March 8, 2026

ଶକୁନ୍ତଳା ପବ୍ଲିକ ସ୍କୁଲରେ ବାର୍ଷିକ ଉତ୍ସବ .

IMG-20251230-WA0008
Share

 

ବାଲେଶ୍ବର ( ଦେବାଶିଷ ଦାଶ )

ବାଲେଶ୍ୱର ଜିଲ୍ଲା ରୂପସା ଶକୁନ୍ତଳା ପବ୍ଲିକ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୁବ ପରିବେଶବିତ, ତଥା ସାମାଜିକ କର୍ମୀ ସୁମନ୍ତ କୁମାର ଜେନା ଯୋଗଦେଇ ଶିଶୁମାନଙ୍କ ଭବିଷ୍ୟତ ଗଠନ ପାଇଁ ପ୍ରାଥମିକ ଶିକ୍ଷାସ୍ତରରୁ ହିଁ ଅଭିଭାବକମାନଙ୍କୁ ଶିଶୁ ପାଇଁ ଲକ୍ଷ ସ୍ଥିର କରି ତାହାର ଶିକ୍ଷା ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ| ମୁଖ୍ଯବକ୍ତା ଭାବେ ପିଞ୍ଛାବଣିଆଁ ବୈଦିକ ଗୁରୁକୁଳ ଆଶ୍ରମର ମୁଖ୍ୟ ଆଚାର୍ଯ୍ଯ ବିଜୟ ଜି ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ କଠିନ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ବକ୍ତା ଅବସରପ୍ରାପ୍ତ କର୍ନେଲ୍ ଶ୍ରୀଯୁକ୍ତ କ୍ଷେତ୍ରମୋହନ ମହାପାତ୍ର ଯୋଗଦେଇ ଥିଲେ। ବିଦ୍ୟାଳୟର ଚେୟାରମ୍ଯାନ ଶ୍ରୀଯୁକ୍ତ ସଞ୍ଜୟ କୁମାର ଗିରି ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାଗର ସଙ୍ଗମ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟରେ ସୁନାମ ଅର୍ଜନ କରିଥିବା ଛାତ୍ର ଯତୀନ୍ କୁମାର ନନ୍ଦୀ ଓ କ୍ରୀଡ଼ା,ଯୋଗ ଆଦି କ୍ଷେତ୍ରରେ ଅନେକ ଛାତ୍ରଛାତ୍ରୀଙ୍କୁ ଉଜ୍ଜ୍ୱଳ ମୟ ଭବିଷ୍ୟତ ଗଠନରେ ମାର୍ଗ ଦର୍ଶନ କରାଇଥିବା କସିପଦା ପଞ୍ଚାୟତ ହାଇସ୍କୁଲ ର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର ନାଥ ପ୍ରଧାନଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ କୃତୀତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ବାରା ପ୍ରମାଣ ପତ୍ର ସହ ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅବିଭାବକମାନଙ୍କ ସହ ନିକଟସ୍ଥ ଅଞ୍ଚଳରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀଯୁକ୍ତ ସଞ୍ଜୟ କୁମାର ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।