April 25, 2026

ଗଜପତି : ବିପଦପୁର୍ଣ ପୋଲ ଉପରୁ 25 ଫୁଟ ତଳକୁ ଖସି ପଡି ଜଣଙ୍କର ମୃତ୍ୟୁ      

IMG-20260104-WA0047
Share

 

 

ପାରଳାଖେମୁଣ୍ଡି:୪/୧(ଗରୁଡ଼ ଧ୍ଵଜ ଚୌଧରୀ) ଜିଲ୍ଲାରେ ଗାର୍ଡ ୱାଲ ନ ଥାଇ ରହିଥିବା ଏକ ବିପଦପୁର୍ଣ ପୋଲ ଉପରୁ 25 ଫୁଟ ତଳକୁ ଏକ ମଟର ସାଇକେଲ ଖସି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ପ୍ରାଣ ରକ୍ଷା ପାଇଥିବା ସୂଚନା ମିଳିଛି. ଆର -ଉଦୟଗିରି ବ୍ଲକର ମହେନ୍ଦ୍ରଗଡ ଠାରେ ଗାର୍ଡ ୱାଲ ନ ଥାଇ ବିପଦପୁର୍ଣ ଏକ ମୁକୁଳା ପୋଲ ରହିଛି l ଏହି ପୋଲଟି 326 ନମ୍ବର ଜାତୀୟ ରାଜପଥ ଯାହାକି ବ୍ରହ୍ମପୁର ଠାରୁ ପାରଳାଖେମୁଣ୍ଡି ମୁଖ୍ୟରାସ୍ତା ରହିଥିବାରୁ ପ୍ରତିଦିନ ହଜାର ହଜାର ଯାନବାହନ ଏହି ପୋଲ ଉପର ଦେଇ ଯାଇଥାଏ କିନ୍ତୁ ବ୍ରିଜର ଦୁଇ ପାର୍ଶ୍ୱରେ ଗାର୍ଡୱାଲ ନଥିବାରୁ ଯାତାୟତ କରୁଥିବା ଅନେକ ଲୋକଙ୍କର ମୃତ୍ୟ ମଧ୍ୟ ଘଛିଛି l ଗତକାଲି ରାତ୍ର 9 ଘଣ୍ଟା ସମୟରେ ରଣ୍ଡିବା ପଞ୍ଚାୟତ ଖାରିଗୁମା ଗାଁର ଦୁଇଜଣ ସାଙ୍ଗ ମହେନ୍ଦ୍ରଗଡ ଠାରୁ ନିଜଗାଁ ଅଭିମୁଖେ ଏହି ପୋଲ ଦେଇ ଯାଉଥିଲେ କିନ୍ତୁ ବ୍ରିଜରେ ଗାର୍ଡୱାଲ ନଥିବାରୁ ଉଭୟ ଭାରସାମ୍ୟ ହରାଇ 25 ଫୁଟ ପୋଲ ଉପରୁ ନଦୀ ତଳକୁ ଖସି ପଡିଥିଲେ. ଫଳରେ ଦୁଇ ଜଣଙ୍କ ମଧ୍ୟରୁ ପୁରେସ ଦଳେଇଙ୍କ ମୃତ୍ୟୁ ଘଟିଥିଲା. ଖବର ପାଇ ଘଟଣା ସ୍ଥଳରେ ଆର – ଉଦୟଗିରି ଅଗ୍ନିଶମ ବାହିନୀ ଓ ପୋଲିସର ସହାୟତାରେ ଉଭୟଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା l ହେଲେ ଦୁଇଜଣକ ମଧ୍ୟରୁ ନଦୀଭିତରୁ କୁରେଶ ଦଳାଇଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣେ ଜୀବିତ ଉଦ୍ଧାର ହୋଇଥିଲେ. ଅତି ତୁରନ୍ତ ଗାର୍ଡୱାଲ ନିର୍ମାଣ କରାଯାଉ ବୋଲି ଅଞ୍ଚଳବାସୀ ଦାବୀ କରିଛନ୍ତି l