ଗଞ୍ଜାମରେ ଆରମ୍ଭ ହେଲା ” ମୋ ବସ୍” ସେବା ପ୍ରଥମ ପର୍ଯ୍ୟାୟରେ ସହର ଠୁ ସହର ଓ ପର୍ଯ୍ୟଟନସ୍ଥଳୀକି ଗଡ଼ିବ ୫୦ ଗୋଟି ବସ

ଛତ୍ରପୁର ତା ୧୨/୧/୨୬(ଅରୁଣ କୁମାର ପଣ୍ଡା )ଆଜି ବହୁଦିନ ପ୍ରତୀକ୍ଷାର ଅନ୍ତ ଘଟିଛି l ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆଭାସ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସ୍ଥିତ ହଳଦିଆପଦର ବସ୍ ଟର୍ମିନାଲ ରୁ ସାଂସଦ,ବିଧାୟକ,ଜିଲ୍ଲାପାଳ , କମିସନରଙ୍କ ଉପସ୍ଥିତିରେ”ମୋ ବସ୍” ସେବା ର ଶୁଭାରମ୍ଭ କରିଛନ୍ତି l ପ୍ରଥମ ବସରେ ସମସ୍ତ ଅତିଥି ତଥା ବିଧାୟକ, ଗଞ୍ଜାମ ଜିଲ୍ଲାପାଳ, ବିଏମସି କମିସନର ଏବଂ ବହୁ ଅଧିକାରୀ ବସି ହଳଦିଆପଦର ଭାୟା ବ୍ରହ୍ମପୁର ସହର ଦେଇ ଛତ୍ରପୁର ନୂତନ ବସଷ୍ଟାଣ୍ଡରେ ପହଞ୍ଚିଥିଲେ l ପହଞ୍ଚିବା ମାତ୍ରେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଦୀପ ଧୂପ ଦେଇ ମୋ ବସ୍ କୁ ପୂଜାର୍ଚ୍ଚନା କରାଯିବ ସହ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ବାଗତ କରାଯାଇଥିଲା l ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମରେ ୫୦ ଟି ମୋ ବସ୍ ଗଡିବ l ଏହି ବସ୍ ଗୁଡିକ ସହର ଠୁ ସହର ଏବଂ ତାହା ସହିତ ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ଗଡିବ l ସମସ୍ତ ସହରରେ ଚାର୍ଜିଂ ପଏଣ୍ଟ ନିର୍ମାଣ କରାଯିବ,ତାପରେ ଛତ୍ରପୁର, ବ୍ରହ୍ମପୁର ବ୍ୟତୀତ ଅନ୍ୟ ସହର ଯଥା ହିଞ୍ଜିଳିକାଟୁ, ଆସ୍କା, ଦିଗପହଣ୍ଡି, ଭଞ୍ଜନଗର ଆଦି ସହରକୁ ଗଡିବ।
