April 25, 2026

ବିଶିଷ୍ଟ ସମାଜସେବୀ ଗଣପତି ସାହୁ ଙ୍କ ପର ଲୋକ 

IMG-20260104-WA0027
Share

ଛତ୍ରପୁର ତା୪/୧/୨୬(ଅରୁଣ କୁମାର ପଣ୍ଡା) ଛ ତ୍ର ପୁ ର ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ରଘୁନାଥ ପୁର ଗ୍ରାମ ର ବିଶିଷ୍ଟ ସମାଜସେବୀ ତଥା ତାରାତାରିଣୀ ରାଇସ ମିଲ ମାଲିକ,ଧର୍ମପରାୟଣ ବ୍ୟକ୍ତି ଗଣପତି ସାହୁ ଙ୍କ ପରଲୋକ ହୋଇ ଯାଇଛି। ମୃତ ବେଳକୁ ତାକୁ (୮୫) ଵର୍ଷ ଵୟସ ହୋଇଥିଲା।ସେ ଜଣେ ଜଣାଶୁଣା ମିଷ୍ଟାଭାସୀ ସତ୍ୟାଵାଦୀ ପ୍ରକୃତି ର ବ୍ୟକ୍ତିତ୍ବ ଥିଲେ।ତାଙ୍କ ର ଜୀବନ କାଳରେ ତାଙ୍କ ଅନୁଦାନ ଅର୍ଥରେ ତାରାତାରିଣୀ ମନ୍ଦିର ସିଂହଦ୍ବାର ନିର୍ମାଣ ରଘୁନାଥ ପୁର ସରସ୍ବତୀ ଉଚ୍ଚ ଵାଳୀକା ବିଦ୍ୟାଳୟର ନିର୍ମାଣ,କେରାଣ୍ଡିତୋଳା ଶ୍ୟାମା କାଳି ମନ୍ଦିର ଵୃନ୍ଦାଵନ ଠାରେ ଶ୍ରୀ କୃଷ୍ଣ ବିନୋଦ ଵିହାରୀ ଓଡ଼ିଆ ଆଶ୍ରମ ଗୃହ,ଛ ତ୍ର ପୁରଠାରେ ଜଗନ୍ନାଥ ମନ୍ଦିର ଵିଶ୍ବମୂର୍ତ୍ତି ନିର୍ମାଣ ଗରିବ ଲୋକଙ୍କୁ ସାହାଯ୍ୟ ସେଵାଅତୁଳନିୟ ଅଟେ। ଗରିବ ବ୍ରାହ୍ମଣ ପିଲାଙ୍କ ପାଠପଢା ଵିଵାହ ବ୍ରତ ମେଧାଵୀ ଛାତ୍ର ଛାତ୍ରୀ ଙ୍କୁ ସାହାଯ୍ୟ ସେଵା ଅତୁଳନିୟ ଅଟେ। ବହୁ ଧାର୍ମିକ ଅନୁଷ୍ଟାନ ସହିତ ଜଡ଼ିତ ରହି ସେବା କରି ଆସୁଥିବା ଏକ ଧର୍ମ ପରମ୍ପରା ରହିଆସୁଛି। ମୃତ ଶଯ୍ୟା ନିକଟରେ ଦୁଇ ପୁଅ ସୂଯ୍ୟ ନାରାୟଣ ସାହୁ, ମହେନ୍ଦ୍ର କୁମାର ସାହୁ,ପତ୍ନୀ ସରସ୍ବତୀ ସାହୁ,ବୋହୁ ନିରୋଳା ସାହୁ, ତନୁଜା ସାହୁ,ଝିଅ, ପ୍ରମିଳା,ଧରିତ୍ରୀ, ରେଣୁ ଵାଳା, ଜୋଇଁ ଯୁଦ୍ଧିଷ୍ଟିର, ଭୀମସେନ,ଅରୁଣ ନାତି ନାତୁଣୀ, ପରିବାର ଵନ୍ଧୁ ବର୍ଗ ଗ୍ରାମଵାସୀ ଉପସ୍ଥିତ ରହିଥିଲେ। ବିଶିଷ୍ଟ ସମାଜସେବୀ ଗଣପତି ସାହୁ ଙ୍କ ମୃତ ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ବ୍ରହ୍ମପୁର ବିଧାୟକକେ,ଅନିଲ, ପୁତୁରା ତଥା ନରେନ୍ଦ୍ର ପୁର ଗ୍ରାମ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ, ଜ୍ୟୋତି ରଞ୍ଜନ ସାହୁ ଏବଂ ବହୁ ବୃଦ୍ଧିଜୀବି ଗ୍ରାମ ବାସୀ ଯୋଗ ଦେଇ ଶୋକ ବ୍ୟକ୍ତ କରିଥିଲେ।ଗଣପତି ସାହୁ ଙ୍କ ମର ଶରୀର କୁ ନିଜ ଜମିରେ ଶବ ସତ୍କାର କରାଯାଇଥିଵା ଵେଳେ କନିଷ୍ଟ ପୁତ୍ର ମହେନ୍ଦ୍ର କୁମାର ସାହୁ ମୁଖାଗ୍ନି ଦେଇଥିଲେ।ତାଙ୍କ ବିୟୋଗରେ ସ୍ଥାନୀୟ ଓ ଆଖ ପାଖ ଅଂଚଳ ଓ ଶୈଣ୍ଡିକ ସମାଜ ପକ୍ଷରୁ ଶୋକର ଛାୟା ଖେଳିଯାଇଛି।