ସ୍ବେଚ୍ଛାସେବୀ ମହିଳା ସଙ୍ଗଠନ ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଗୁନିଆ ବ୍ଲକ( ଉପାନ୍ତ ଖବର ମାନସ ରଞ୍ଜନ କର)ଅନ୍ତର୍ଗତ ବୋତଳମା ପଞ୍ଚାୟତ ଅଠରାଙ୍ଗ ଗ୍ରାମରେ ସ୍ବଚ୍ଛତା ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମା ରାମଚଣ୍ଡୀ ମହିଳା ସମିତି ସଙ୍ଗଠନ ପକ୍ଷରୁ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ହୋଇଥିବା ବେଳେ ନିଜ ଅଞ୍ଚଳରେ ଥିବା ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସମସ୍ତ ମହିଳା ମାନେ ଏକତ୍ରିତ ହୋଇ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପଞ୍ଚାୟତ ପରିସରରେ ପଡିରହିଥିବା ଅଳିଆ ଆବର୍ଜନାକୁ ସଫା ସୁତୁରା କରିଥିଲେ । ଏଥି ସହିତ ସମିତିର ମହିଳା ମାନେ ନିଜ ଅଂଚଳରେ ଥିବା ସାମୁହିକ ସ୍ଥାନକୁ ସଫା ସୁତୁରା କରି ଆଗାମୀ ଦିନରେ ନିଜ ଅଞ୍ଚଳରେ ପଡିରହିଥିବା ଅପରିଷ୍କାର ସ୍ଥାନକୁ ସଫା ସୁତୁରା ରଖିବାକୁ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି ।
