March 10, 2026

ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ 

IMG-20260112-WA0002
Share

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ସାଙ୍ଗ ସାଥିଙ୍କ ସହ ମଜା ମଜଲିସ କରି ଭୋଜିଭାତ କରିବା ହେଲା କାଳ। କିଏ ଜାଣିଥିଲା ମଜା କରୁ କରୁ ଏମିତି ଜୀବନ ଚାଲିଯିବ ବୋଲି। ରାୟଗଡା ଜିଲ୍ଲା ଗୁଣୁପୁର ରେ ଆଜି ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଯାଇଛି। ଗୁଣୁପୁର ସହରର ଜଣାଶୁଣା ସିମେଣ୍ଟ ବ୍ୟବସାୟୀ ପ୍ରଫୁଲ କୁମାର ମିଶ୍ର ଙ୍କ ପୁଅ ଜଗନ୍ନାଥ ମିଶ୍ର ତାଙ୍କ ସାଙ୍ଗ ମାନଙ୍କ ସହ ଲିମାମେଡ଼ା ପୋଲ ନିକଟରେ ଥିବା ଲୁଙ୍ଗୁରତାଲ ସାନନଦୀ ନିକଟକୁ ଭୋଜି କରିବାକୁ ଯାଇଥିଲେ। ସେଠାରେ ଭୋଜି ଖାଇସାରି ନଦୀ ରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ଭଉଁରୀ ଭିତରକୁ ଚାଲିଯାଇଥିଲେ। ସେଠାରୁ ଆଉ ନ ବାହାରିପାରିବାରୁ ସାଙ୍ଗସାଥି ଓ ପାଖ ଗ୍ରାମବାସୀ ଉଦ୍ଧାର କରିଥିଲେ। ତେବେ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ କୁ ନିଆଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପୁରୀ ସ୍ୱର୍ଗଦ୍ୱାର ରେ ତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ କରାଯିବ ବୋଲି ଜଣାପଡିଛି। ମୃତ ଜଗନ୍ନାଥ ଙ୍କ ବର୍ଷକ ର ଗୋଟେ ଝିଅ ଥିବା ଜଣାପଡିଛି। ସମଗ୍ର ଗୁଣୁପୁର ରେ ଶୋକର ଛାୟା ଖେଳିଯାଇଛି।