ନିମନ୍ତେ ଏକ ଚୂଡାନ୍ତ ପ୍ରସ୍ତୁତିବୈଠକ ଆବାହକ ଦେବେନ୍ଦ୍ରନାଥ ରାଉତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଗତ ମଙ୍ଗଳବାର ଅପରାହ୍ନ ରେ ଆୟୋଜିତ ଏହି ବୈଠକ ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ରାଜ୍ୟ ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ସମେତ ବହୁ ନେତୃବୃନ୍ଦ, ଜନପ୍ରତିନିଧି, ସାରଳା ସାହିତ୍ୟ ବିଶେଷଜ୍ଞ, ସାରସ୍ୱତ ସାଧକ, ଲେଖକ ଲେଖିକା ଓ କଳାକାର ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେବା ନିମନ୍ତେ ସ୍ୱୀକୃତି ପ୍ରଦାନ କରିଅଛନ୍ତି ବୋଲି ଆବାହକ ଶ୍ରୀ ରାଉତ ସୂଚନା ପ୍ରଦାନ କରିଥିଲେ l ଦୀର୍ଘ ଏକବର୍ଷ ବ୍ୟାପି ବାଣୀପର୍ବ ର ଏହି ସାରସ୍ୱତ ମହୋତ୍ସବ ଚଳିତବର୍ଷ ଠାରୁ ଶୁଭାରମ୍ଭ ହୋଇ ଆସନ୍ତା ବର୍ଷ ମାଘସପ୍ତମୀ ସାରଳା ଦାସ ଙ୍କ ଶ୍ରାଦ୍ଧଉତ୍ସବ ଦିନ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ବୈଠକ ରେ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା l ଏଥିରେ ମା ସାରଳା ଙ୍କ ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ଜ୍ୟୋତିରଞ୍ଜନ ପ୍ରଧାନ, ସ୍ନେହମୟୀ ଆଚାର୍ଯ୍ୟ, ଡଃ ସୁରେଶ କୁମାର ପ୍ରଧାନ, ପଣ୍ଡିତ ଦେବୀପ୍ରସାଦ ତ୍ରିପାଠୀ, ସରୋଜିନୀ ମିଶ୍ର, ତୁଳସୀ ବରାଳ, ନଳିନୀପ୍ରଭା ଦେବୀ, ଯଯାତିକେଶରୀ ସାମନ୍ତରାୟ, ବିଚିତ୍ରାନନ୍ଦ ବିଶ୍ୱାଳ, ହେମନ୍ତ ନାୟକ ଓ ଗୌରାଙ୍ଗ ଚରଣ ଦାସ ପ୍ରମ୍ମୁଖ ଯୋଗଦେଇ, ବାଣୀ ପର୍ବ 2926 ର ସଫଳତା ପାଇଁ ନିଜନିଜର ସୁଚିନ୍ତିତ ମତାମତ ଉପସ୍ଥାପନା କରିଥିଲେ l ତେବେ ସାରଳା ମନ୍ଦିର ସିଂହଦ୍ୱାର ପାର୍ଶ୍ୱରେ ଶୁଦ୍ରମୁନି ଆଦିକବି ସାରଳା ଦାସ ଙ୍କର ଏକ ଆକର୍ଷଣୀୟ ପ୍ରତିମୂର୍ତ୍ତି ନିର୍ମାଣ କରିବା ନିମନ୍ତେ ମଧ୍ୟ ବାଣୀପର୍ବ ତରଫରୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି ବୋଲି କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର