୩୯ପୂର୍ବ ଜୋନ ଯୁବ ଉତ୍ସବ (ଉତ୍ସ-୨୦୨୬) ନାଟକ ପ୍ରତିଯୋଗୀତା ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ୪ ଜଣ ବିଦ୍ୟାର୍ଥି ମନୋନୀତ
*ବ୍ରହ୍ମପୁର (୩୦/୧୨) ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ କଳା ସାହିତ୍ୟ ସାଂସ୍କୃତିକ ପ୍ରତିଯୋଗିତା । ଭଞ୍ଜ ବିହାର ଛାତ୍ର ପରିଷଦ ମଞ୍ଚସ୍ଥ କରିଥିଲା ଅ – ଅ – ଅ ( ଅଭିଶପ୍ତ- ଅବହେଳିତ -) ବା ଭିନ୍ନ ଏକ ଚନ୍ଦ୍ରଗୁପ୍ତ ନାଟକ ଏହି ନାଟକ ରେ ବିଚାରକ ମଣ୍ଡଳୀଙ୍କ ବିଚାରକ୍ରମେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଚାରି ଜଣ ବିଦ୍ୟାର୍ଥି ବାଲେଶ୍ଵର ର ଫକୀର ମୋହନ ବିଶ୍ବବିଦ୍ୟାଳୟ ରେ ଆୟୋଜିତ ୩୯ ପୁର୍ବ ଜୋନ ଯୁବ ଉତ୍ସବ (ଉତ୍ସ -୨୦୨୬) ପାଇଁ ମନୋନୀତ ହୋଇଛନ୍ତି ମନୋନୀତ ହୋଇଥିବା ବିଦ୍ୟାର୍ଥି ମାନେ ହେଲେ ଇପ୍ସିତା ପ୍ରିୟଦର୍ଶନୀ, ସୁନିଲ କୁମାର ପ୍ରଧାନ, ସୁନନ୍ଦା ରାଣୀ ସାହୁ, ଶିଶିର କୁମାର ପ୍ରଧାନ, ଚୟନ ହେବା ପରେ ଏହାର ସମସ୍ତ ଶ୍ରେୟ ନାଟକ ର ନିର୍ଦ୍ଦେଶକ ତଥା ରଚୟିତା ସ୍ବସ୍ତି ସୁନ୍ଦର ସିୟ ଙ୍କୁ ଦେଇଛନ୍ତି ତତ୍ ସହିତ ତାଙ୍କୁ ସହଯୋଗ କରିଥିବା ଭଞ୍ଜ ବିହାର ଛାତ୍ର ପରିଷଦ ଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି*
