March 11, 2026

ଡକାୟତି ଉଦ୍ୟମ ପଣ୍ଡ….ଗଜପତି ପୋଲିସ ଦ୍ୱାରା ୭ ଦୁର୍ଦାନ୍ତ ଅପରାଧୀ ଗିରଫ, କାର ସହ ପିସ୍ତଲ, ଗୁଳି, ମାରଣାସ୍ତ୍ର ଜବତ 

IMG-20260116-WA0048
Share

ପାରଳାଖେମୁଣ୍ଡି:୧୬/୧(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାରେ ଡକାୟତି ଉଦ୍ୟମକୁ ସମ୍ପୂର୍ଣ ଭାବେ ପଣ୍ଡ କରିବାରେ ସଫଳ ହୋଇଛି ପୋଲିସ. ଗଜପତି ପୋଲିସ ଦ୍ୱାରା ୭ ଦୁର୍ଦାନ୍ତ ଅପରାଧୀ ଗିରଫ ହୋଇଛନ୍ତି. ସେମାନଙ୍କ ଠାରୁ ଗୋଟିଏ କାର ସହ ପିସ୍ତଲ, ଗୁଳି, ମାରଣାସ୍ତ୍ର ଆଦି ଜବତ ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶଯେ, ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ଗୁଣ୍ଡିମା ଛକରେ ଯାନବାହାନ ଯାଞ୍ଚ ବେଳେ ଗୋଟିଏ କାରକୁ ଯାଞ୍ଚ କରିଥିଲେ. ଯାଞ୍ଚ ପରେ ଜଣା ଗଲା ଏହି କାରରେ ୭ ଜଣ ଦୁର୍ଦାନ୍ତ ଅପରାଧୀ ଗଞ୍ଜାମ ଜିଲ୍ଲାରୁ ଗଜପତି ଜିଲ୍ଲାକୁ ଆସି ଡକାୟତି କରିବାକୁ ଯୋଜନା କରିଥିଲେ. ସେମାନଙ୍କୁ ପୋଲିସ ଗିରଫ କରି କାରଟିକୁ ଯାଞ୍ଚ କରିଥିଲେ. କାର ମଧ୍ୟରୁ ଗୋଟିଏ ପିସ୍ତଲ, ୩ ଟି ଗୁଳି, ମାରଣାସ୍ତ୍ର, ୬ ଟି ମୋବାଇଲ ବାହାରିଥିଲା. ଏଗୁଡିକୁ ପୋଲିସ ଜବତ କରିଥିଲେ. ଗିରଫ ହୋଇଥିବା ୭ ଜଣ ଗଞ୍ଜାମ ଜିଲ୍ଲା ପାଟପୁର ଓ ବଡ଼ଗଡ଼ ଥାନା ଅଞ୍ଚଳର ହୋଇଥିବା ବେଳେ ପେସାଦାର ଅପରାଧୀ ବୋଲି ଚି଼ହ୍ନଟ ହୋଇଥିବା ଗଜପତି ଏସପି ଯତୀନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି l ଘଟଣା ନେଇ ପୋଲିସ ତରଫରୁ ଆହୁରି ଅଧିକ ତଦନ୍ତ ଜାରି ରହିଛି. ତଦନ୍ତ ସରିବା ପରେ ସେମାନଙ୍କୁ କୋୖର୍ଟକୁ ଚାଲାଣ କରାଯିବ ବୋଲି ସୂଚନା ମିଳିଛି.