April 26, 2026

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମୁଣ୍ଡାଗଡ଼ ଠାରେ ଟସର ହ୍ୟାଣ୍ଡଲୁମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ………

IMG-20260104-WA0022
Share

 

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) କେନ୍ଦ୍ରୀୟ ରେଶମ ବୋର୍ଡ (CSB) ଓ BHAV ର ସଂଯୁକ୍ତ ପ୍ରୟାସରେ ମୁଣ୍ଡାଗଡ଼ ଅଞ୍ଚଳରେ ଟସର ହ୍ୟାଣ୍ଡଲୁମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ବୁଣାକାର, ଯୁବକ-ଯୁବତୀ ଏବଂ ମହିଳା କାରିଗରମାନଙ୍କୁ ଟସର ରେଶମ ବୁଣାଇର ଆଧୁନିକ ପ୍ରଣାଳୀ ସହ ପରିଚିତ କରାଇବା ।

କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ରେଶମ ବୋର୍ଡର ବୈଜ୍ଞାନିକ–ବି ଡା. ଏସ୍. ରଞ୍ଜିତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ କହିଥିଲେ ଯେ ପାରମ୍ପରିକ ହ୍ୟାଣ୍ଡଲୁମ୍ କୌଶଳ ସହ ନୂତନ ଡିଜାଇନ୍ ଓ ପ୍ରଯୁକ୍ତି ଯୋଡ଼ାଯାଇଲେ ଟସର ଉତ୍ପାଦର ମୂଲ୍ୟ ଅଧିକ ବଢ଼ିପାରିବ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ରେଶମ ବୋର୍ଡର ସିନିୟର ଟେକ୍ନିସିଆନ୍ ଆସିଷ୍ଟାଣ୍ଟ କଳ୍ପନା ପଟ୍ଟାୟକ, କେନ୍ଦ୍ର ରେଶମ ବୋର୍ଡ ପ୍ରବନ୍ଧକ (ଆଡମିନ୍) ଶଶି କୁମାର, ORMAS ଆସିଷ୍ଟାଣ୍ଟ କୋ-ଅର୍ଡିନେଟର ବିଶ୍ୱରଞ୍ଜନ ନାଗ ଏବଂ ତାଙ୍କ ଟିମ୍ ଅତିଥି ଭାବରେ ଉପସ୍ଥିତ ଥିଲେ । BHAV ପକ୍ଷରୁ ଡାଇରେକ୍ଟର ସୌରଭ କର, CEO ଶୀଳା ଜେନା,ପ୍ରକଳ୍ପ ପ୍ରବନ୍ଧକ ଜଗର୍ନାଥ ରାଉଳ ଓ କେନ୍ଦ୍ର ସମନ୍ୱୟକ ଲଳିତ ମେହେର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରଶିକ୍ଷଣର ସଫଳତା ପାଇଁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଏହା ସହ କୋଟପାଡ଼ ଅଞ୍ଚଳର ମୁଖ୍ୟ ଉଦ୍ୟୋଗୀ ପ୍ରହ୍ଲାଦ ମହାନ୍ତୋ ମଧ୍ୟ ଯୋଗଦେଇ ଟସର ହ୍ୟାଣ୍ଡଲୁମ୍ ଉତ୍ପାଦନ ଓ ବଜାର ସଂଯୋଗ ବିଷୟରେ ଅନୁଭବ ବାଣ୍ଟିଥିଲେ । ଅଂଶଗ୍ରହଣକାରୀମାନଙ୍କୁ ଟସର ସୁତା ବୁଣିବା ପ୍ରକ୍ରିୟା ଏବଂ ଗୁଣନିୟନ୍ତ୍ରଣ ବିଷୟରେ ପ୍ରାୟୋଗିକ ଜ୍ଞାନ ପ୍ରଦାନ କରାଯିବ। BHAV ପକ୍ଷରୁ କୁହାଯାଇଥିଲା ଯେ ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଅଞ୍ଚଳରେ ସ୍ୱରୋଜଗାର ସୃଷ୍ଟି ଏବଂ ଟସର ହ୍ୟାଣ୍ଡଲୁମ୍ କଳାକୁ ପୁନର୍ଜୀବନ ଦେବା ହିଁ ମୁଖ୍ୟ ଲକ୍ଷ୍ୟ ।