June 24, 2026

କୋରାପୁଟ ବାର ଆସୋସିଏସନ ପାଇଁ ଏକ ନୂତନ ଗ୍ରନ୍ଥାଗାର

IMG-20260116-WA0035
Share

     ଗ୍ରନ୍ଥାଗାର (ଲାଇବ୍ରେରୀ)କୋଠା ନିର୍ମାଣ ସକାଶେ ଆଜି ତା ୧୬/୦୧/୨୦୨୬ ରିଖ,କୋରାପୁଟ ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲାକା ମହୋଦୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ କୋରାପୁଟ ପୌର ପରିଷଦ ର ଅଧ୍ୟକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠୀ ମହୋଦୟ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଜ୍ଞାନଜିତ୍ ତ୍ରୀପାଠୀ କ ସହିତ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା କୋରାପୁଟ ବାର ଆସୋସିଏସନ୍ ର ସଦସ୍ୟ ଶ୍ରୀ ରୂପକ ତୁରକ ମହୋଦୟ ମଧ୍ୟ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। କୋରାପୁଟ ବାର ଆସୋସିଏସନ୍ ର ସଭପତି ଶ୍ରୀ ପ୍ରଭାତ କୁମାର ମହାପାତ୍ର, ସଂପାଦକ ଶ୍ରୀ ସୁନିଲ କୁମାର ଜେନା, ଉପ ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ସଂ,କୋଷାଧ୍ୟକ୍ଷ ଶ୍ରୀ କାମାକ୍ଷା ପ୍ରସାଦ ମାଝୀ କ ସମେତ ସମସ୍ତ ଆଇନଜୀବୀ ଭାଇ ଭଉଣୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। ପୁରା କାର୍ଯକ୍ରମ କୁ ସଭାପତି ଶ୍ରୀ ପ୍ରଭାତ କୁମାର ମହାପାତ୍ର ପରିଚାଳନା କରିଥିଲେ। ନୂତନ ଲାଇବ୍ରେରୀ କୋଠା ଯଥା ଶୀଘ୍ର ଶେଷ ହୋଇ ସମସ୍ତ ଆଇନଜୀବୀଙ୍କ ପାଇଁ ଏକ ଆଦର୍ଶ ଗ୍ରନ୍ଥାଗାର କରାଯିବ ବୋଲି ମାନ୍ୟବର ସାଂସଦ ପ୍ରତିଶୃତି ଦେଇଛନ୍ତି।(ଗୁପ୍ତେଶ୍ୱର ରଥ କୋରାପୁଟ)

You may have missed