ଆଜିର ଖବର..
ଆସନ୍ତା ୧୦ରୁ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାକୁ ଭିଜାଇବ ବର୍ଷା, ମଣ୍ଡି ଓ ଖଳାରେ ଧାନ ନଷ୍ଟ ହେବ। ପ୍ରଦୂଷଣରୁ ସାମୟିକ ଆଶ୍ୱସ୍ତି ମିଳିବ।
ଆଉ ଚାରିଦିନ ପ୍ରବଳ ଶୀତ। କାଲି ତାପମାତ୍ରା ରାଉରକେଲା ୬.୬, ଜି.ଉଦୟଗିରି ୬.୮, ଦାରିଙ୍ଗବାଡ଼ି ୭.୫, ବଲାଙ୍ଗୀର ୮.୮, ସୁବର୍ଣ୍ଣପୁର ୯.୧, ଝାରସୁଗୁଡ଼ାରେ ୫.୧, ଗତ ୭୨ ବର୍ଷର ରେକର୍ଡ ଭାଙ୍ଗିଲା।
ରାଜଧାନୀ ଓ କଟକରେ ବାୟୁ ପ୍ରଦୂଷଣ କଟକଣା। ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କନଷ୍ଟ୍ରକସନ କାମ ବନ୍ଦ ରହିବ।କୋଇଲା ଓ କାଠ ଜାଳିବା ମନା।ରାତିରେ ଭାରି ଯାନ ଚଳାଚଳ ଉପରେ କଟକଣା।
ରାଜ୍ୟରେ ନର୍ସିଂ କ୍ଷେତ୍ରରେ ସଂସ୍କାର, ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ କାର୍ଯ୍ୟାନ୍ୱୟନ କରାଯିବ।
ପୁରୀରେ ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଡାକ୍ତରଙ୍କ ସହ ମୁହାଁମୁହିଁ ହେଲେ ରାଜ୍ୟ ସରକାର। ଆନ୍ଦୋଳନ ରୋକିବାକୁ ଏସମା ଆଇନ ଲାଗୁକଲେ।
ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା ୧୦ ରୁ ୧୮ ତାରିଖରେ ହେବ ଶିଶିର ସରସ ମେଳା।
ଆସନ୍ତା ୯ ରୁ ୧୧ ତାରିଖ ଭୁବନେଶ୍ୱର ଏକାମ୍ର କାନନରେ ବାର୍ଷିକ ଫୁଲ ପ୍ରଦର୍ଶନୀ। ସକାଳ ୮ ଟା ୩୦ ରୁ ରାତି ୮ ପର୍ଯ୍ୟନ୍ତ ଚାଲିବ।
ବ୍ରହ୍ମପୁର ମେଡ଼ିକାଲ କଲେଜ ହସପିଟାଲରେ ସାଂଘାତିକ ଅବ୍ୟବସ୍ଥା। ଅସ୍ତ୍ରୋପଚାର ସମୟରେ ବିଦ୍ୟୁତ ଚାଲିଗଲେ ବିକଳ୍ପ ନାହିଁ। ପଡିରହିବ ରୋଗୀ।
ରାୟଗଡା ଜିଲ୍ଲା ଗୁଡାରି ଅଞ୍ଚଳରେ ଲଜ୍ଜା, ନାବାଳିକାକୁ ଗଣଦୁଷ୍କର୍ମ। ଜଣେ ଅଟକ।
ରାୟଗଡ଼ା ଜିଲ୍ଲାରେ ନିଆଁରେ ପୋଡ଼ି ୪ ଛାତ୍ର ଗୁରୁତର ହେବା ଘଟଣାରେ ୫ ଜଣ ଶିକ୍ଷକଙ୍କ ଦରମା ବନ୍ଦ ସାଙ୍ଗକୁ କାରଣ ଦର୍ଶାଅ ନୋଟିସ।
ବରଗଡ଼ରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦେଲେ ପୋକ୍ସୋ ଅଦାଲତ।
ପ୍ରମେୟ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ବସ ଦୁର୍ଘଟଣାରେ ମୃତ୍ୟୁ। କ୍ଷତିପୂରଣ ଦାବି, ମାନବାଧିକାର ଆୟୋଗରେ ପହଞ୍ଚିଲା ମାମଲା।
ବଲାଙ୍ଗୀରରେ ଗଛ କାଟିବାକୁ ଅନୁମତି ପାଇଁ ୧୦ ହଜାର ଟଙ୍କା ନେଉଥିଲେ ଫରେଷ୍ଟର, ଧରା ପଡିଲେ।
ସାଙ୍ଗମାନଙ୍କ ସହ ବଣଭୋଜି ପାଇଁ ଆସିଥିବା ୨ ଯୁବକଙ୍କ ମୃତଦେହ କୁଆଖାଇ ନଦୀରୁ ଉଦ୍ଧାର।
କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ପରିଚ୍ଛାସାହିରେ ମା’ ପରେ ଚାଲିଗଲା ଅବିବାହିତ ପୁଅର ଜୀବନ। ଗୋଟିଏ ଘରୁ ଉଠିଲା ୨ କୋକେଇ।
ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ମଧ୍ୟପ୍ରଦେଶ ପର୍ଯ୍ୟଟକ ବସ୍, ୬ ଯାତ୍ରୀ ଆହତ, ଜଣେ ଗୁରୁତର।
ମାଲକାନଗିରି ଏମଭି-୨୬ ଗ୍ରାମବାସୀଙ୍କୁ ୩୦ କୋଟିର କ୍ଷତିପୂରଣ ଦାବି କଲେ ବଙ୍ଗୀୟ ସମାଜ।
ଭୁବନେଶ୍ୱର ବିଏମସି ନିର୍ବାଚନ ୨୦୨୭ ପାଇଁ ଏବେଠାରୁ ସହରରେ ବୋର୍ଡ ଓ ବ୍ୟାନର। କେବଳ ବିଜେପିର ଆଶାୟୀ ପ୍ରଚାର କରୁଛନ୍ତି।
ୟୁପିରେ ୨ କୋଟି ୮୯ ଲକ୍ଷ ଭୋଟରଙ୍କ ନାଁ କାଟିଲେ ନିର୍ବାଚନ କମିଶନ। ଭୋଟର ତାଲିକା ସଂଶୋଧନ କରି ଏସ୍ଆଇଆର୍ ଚିଠା ତାଲିକା ପ୍ରକାଶ।
ଦିଲ୍ଲୀ ଜେଏନୟୁ ରୁ ନିଲମ୍ବିତ ହେବେ ମୋଦୀ ଓ ଶାହାଙ୍କ ବିରୋଧରେ ସ୍ଲୋଗାନ ଦେଇଥିବା ଛାତ୍ରଛାତ୍ରୀ।
ନାମୀ ବିଦେଶୀ ବିଶ୍ୱବିଦ୍ୟାଳୟ ଗୁଡିକ ଭାରତରେ ନିଜ ନିଜର ଶାଖା ଖୋଲିବେ। ଦିଲ୍ଲୀ, ନଏଡା ଓ ବେଙ୍ଗାଲୁରୁ ରେ ଜମି ନେବେ।
ସାଟେଲାଇଟ୍ ଚିତ୍ରରୁ ଆସିଲା ତଥ୍ୟ। ଭାରତୀୟ ସୀମା ପାଖରେ ସୈନ୍ୟ ପ୍ରସ୍ତୁତି ଆରମ୍ଭ କରିଛି ଚୀନ।
ବାଙ୍ଗଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି, ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଗଛରେ ବାନ୍ଧିଲେ।
ପୁଣି ଭାରତକୁ ଖୋଲା ଧମକ ଦେଲା ଆମେରିକା। କଥା ନମାନିଲେ ପୁଣି ଶୁଳ୍କ ବୃଦ୍ଧିର ଛାଟ ପଡ଼ିବ। ଇତିହାସରେ କେବେ ଏମିତି ହୋଇନଥିଲା।
ଗତବର୍ଷ ଏଇ ସମୟରେ
ବିଦେଶାଗତ ପକ୍ଷୀଙ୍କ ପାଇଁ ବାର୍ଡ ମ୍ୟୁଜିୟମ ହେବ, କହିଥିଲେ ପ୍ରଭାତୀ ପରିଡା
ରାଜ୍ୟରେ ସ୍କୁଲ ଶ୍ରେଣୀ ଗୃହରେ ଟାବଲେଟ୍ ବ୍ୟବହାର ହେଉନି ବୋଲି ଚାଲିଲା ଖୋଳତାଡ଼
ଆଜି ଜନ୍ମଦିନ: ବିପାଶା ବସୁ, ଇରଫାନ ଖାନ, ସୁପ୍ରିୟା ପାଠକ, ରୀନା ରାୟ, ଶୋଭା ଦେ, ଶ୍ରୀନିବାସ ଉଦଗାତା (ଲେଖକ, ବଲାଙ୍ଗୀର)
ଆଜି ତିରୋଧାନ: ମୁଫତି ମହମ୍ମଦ ସଇଦ, ବିମଲ ରୟ
ଇତିହାସରେ ଆଜି: (୧୭୩୮) ବାଜିରାଓଙ୍କ ବିଜୟ ପରେ ମରାଠା ଓ ନିଜାମଙ୍କ ଶାନ୍ତି ଚୁକ୍ତି ହେଲା/ (୧୯୯୯) ବିଲ କ୍ଲିଣ୍ଟନ ଙ୍କ ବିରୁଦ୍ଧରେ ମହାଭିଯୋଗ/ (୨୦୦୯) ସତ୍ୟମ କମ୍ପାନୀରୁ ରାମଲିଙ୍ଗମ ରାଜୁଙ୍କ ଇସ୍ତଫା
=======================
*ବନ୍ଦେ ଉତ୍କଳ ଜନନୀ*
