ଅବସରପ୍ରାପ୍ତ ଗ୍ରାମ ସେବକ ଓ ଜଣେ ଭଲ ପୁରୋହିତ ରାଜ କିଶୋର ଷଢଙ୍ଗୀଙ୍କ ବିୟୋଗରେ ଗୀତା ଯଂଜ୍ଞ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ..
ଖୋର୍ଦ୍ଧା, -( ପ୍ରିୟଙ୍କା ମହାପାତ୍ର) ନିରାକାରପୁର ଓ ପୁରୀ ଜିଲ୍ଲା ଅଂଚଳରେ ବହୁ ପରିଚିତ ଥିବା କାଶୀପୁର ଗ୍ରାମର ଗ୍ରାମ ସେବକ ଓ ଭଲ ପୁରୋହିତ ନାମରେ କ୍ଷ୍ୟାତି ଲାଭ କରିଥିବା ରାଜ କିଶୋର ଷଢଙ୍ଗୀ, ବୟସ (୯୦)ଙ୍କ ବିୟୋଗରେ ଗୀତା ଯଂଜ୍ଞ ଓ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ରାଜ କିଶୋର ଷଢଙ୍ଗୀଙ୍କ ତା. ୨୩/୧୨/୨୦୨୫ ମଙ୍ଗଳବାର ସକାଳ ୭ଘ. ୩୦ ମି. ସମୟରେ ଷଢଙ୍ଗୀ ପରିବାରରେ ଶୋକର ଛାୟା ଖେଳାଇ ଦେଇ ଇହଲୀଳା ସମ୍ବରଣ କଲେ। କଣାସ ଜାଳିଆପଡ଼ାରେ ପୂଜା ପାଉଥିବା ମା ମଙ୍ଗଳାଙ୍କ ମୁଖ୍ୟ ପୂଜକ ଜଳେଶ୍ୱର ଷଢଙ୍ଗୀ ତାଙ୍କ ଭାଇ ଅନନ୍ତ ପ୍ରସାଦ ଷଢଙ୍ଗୀ ତାଙ୍କ ନନାଙ୍କ ମୃତ୍ୟୁ ଖବର ପାଇ ମ୍ରିୟମାଣ ହୋଇ ଆସି ତାଙ୍କ ଶୋକାକୁଳ ପରିବେଶ ବାସ ଭବନରେ ପହଂଚିଥିଲେ। ରାଜ ଭାଇନାଙ୍କ ୫ ପୁଅ, ୨ ଝିଅ ଓ ଗ୍ରାମବାସି ସମସ୍ତେ ମିଶି ପୁରୀ ସ୍ୱର୍ଗଦ୍ୱାର ନେଇ ଅନ୍ତେଷ୍ଟି କ୍ରିୟା ସମାପନ କଲେ। ତା.୨/୧/୨୦୨୬ ଶୁକ୍ରବାର ଦିନ ଏକାଦଶାହ ଓ ରାଜ ଭାଇନାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଗୀତା ଯଂଜ୍ଞ ଓ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଏକାଦଶାହ ପର୍ଯ୍ୟନ୍ତ ପ୍ରତ୍ୟକ ଦିନ ସନ୍ଧ୍ୟାରେ ମହାପ୍ରସାଦ ସେବନ ହୋଇ ଯାଇଛି। ରାଜ କିଶୋର ଷଢଙ୍ଗୀଙ୍କ ସ୍ମୃତି ଚାରଣ ସଭାରେ ନିରାକାରପୁର ପଞ୍ଚାୟତର, କାଶୀପୁର ଗ୍ରାମର ବହୁ ବୟୋଜ୍ୟୋଷ୍ଟ ବୁଦ୍ଧିଜିଵୀ,ଆଇନ ଯିବି, ଶିକ୍ଷକ, ରାଜନେତା, ଶୁଭେଛୁ, ବହୁ ସହପାଠୀ ଗୁରୁଜନ ମାନେ ଓ କଣାସ ଜାଳିଆ ପଡ଼ା ମଙ୍ଗଳା ମନ୍ଦିରର ସେବକ ସୁରେନ୍ଦ୍ର କୁମାର ପଣ୍ଡା ପହଂଚି ରାଜ ଭାଇନାଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରି ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।
