ମିତ୍ରସଂଘ ରୋପ୍ଯ ଜୟନ୍ତୀ ଉଦଯାପିତ ଓଡିଶୀ,ଭଜନନୃତ୍ଯ ଓ ଆଧୁନିକ ଡ୍ଯାନ୍ସରେ କମ୍ପିଲା ମଞ୍ଚ
ପୁରୀ,୨୯/୧୨-ଶ୍ରୀକ୍ଷେତ୍ରର ଅଗ୍ରଣୀ ସ୍ବେଛାସେବୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମିତ୍ରସଂଘର ରୌପ୍ଯ ଜୟନ୍ତୀ ସୋମବାର ଶରଧାବାଲି ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଉଦଯାପିତ ହୋଇଯାଇଛି । ମୁଖ୍ଯ ଅତିଥି ଭାବେ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି କହିଲେ ମାନବ ସେବା ହିଁ ମାଧବ ସେବା । ଶ୍ରୀକ୍ଷେତ୍ର ମାଟିରେ ସେବା କରି ମିତ୍ରସଂଘ ଆଜି ଓଡିଶାରେ ପରିଚିତ ହୋଇପାରିଛି । ସେବା ମନୋଭାବ ନେଇ ସେ ସମାଜରେ ମିତ୍ରତା ସ୍ଥାପନ କରି ଲୋକଙ୍କ ପ୍ରିୟ ଭାଜନ ଓ ବିଶ୍ବାସ୍ବନୀୟ ବଜାୟ ରଖିଛି । ସମ୍ମାନିତ ଅତିଥି ଭାବେ ଅର୍ବାନ ବ୍ଯାଙ୍କର ନିର୍ଦ୍ଦେଶକ ବିରେନ୍ଦ୍ର କୁମାର ନାୟକ, ବରିଷ୍ଠ ସେବାୟତ ଭଗବାନ ସୁଆର, ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ଦି ବେଲର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ,ଗୋ ସେବକ ରକ୍ଷକ ରାଧାମାଧବ ଦାସ, ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକ, ସମାଜସେବୀ ଚକ୍ରଧର ମହାପାତ୍ର, ରଣପୁର ପୂର୍ବତନ ବିଧାୟକ ସତ୍ଯନାରାୟଣ ପ୍ରଧାନ, ଅନୁଷ୍ଠାନର ଆବାହକ ଅନନ୍ତ ଶତପଥୀ,ସମ୍ପାଦକ ରାଜୀବ କୁମାର ମହାପାତ୍ର ମଞ୍ଚରେ ଉପସ୍ଥିତ ରହି ମିତ୍ରସଂଘର ସେବାକୁ ପ୍ରଶଂସିତ କରିଥିଲେ । ମିତ୍ରସଂଘ ୨୦୦୦ ଡିସେମ୍ବର ୧୯ ତାରିଖ ଠାରୁ ସେବା ଆରମ୍ଭ କରି ଆଜି ପଚିଶ ବର୍ଷ କାଳ ଝଡ ଝଞ୍ଜା ଓ ବିଭିନ୍ନ କଷ୍ଟକରି ଲୋକଙ୍କ ପାଖରେ ପହଞ୍ଚି ପାରି ସେବା ପ୍ରଦାନ କରିଥିବାରୁ ଅତିଥିମାନେ ସେବା ଅନୁଷ୍ଠାନ ମିତ୍ରସଂଘର ପରିବାକୁ ଭୂୟଂଶୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ସଭାପତି ସୁଵାସିନୀ ଶତପଥୀ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଭାରତୀୟ ଚତୁର୍ଦ୍ଧାଧାମ ବେଦଭବନ ନ୍ଯାସର ପାଠଶାଳାର ବିଦ୍ୟାର୍ଥିମାନଙ୍କ ଦ୍ବାର ବେଦପାଠ ପରିବେଷଣ କରାଯାଇଥିଲା । