April 25, 2026

ଛତ୍ରପୁର ୟୁଥ୍ ମାସ୍ ସେବା ସଂଘ ର ୧୬ ତମ ବାର୍ଷିକୀ ଉତ୍ସବ

IMG-20260113-WA0087
Share


ଛତ୍ରପୁର, ତା. ୧୩/୧/୨୬ (ଅରୁଣ କୁମାର ପଣ୍ଡା )ଜାତୀୟ ଯୁବ ଦିବସ ଅବସରରେ ଛତ୍ରପୁର ର ଅଗ୍ରଣୀ ସଂଗଠନ ୟୁଥ୍ ମାସ୍ ସେବା ସଂଘ ର ଦୁଇ ଦିନିଆ ପର୍ବ ତଥା ସଂଗଠନର ୧୬ ତମ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି ।
ମୁଖ୍ୟଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇ ଯୁବ ଗୋଷ୍ଠୀ ଙ୍କୁ ନିଜର ମୂଲ୍ୟବାନ ସମୟକୁ କାର୍ଯ୍ୟରେ ଲଗାଇବା ଆବଶ୍ୟକ ବୋଲି କହି ଯୁବ ସଶକ୍ତିକରଣ ସମ୍ପର୍କରେ ଆଲୋକପାତ କରି ଯୁବକ ଯୁବତୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନୀତ ଅତିଥି ଭାବେ ସମାଜସେବୀ ଦୀପକ ମୁଦୁଲି, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଅମିୟ କୁମାର ଧଳ,ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ମୁଖ୍ୟ ନିର୍ବାହୀ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣାଲ୍ ଡାକ୍ତର ଆଶିଷ କୁମାର ଝା, ରାଜା ଗୋପାଲ ଦାଶ, ଛତ୍ରପୁର ପୌର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଅତିଥି ଯୋଗଦେଇ ଜାତୀୟ ଯୁବ ଦିବସ ର ମହତ୍ତ୍ୱ ଓ ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ୟୁଥ୍ ମାସ୍ ସେବା ସଂଘ ର ସଂଗଠକ ସୟେଦ ମୁକ୍ତାର ସଂଯୋଜନା ଓ ପରିଚାଳନା କରିଥିଲେ । ସଂଗଠନ ର ଅଧ୍ୟକ୍ଷ ବନମାଳୀ ନେପାକ୍, ଆଇନ୍ ପରାମର୍ଶଦାତା ବି. ଶ୍ରୀନିବାସ, ଟ୍ରଷ୍ଟ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ରାଜେଶ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଦାୟିତ୍ଵ ନିର୍ବାହ କରିଥିଲେ । ଆନ୍ତର୍ଜାତିକ ସ୍ତରରେ ଖ୍ୟାତନାମା ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ଅଳକା ସାହୁ, ଆଇନଜିବୀ ଗୋକୁଳ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି, କଳାକାର, ଶିଳ୍ପୀ ଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି ।
ଛତ୍ରପୁର ନୃତ୍ୟ ନିର୍ଦ୍ଦେଶକ ସଂଘ ପକ୍ଷରୁ ପରିଚାଳିତ ସମ୍ପାଦକ ତଥା ନୃତ୍ୟ ଗୁରୁ ଜୀବନ କୁମାର୍ ମହାରଣା ଏବଂ ଉପସଭାପତି ତଥା ଗୁରୁ ପ୍ରଶାନ୍ତ କୁମାର ପଟ୍ଟନାୟକ ଏହି ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମରେ ସମ୍ପାଦନା କରିଥିଲେ । ନୃତ୍ୟଗୁରୁ ପୂର୍ଣ୍ଣଞ୍ଜୟ ଜେନା, ଗୌତ୍ତମ ନାୟକ, ଆର୍. ରବିନ୍ଦ୍ର ରେଡ୍ଡୀ, ଟି.ସୁରେଶ ରାଓ, ସୁମନ୍ ପଟ୍ଟନାୟକ ଙ୍କ ଦ୍ଵାରା ପରିଚାଳିତ ନୃତ୍ୟଗୋଷ୍ଠୀ ପରିବେଷଣ ହୋଇ ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ସର୍ବୋପରି ଓଡ଼ିଶାର ପୁରପଲ୍ଲୀର ବିଭିନ୍ନ ବର୍ଗର କଳାକାର ଗୋଷ୍ଠୀ ଯୋଗଦେଇ ନିଜ ନିଜ କଳାକୃତି ପରିବେଷଣ କରି ମେଗା ମଞ୍ଚରେ ଅଭିନୟ କରି ଅଗଣିତ ଦର୍ଶକଙ୍କୁ ବିମୋହିତ କରିଥିଲେ

You may have missed