ଉମରକୋଟ ର ଝିଅ ବନ୍ଦନା ମଲ୍ଲିକ ସମ୍ମାନ ଜନକ ଡକ୍ଟରେଟ ପଦବୀ ପାଇଲେ…….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଗୁଣୁପୁର ସ୍ଥିତ GIET ୟୁନିଭେର୍ସିଟି ରୁ ଡେଭଲପମେଣ୍ଟ ଅଫ କୁୱାଣ୍ଟମ ଇଣ୍ଟିଗ୍ରେଟେଡ଼ ସିଷ୍ଟମ ଫର ଅପ୍ଟିକାଲ କମ୍ୟୁନିକେସନ ବିଷୟରେ ଅଧ୍ୟୟନ କରି ସଫଳତା ର ସହ ପି.ଏଚ. ଡି. କରି ନବରଙ୍ଗପୁର ଜ଼ିଲ୍ଲା ପାଇଁ ଗୌରବ ଆଣିଛନ୍ତି ଡ଼କ୍ଟର ବନ୍ଦନା ମଲ୍ଲିକ | ଏଥିରେ ମାର୍ଗ ଦର୍ଶକ ଭାବେ GIET ୟୁନିଭେର୍ସିଟି ECE ବିଭାଗ ର ଆସୋସିଏଟ ପ୍ରଫେସର ଡ଼କ୍ଟର ପ୍ରିୟ ଦର୍ଶନ ପରିଡା ଏବଂ ସହ ମାର୍ଗ ଦର୍ଶକ ଭାବେ କଟକ ସ୍ଥିତ ଶ୍ରୀ ଶ୍ରୀ ୟୁନିଭେର୍ସିଟି ଫେକ୍ୱାଲିଟି ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକନୋଲୋଜି ବିଭାଗ ର ପ୍ରଫେସର ଡ଼କ୍ଟର ଗୋପୀନାଥ ପଲେଇ ସହାୟତା କରିଥିବା ବେଳେ,ଏହି ଭାଏବା ଭଏସ ଏକଜାମିନେସନ ର ଏକଜାମିନର ଭାବେ ଥିରୁ ଚିରାପଲ୍ଲୀ, ତାମିଲନାଡୁ NIT ର ଇଲୋକ୍ଟ୍ରୋନିକ୍ସ ଏଣ୍ଡ କମ୍ୟୁନିକେସନ ବିଭାଗ ର ଆସୋସିଏଟ ପ୍ରଫେସର ଡ଼କ୍ଟର ଜି. ଥବାସୀ ରାଜା ଯୋଗଦେଇ ଡ଼କ୍ଟର ବନ୍ଦନା ମଲ୍ଲିକ ଙ୍କ ସଫଳତା ପାଇଁ ଭ୍ରୁୟସୀ ପ୍ରଶଂସା କରିଥିଲେ | ଏହି ସଫଳତା ପାଇଁ ଡ଼କ୍ଟର ବନ୍ଦନା ମଲ୍ଲିକ GIET ୟୁନଭର୍ସିଟିର ଉପସଭାପତିଡ଼କ୍ଟର ଚନ୍ଦ୍ରଧ୍ଵଜ ପଣ୍ଡା, ଆଡମିନିଷ୍ଟେଟିଭ ମୁଖ୍ୟ ଏନ. ଭି. ଜଗନ୍ନାଥ ରାଓ, COE ଡ଼କ୍ଟର ପି. ବିଜୟ କୁମାର,ସ୍ୱାମୀ ଡ଼କ୍ଟର ବିଭୁ ପ୍ରସାଦ ଏବଂ ଶାଶୁ, ଶଶୁର,ବାପା ସମାଜସେବୀ ଦୁର୍ଗା ପ୍ରସାଦ ମଲ୍ଲିକ, ମା ଅବସରପ୍ରାପ୍ତ ଟୀକାକରଣ ଅଧିକାରୀ ଶ୍ରୀମତୀ କୁସୁମ ନାୟକ, ଭଉଣୀ ଇଂ. ଚନ୍ଦନା ମଲ୍ଲିକ ଙ୍କୁ ସମସ୍ତ ଶ୍ରେୟ ଦେଇଥିବା ବେଳେ, ଡ଼କ୍ଟର ବନ୍ଦନା ଙ୍କ ସଫଳତା ପାଇଁ ସମସ୍ତ ବନ୍ଧୁ ବାନ୍ଧବ, ସାଙ୍ଗ ସାଥି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି |