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରୀ ମନିଷା କଳାନିକେତନର କୁନି କୁନି କଳାକାର ମାନଙ୍କର ଭଜନନୃତ୍ଯ ସୁନା ଝୁଲୁଣାରେ ଝୁଲୁଛି କହ୍ନେଇ , ହାଇଗୋ ଯଶୋଦା ରାଣୀ, ଲିଙ୍ଗରାଜ କଳାନିକେତନର ସମ୍ବଲପୁରୀ ନୃତ୍ଯ ମା ସମଲେଇ ମହୁଲି ଲାଗିଛିରେ,ମହାବୀର ଡ୍ଯାନ୍ସ ଗ୍ରୁପର ଜଗନ୍ନାଥୟ ନମଃ, ନଟରାଜ ଡ୍ଯାନ୍ସ ଗ୍ରୁପର ସମ୍ବଲପୁରୀ ନୃତ୍ଯ ଡାଲଖାଇରେ ଓ ଆଦିବାସୀ ନୃତ୍ଯ, ନିଳାଦ୍ରୀ କଲଚ୍ଯୁରାଲ ଏକାଡେମୀର ସମ୍ବଲପୁରୀଆ ଫୁଲରେ ଲକ୍ଷେ ଟଙ୍କା ଚାଲିରେ ଓ ଆଦିବାସୀ ନୃତ୍ଯ, ଏସସିଏସ ଡ୍ଯାନ୍ସ ଗ୍ରୁପର ରିମିକ୍ସ ଡ୍ଯାନ୍ସ,ଜଗନ ଡ୍ଯାନ୍ସ ଗ୍ରୁପର କଳାକାରଙ୍କ ଆଧୁନିକ ଡ୍ଯାନ୍ସ ଧମାକାରେ ଦୁଲୁକିଲା ମଞ୍ଚ । ଢିଙ୍କି ଦେ ଦୁଲେଇକେ ଦେ ସମା କୁଟେ ଧାନ ବିଶ୍ବଜିତ ବିଶ୍ବାଳଙ୍କ ନୃତ୍ଯ ଦେଖି ବିମୋହିତ ହୋଇଥିଲେ ଦର୍ଶକ । ସରସ୍ଵତୀ ଡ୍ଯାନ୍ସ ଗ୍ରୁପର ନୃତ୍ଯ କଳାକାର ନୃତ୍ଯ ପରିବେଷଣ କରିଥିଲେ । ଏହି ଅବସରରେ ବିଭିନ୍ନ ସେବା କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବିଶେଷ ବ୍ଯକ୍ତି ମାନଙ୍କୁ ଅତିଥିମାନଙ୍କ ଦ୍ବାରା ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ଆଲୋକ କୁମାର ମହାନ୍ତି, ସହ ସମ୍ପାଦକ ସସ୍ମିତା ଶତପଥୀ, ଅନୁଷ୍ଠାନର ଉପଦେଷ୍ଟା ତଥା ସାମାଜିକ କର୍ମୀ ଦେବାଶିଷ ଦାଶ,ପ୍ରଧାନ ଶିକ୍ଷକ ବିରେନ୍ଦ୍ର ମହାନ୍ତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କ୍ରିଷ୍ଣା ମହାପାତ୍ର, ପୂର୍ବତନ ପୌରସଦସ୍ଯ ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି ଉତ୍ସବକୁ ପରିଚାଳନା କରିଥିଲେ । ଲଲାଟେନ୍ଦୁ ମିଶ୍ର ମଞ୍ଚ ସଂଚାଳନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯିବା ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ସଂଯୋଜକ କପିଳେଶ୍ଵର ମହାପାତ୍ର, ସାଂସ୍କୃତିକ ସମ୍ପାଦକ ସରୋଜ କୁମାର ମହାନ୍ତି ,ମୃତ୍ୟୁଞ୍ଜୟ ପାଣି,ଏସ ପିଣ୍ଟୁ,ରବିନାରାୟଣ ବେହେରା, ରୋଜାଲିନ ଲେଙ୍କା ପ୍ରମୁଖ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କିଶୋର ଆଚାର୍ଯ୍ଯ, ସନ୍ତୋଷ କୁମାର ସାହୁ, ଜଗଜିତ ବିଶୋଇ, ସ୍ମୃତିରଞ୍ଜନ ପାଲ, ନିଖିଲ କୁମାର ଓଝା, ସାହିଲ କୁମାର ମହାନ୍ତି, ସତ୍ଯ ଶୁଭମ ଦାଶଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ଯ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶୀତୁଆ ରାତିର କାକରରେ ଓଡିଶୀନୃତ୍ଯ, ସମ୍ବଲପୁରୀ ନୃତ୍ଯ ଭଜନନୃତ୍ଯ, ଆଦିବାସୀ ନୃତ୍ଯ ଓ ଆଧୁନିକ ଡ୍ଯାନ୍ସ କଳାକାରଙ୍କ ନିଖୁଣ ନୃତ୍ଯ ପ୍ରଦର୍ଶନରେ ଦର୍ଶକ ମାନେ କରତାଳି ଦେଇ ମନୋଭରି ଉପଭୋଗ କରିବା ସହ ନୃତ୍ଯଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
