July 25, 2026

ପିଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ପିଏମ ଶ୍ରୀ ଉତ୍ସବ ଉଦଯାପିତ 

IMG-20260107-WA0003
Share

 

ବେଗୁନିଆ ବ୍ଳକ( ଉପାନ୍ତ ଖବର ମାନସ ରଞ୍ଜନ କର )ବେଗୁନିଆ ତା 06/01 ମଙ୍ଗଳବାର ଦିନ ପି ଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ପି ଏମ ଶ୍ରୀ ଉଦ୍ ଯାପନୀ ଉତ୍ସବ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ଙ୍କ ପୌରୋ

ହିତ୍ୟରେ ବରିଷ୍ଠ ଶିକ୍ଷୟିତ୍ରୀ

ସ୍ମୃତିସ୍ମିତା ବେହେରା ଓ ଶୁଭଲକ୍ଷ୍ମୀ ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ

ହୋଇଯାଇଛି । ଉକ୍ତ ଉତ୍ସବରେ ବେଗୁନିଆର ମାନ୍ୟବର ବିଧାୟକ

ପ୍ରଦୀପ କୁମାର ସାହୁ ମୁଖ୍ୟଅତିଥି,

ପରିବେଶବିତ୍ ଧନେଶ୍ଵର ବିଧାର ମୁଖ୍ୟବକ୍ତା , ଭାରତୀୟ ଓଭରସିଜ ବ୍ୟାଙ୍କ୍ ପରିଚାଳକ ସତ୍ୟଜିତ ପରିଜା,ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ ପୁଷ୍ପଲତା ଜୟସିଂହ,ପଞ୍ଚସଖା ଶିକ୍ଷା

ସେତୁ ସଙ୍ଗଠନର ଅଧ୍ୟକ୍ଷ ମାୟାଧର

ମାର୍ଥା ଓ ଉପାଧ୍ୟକ୍ଷ ଭବାନୀ ଶଙ୍କର ଜୟସିଂହ ଓ ମହାବୀର ସାଧନ କେନ୍ଦ୍ର ସଂଯୋଜକ ସରୋଜ କୁମାର ବେହେରା ସମ୍ମାନିତ ଅତିଥି ରୂପ ଯୋଗଦେଇ ପ୍ରଧାନ ମନ୍ତ୍ରୀ ପି ଏମ ଶ୍ରୀ ବିଦ୍ୟାଳୟ କରିବାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଛାତ୍ରଛାତ୍ରୀ ଶିକ୍ଷକ ହିମାଂଶୁ ଭୂଷଣ ସ୍ୱାଇଁ ଓ ଶ୍ରୀକାନ୍ତ ପଣ୍ଡାଙ୍କ ପଥ ପ୍ରଦର୍ଶନରେ ଆକାଂକ୍ଷା ମେଳା,ଦୁକାନ ଯାତ୍ରା , ଶିକ୍ଷକ ସୌମ୍ୟରଞ୍ଜନ ସାହୁ ,ସୂର୍ଯ୍ୟକାନ୍ତମହାପାତ୍ର,ଲକ୍ଷ୍ମୀପ୍ରିୟା ତ୍ରିପାଠୀ ଓ ସୁନିତା ପୃଷ୍ଟିଁ , ଶିକ୍ଷୟିତ୍ରୀ ଆଶା ମୁର୍ମୁଙ୍କ ମାର୍ଗଦର୍ଶନରେ ସାହିତ୍ୟ ସୃଜନୀ, ପ୍ରଭାତ କୁମାର ନିଶଙ୍କ ଓ ଶୁଭଲକ୍ଷ୍ମୀ ସାହୁ ,ସ୍ମୃତି ସ୍ମିତା ବେହେରା ଓ ବିଜୟଲକ୍ଷ୍ମୀ ସାମନ୍ତରାୟଙ୍କ ମାର୍ଗ ଦର୍ଶନରେ ଯଥାକ୍ରମେ କ୍ରୀଡ଼ାଙ୍ଗନ ଓ କୌଶଳୀ ଜିଜ୍ଞାସା ସମ୍ବନ୍ଧୀୟ ଷ୍ଟଲ ପ୍ରଦର୍ଶନ କରିଥିଲେ । କେତେକ ବିଦ୍ୟାର୍ଥୀ

ଅତିଥି ଶିକ୍ଷକ ପ୍ରହଲ୍ଲାଦ ପାଣିଗ୍ରାହୀଙ୍କ ପଥ ପ୍ରଦର୍ଶନରେ

ବୈଜ୍ଞାନିକ,କବି,ଲେଖକ , ଛବିଳ ମଧୁ ବର୍ଣ୍ଣବୋଧ ଓ ମହାପୁରୁଷଙ୍କ

ଫଟୋଚିତ୍ର ମଧ୍ୟ ହତା ମଧ୍ୟରେ ଦର୍ଶାଇଥିଲେ । ପ୍ରତିଯୋଗୀଙ୍କ

ହାତ ତିଆରି ଦ୍ରବ୍ୟଗୁଡ଼ିକୁ ଅତିଥି

ଓ ବେଗୁନିଆ

ଅଞ୍ଚଳବାସୀ,ପିତାମାତା ,ଅନ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ପରିଦର୍ଶନ କରି

ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ

ଭୂୟସୀ ପ୍ରଶଂସା କରିଥିଲେ।

ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁଙ୍କ ରଚନା

ଓ ନିର୍ଦ୍ଦେଶନାରେ ଛାତ୍ରୀମାନେ

ଭାରତ ଲୀଲା ଭଙ୍ଗୀରେ ପିମ୍ ଶ୍ରୀ

ସଙ୍ଗୀତ ଗାୟନ ସହ ନୃତ୍ୟ ପରିବେଷଣ କରିଥିଲେ । ସନ୍ତୋଷ କୁମାର ପଣ୍ଡା ଓ ଶୁଭଶ୍ରୀ ସାହୁ ବିଚାରକ ରୂପେ କୃତୀ ପ୍ରତିଯୋଗୀ ଚୟନ କରିଥିଲେ । ପରିଚାଳନା ପରିଷଦର ଉପାଧ୍ୟକ୍ଷ ସର୍ବେଶ୍ଵର ସାହୁ,ଆନନ୍ଦ ଚନ୍ଦ୍ର ସେନାପତି,ବାବୁଲି ସିଂହ,ବିରଞ୍ଚି

ନାରାୟଣ ସାହୁ ଓ ବିଶ୍ବରଂଜନ

ପରିଡ଼ା ସହଯୋଗ କରିଥିଲେ ।