ନାଟକ ଅଭିଶପ୍ତ, ଅବହେଳିତ, ଅନୁତପ୍ତ ମଞ୍ଚସ୍ଥ

ଭଞ୍ଜ ବିହାର (୨୯/୧୨): ଗଞ୍ଜାମ ଜିଲ୍ଲା ର ଶୈକ୍ଷୀକ ପ୍ରାଣ କେନ୍ଦ୍ର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ କଳା , ସାହିତ୍ୟ ,ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏଥିରେ ଅଂଶ ଗ୍ରହଣ କରିଥିଲେ ଭଞ୍ଜବିହାର ଛାତ୍ରପରିଷଦ ଏବଂ ତାହାର ପ୍ରଥମ ଅବାଦନ ଭିନ୍ନ ଏକ ଚନ୍ଦ୍ରଗୁପ୍ତ ମଞ୍ଚସ୍ଥ କରିଥିଲା। ଯୁବ ନିର୍ଦ୍ଦେଶକ ସ୍ବସ୍ତି ସୁନ୍ଦର ସିଅ ରଚିତ ଏବଂ ନିର୍ଦ୍ଦେଶିତ ନାଟକ ରେ ସାମ୍ବାଦିକତା ଓ ଗଣ ଯୋଗଯୋଗ ବିଭାଗ ର ଛାତ୍ର ସୁନୀଲ କୁମାର ପ୍ରଧାନ, ଇପ୍ସିତ ସ୍ୱାଇଁ,ପୂଜା ପାତ୍ର, ଶ୍ରେୟଂଶ ସିଂହ, କୈଳାଶ ସାହୁ, ସୁନନ୍ଦା ରାଣୀ ସାହୁ ଶିଶିର କୁମାର ପ୍ରଧାନ ଙ୍କ ସହ ଇଂରାଜୀ ବିଭାଗ ର ଇପ୍ସିତା ପ୍ରିୟଦର୍ଶନୀ ଏବଂ ସାମୁଦ୍ରିକ ବିଜ୍ଞାନ ବିଭାଗ ସୁରଜ ହୋତା ଅଭିନୟ କରିଥିଲେ । ନାଟକ ପରିବେଷଣ ପରେ ଏହି ନାଟକ ର ଚାରି ଜଣ କଳାକାର ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଈଁ ମନୋନୀତ ହୋଇଛନ୍ତି ଯଥା ସୁନୀଲ କୁମାର ପ୍ରଧାନ,ସୁନନ୍ଦା ରାଣୀ ସାହୁ,ଇପ୍ସିତା ପ୍ରିୟଦର୍ଶନୀ, ଶିଶିର କୁମାର ପ୍ରଧାନ। ଆସନ୍ତା ଜାନୁଆରୀ ରେ ବାଲେଶ୍ଵର ଫକିର ମୋହନ ବିଶ୍ବବିଦ୍ୟାଳୟ ଅନୁଷ୍ଠିତ ପୂର୍ବ ଜୋନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ। ନାଟକ ମଞ୍ଚସ୍ଥ ରାଜ କିଶୋର ପ୍ରଧାନ, ଚନ୍ଦ୍ର ଶେଖର ରେଡ୍ଡୀ, କାର୍ତ୍ତିକ ଡାକୁଆ, ଶଙ୍କର ସେଠୀ, ସାଇରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ।
